ଶ୍ରୀ ଜଗନ୍ନାଥଙ୍କ ମନ୍ଦିର ପ୍ରତିଷ୍ଠା ଉପଲକ୍ଷେ ତ୍ରୀ ଦିବସାତ୍ମକ ଯଜ୍ଞର ପୂର୍ଣାହୁତି ପର୍ବ ଅନୁଷ୍ଠିତ।
ବଡ଼ଚଣା: ଯାଜପୁର ଜିଲ୍ଲା ବଡଚଣା ବ୍ଲକ ଭୂଷଣ୍ଡପୁର ପଂଚାୟତ ଅନ୍ତର୍ଗତ ଖଣ୍ଡିଆବନ୍ଦୀ ଗ୍ରାମରେ ବିଶ୍ୱର ଦେବତା,କୋଟି କୈବଲ୍ୟନିଧି ଶ୍ରୀ ଜଗନ୍ନାଥଙ୍କ ମନ୍ଦିର ପ୍ରତିଷ୍ଠା ନିମନ୍ତେ ଶାଳପଡା ପଂଚାୟତ ଅନ୍ତର୍ଗତ ବାଉଁଶମୂଳୀ ଗ୍ରାମରେ ଯଜ୍ଞ କ୍ରିୟାନୁଷ୍ଠାନ କମିଟି ଆନୁକୂଲ୍ୟରେ ତ୍ରିଦିବସାତ୍ମକ ବିଶ୍ୱଶାନ୍ତି ମହାଯଜ୍ଞର ବିଶ୍ୱର କଲ୍ୟାଣ ନିମନ୍ତେ ଚଳିତ ମାସ ଶୁକ୍ରବାର ଠାରୁ ଆରମ୍ଭ ହୋଇ ସୋମବାର ଦିନ ସନ୍ଧ୍ୟାରେ ମହାଯଜ୍ଞର ପୂଣ୍ଣାହୁତି ପର୍ବର ପରିସମାପ୍ତି ହୋଇଛି।ଏହି ଯଜ୍ଞ କାର୍ଯ୍ୟକ୍ରମର ମୂଖ୍ୟ ପୁରୋଧା ତଥା ଖଣ୍ଡିଆବନ୍ଦୀ ଶ୍ରୀ ଜଗନ୍ନାଥ ଟ୍ରଷ୍ଟର ମୁଖ୍ୟ ପ୍ରକାଶ ସାହୁ ଚଣ୍ଡିଖୋଲ ସ୍ଥିତ ମା ଚଣ୍ଡିଙ୍କ ନିକଟରୁ ଆଜ୍ଞାମାଳ ଆଳି ଯଜ୍ଞ ମଣ୍ଡପରେ ସମର୍ପଣ କରିଥିଲେ।ଏହି ଯଜ୍ଞରେ ପ୍ରକାଶ କୁମାର ସାହୁ ଓ ତାଙ୍କର ଧର୍ମପତ୍ନୀ ସ୍ୱୟଂ ସମ୍ପୁଣ୍ନା ସାହୁ କର୍ତ୍ତା କର୍ତ୍ତୀ ଭାବରେ ଯଜ୍ଞ ମଣ୍ଡପରେ ଉପବେସନ କରି ସମର୍ପିତ ଭାବେ ଘୃତାହୁତି ସମର୍ପଣ କରିବା ସହିତ ପରିଶେଷରେ ପୂଣ୍ଣାହୁତି ପ୍ରଦାନ କରିଥିଲେ।ବେଦଞ୍ୟ ମୂଖ୍ୟ ପଣ୍ଡିତ ବିଜୟ କୁମାର କର ଶର୍ମା ଓ ତାଙ୍କର ସହଯୋଗୀ ସନ୍ତୋଷ ପାଢୀ,ଆଲୋକ ଚନ୍ଦ୍ର ପଣ୍ଡା,ଅମର ପ୍ରସାଦ ଦାଶ, ଦେବାସିସ୍ ଶତପଥି,ତ୍ରିଲୋଚନ ପଣ୍ଡା, ଶ୍ରୀନିବାସ ପଣ୍ଡାଙ୍କ ମନ୍ତ୍ର ଉଚ୍ଚାରଣରେ ପିଠସ୍ଥଳୀ ଭାବମୟ ପରିସ୍ଥିତି ସୃଷ୍ଟି ହୋଇଥିଲା।ଯଜ୍ଞର ରିତିନିତୀ ଅନୁସାରେ ଯଜ୍ଞ କ୍ରିୟାନୁଷ୍ଠାନ କମିଟିର କର୍ମକର୍ତ୍ତାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅଙ୍କୁରାରୋପଣ, କଳସାଧିବାସ, ଗୋପୂଜା,ଶୂର୍ଯ୍ୟପୂଜା,ଗୀତାପାଠ,ଯଜ୍ଞ ଆହୁତି, ଭାଗବତ ପଠନ ଓ ଶେଷରେ ପୂଣ୍ଣାହୁତି ପର୍ବ ଆନୁଷ୍ଠାନିକ ଭାବେ ଅନୁଷ୍ଠିତ ହୋଇଥିଲା।ଯଜ୍ଞ ମଣ୍ଡପ ନିକଟରେ ଶହ ଶହ ସଂଖ୍ୟାର ସାଧୁ ସନ୍ଥ,ଶ୍ରଦ୍ଧାଳୁ,ଭକ୍ତ ଓ ଭଗବତପ୍ରେମୀ ଯଜ୍ଞ ମଣ୍ଡପ ନିକଟରେ ଉପସ୍ଥିତ ରହି ପ୍ରଭୁଙ୍କ ଆଶିର୍ବାଦ କାମନା କରିଥିଲେ।ତିନିଦିନ ବ୍ୟାପି ସଂଧ୍ୟା ସମୟରେ ପ୍ରଭୁଙ୍କ ଉଦେଶ୍ୟରେ ବିଭିନ୍ନ ପ୍ରକାରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବା ସହିତ ଅହୋରାତ୍ର ସମସ୍ତ ଭକ୍ତ ଶ୍ରଦ୍ଧାଳୁ, ଭଗବତପ୍ରେମୀ ମାନଙ୍କ ପାଇଁ ଆନନ୍ଦ ବଜାର ଆୟୋଜନ କରାଯାଇଥିଲା l
