ସଞ୍ଜୟସ୍ମୃତି ସରକାରୀ ମହିଳା ମହାବିଦ୍ୟାଳୟରେ ଜିଲ୍ଲା ସ୍ତରୀୟ ରେଡ଼କ୍ରସ ଶିକ୍ଷା ଓ ପ୍ରଶିକ୍ଷଣ ଶିବିର।

କନ୍ଧମାଳ, ଫୁଲବାଣୀଭାରତୀୟ ରେଡକ୍ରସ ସୋସାଇଟି, ରାଜ୍ୟଶାଖା ଓ ଯୁବ ରେଡକ୍ରସ କନ୍ଧମାଳ ଜିଲ୍ଲା ପକ୍ଷରୁ ସଞ୍ଜୟ ସ୍ମୃତି ସରକାରୀ ମହିଳା ମହାବିଦ୍ୟାଳୟରେ ଏକ ତିନିଦିନଆ ଜିଲ୍ଲା ସ୍ତରୀୟ ଶିକ୍ଷା ପ୍ରଶିକ୍ଷଣ ଶିବିର ଉଦଘାଟିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷା ଡକ୍ଟର ତନୁଜା ସିଂହଙ୍କ ପୌରହିତ୍ୟରେ ସଭା ଆୟୋଜିତ ହୋଇଯାଇଛି। ଏହି ସଭାରେ ଜିଲ୍ଲା ଯୁବ ରେଡକ୍ରସର ସଭାପତି ତଥା ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ସୁବାଷ ଚନ୍ଦ୍ର ପ୍ରଧାନ ଆନୁଷ୍ଠାନିକ ଭାବେ ପତାକା ଉତ୍ତୋଳନ କରି ସଭାର କାର୍ଯ୍ୟ ଆଗକୁ ନେଇଥିଲେ। ସେବା ଓ ଉଦାରତା ମାନବ ଜୀବନ ପାଇଁ କିପରି ଅପରିହାର୍ଯ୍ୟ ସେ ସମ୍ପର୍କରେ ନିଜର ମତ ପ୍ରଦାନ କରିଥିଲେ। ମୁଖ୍ୟ ଅତିଥି ଭାବରେ ଫୁଲବାଣୀର ଲୋକପ୍ରିୟ ବିଧାୟକ ଶ୍ରୀଯୁକ୍ତ ଉମାଚରଣ ମଲ୍ଲିକ ଯୋଗଦେଇ କହିଥିଲେ ଯେ ସ୍ବେଛାସେବୀ ମାନଙ୍କ ଦ୍ୱାରା ହିଁ ସମାଜରେ ଏକ ପରିବର୍ତ୍ତନ ଆସିପାରିବ। ସମ୍ମାନିତ ଅତିଥି ଭାବେ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ଜେନା ଯୋଗଦାନ କରି ସ୍ବେଛାସେବୀ ମାନେ ଦେଶର ମଙ୍ଗଳ ପାଇଁ ଉତ୍ସର୍ଗୀକୃତ ହେବା ଦିଗରେ କାର୍ଯ୍ୟ କରିବା ପାଇଁ ଗୁରୁତ୍ୱ ଦେଇଥିଲେ। ଆଗକୁ ବଢ଼ି ଦେଶ ସେବାରେ କିପରି ବ୍ରତୀ ହେବେ ସ୍ବେଛାସେବୀ ମାନଙ୍କୁ ଉପଦେଶ ବାର୍ତ୍ତା ପ୍ରଦାନ କରିଥିଲେ। ସମ୍ମାନିତ ଅତିଥି ମାନଙ୍କ ମଧ୍ୟରେ ଜିଲ୍ଲା ଯୁବ ରେଡ଼ କ୍ରସ ସୋସାଇଟିର ସେକ୍ରେଟାରୀ ଅଭିପ୍ସା ବଳ ତଥା ଜିଲ୍ଲା ଯୁବ ରେଡ଼କ୍ରସ ସୋସାଇଟିର ସଂଯୋଜକ ବିଭୂତି ଭୂଷଣ ଆଚାର୍ଯ୍ୟ ଉଭୟ ନିଜ ନିଜର ମତକୁ ଦେଇ ପ୍ରଶିକ୍ଷାର୍ଥୀ ମାନଙ୍କୁ ଉତ୍ସାହିତ କରିବା ସଙ୍ଗେ ସଙ୍ଗେ ମାନବିକତାର ଉତ୍କୃଷ୍ଟ ଉଦାହରଣ ପ୍ରଦାନ କରିଥିଲେ। ପରେ ପରେ ସାଂସ୍କୃତିକ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ କନ୍ଧମାଳ ଜିଲ୍ଲାର ସମନ୍ୱିତ ଆଦିବାସୀ ଉନ୍ନୟନ ଅଧିକାରୀ ଗଦାଧର ପାତ୍ର ଓ ଫୁଲବାଣୀ ପୌରପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ସମରେଶ ମହାନ୍ତି ଯୋଗ ଦେଇ ସ୍ବେଛାସେବୀ ମାନଙ୍କୁ ଉତ୍ସାହିତ କରିଥିଲେ। ସେବା ହିଁ ପରମ ଧର୍ମର ବାର୍ତ୍ତା କୁ ପ୍ରସାର ଦିଗରେ ସ୍ବେଛାସେବୀ ମାନଙ୍କର ଅବଦାନ ଅତୁଳନୀୟ ବୋଲି ମତ ପ୍ରଦାନ କରିଥିଲେ।

Leave a Reply

Your email address will not be published. Required fields are marked *