ବିଶ୍ୱବ୍ଯାପି ପରିବ୍ଯାପ୍ତ ହେବ ମହାପ୍ରଭୁଙ୍କ ସ୍କନ୍ଦପୁରାଣର ଶ୍ରୀପୁରୁଷୋତ୍ତମ ମାହାତ୍ମ୍ଯ।
ବିଶ୍ୱବ୍ଯାପି ପରିବ୍ଯାପ୍ତ ହେବ ମହାପ୍ରଭୁଙ୍କ ସ୍କନ୍ଦପୁରାଣର ଶ୍ରୀପୁରୁଷୋତ୍ତମ ମାହାତ୍ମ୍ଯ। ପୂର୍ବରୁ ସଂସ୍କୃତରେ ଏହା ଥିବାବେଳେ ତା ପରେ ଓଡିଆ ଅନୁବାଦ ଓ ହିନ୍ଦୀରେ ଅନୁବାଦ ପରେ ଏବେ ସ୍କନ୍ଦପୁରାଣକୁ ଗ୍ଲୋବାଲୀ କରିବା ପାଇଁ ଇଂଲିଶରେ ଅନୁବାଦ ହେବ ବୋଲି ଶ୍ରୀଜଗନ୍ନାଥ ପ୍ରଚାର ଓ ପ୍ରସାର କମିଟିରେ ହୋଇଛି ନିଷ୍ପତି । ସେପଟେ ସ୍କନ୍ଦପୁରାଣର ଇଂରାଜୀ ଅନୁବାଦ ପାଇଁ ଏକ ସବକମିଟି ଗଠନ ହୋଇଥିବା ବେଳେ ଏଥିରେ ରହିବ ୧ ହଜାର ଶ୍ଲୋକ | ମହର୍ଷି ବେଦବ୍ଯାସଙ୍କ ଦ୍ୱାରା ଲିଖିତ ସ୍କନ୍ଦପୁରାଣ ଅନ୍ତର୍ଗତ ଶ୍ରୀପୁରୁଷୋତ୍ତମ ମାହାତ୍ମ୍ଯ ପୁସ୍ତକ ରଚିତ ହୋଇଥିବା ବେଳେ ଏଥିରେ ରହିଛି ଦୁଇ ଭାଗ ଓ ରହିଛି ୬୦ ଟି ଅଧ୍ଯାୟ । ଯେଉଁଥିରେ ପ୍ରଥମ ଖଣ୍ଡରେ ୨୬ ଟି ଅଧ୍ଯାୟ ରହିଥିବା ବେଳେ ଦ୍ୱିତୀୟ ଖଣ୍ଡରେ ରହିଛି ୩୪ ଟି ଅଧ୍ଯାୟ । ଆଉ ସମୁଦାୟ ରହିଛି ୩ ହଜାର ୮୬୩ ଟି ଶ୍ଲୋକ । ସେଥିମଧ୍ଯରୁ ବଛାବଛା ୧ ହଜାର ଶ୍ଲୋକକୁ ଚୟନ କରାଯାଇ ଓଡିଆ , ହିନ୍ଦି ପରେ ଏବେ ଇଂରାଜୀ ଭାଷାରେ ଛାପିବା ପାଇଁ ହୋଇଛି ନିଷ୍ପତି । ମହାପ୍ରଭୁ ଜଗନ୍ନାଥଙ୍କ ଦାରୁମୁର୍ତି ପ୍ରତିଷ୍ଠା , ଶ୍ରୀକ୍ଷେତ୍ରର ମାହାତ୍ମ୍ଯ , ଯାନିଯାତ୍ରା ଆଦି ଉପରେ ସ୍ରନ୍ଦ ପୁରାଣରେ ଯେଉଁ ଅଧ୍ଯାୟ ରହିଛି ତାକୁ ଇଂରାଜୀରେ ଲେଖାଯାଇ ଅନୁବାଦ କରାଯିବ ବୋଲି କହିଛନ୍ତି କମିଟି ସଦସ୍ଯ ଡ- ନରେଶ ଚନ୍ଦ୍ର ଦାଶ । ସେପଟେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍କନ୍ଦପୁରାଣର ଶ୍ରୀପୁରୁଷୋତ୍ତମ କ୍ଷେତ୍ର ମାହାତ୍ମ୍ଯଙ୍କୁ ସଂସ୍କୃତରୁ ଓଡିଆରେ ବାବା ଚୌତନ୍ଯ ଚରଣ ଦାସ ଅନୁବାଦ କରିଥିବା ବେଳେ ତାହା ଆମ ଓଡିଆ ଲୋକେ ବୁଝିପାରିଲେ । ତାପରେ ଶ୍ରୀନିବାସ ଆଚାର୍ଯ୍ଯ ହିନ୍ଦିରେ ଅନୁବାଦ କରିବା ପରେ ତାହା ଦେଶରେ ଆଦୃତ ହୋଇପାରିଲା ଓ ଏବେ ଇଂରାଜିରେ ହେବା ପରେ ଗ୍ଲୋବାଲୀ ବା ବିଶ୍ୱସ୍ତରରେ ଜଗନ୍ନାଥ ସଂସ୍କୃତିର ପ୍ରଚାର ହେବ ବୋଲି କହିଛନ୍ତି କମିଟିର ସଂଯୋଜକ । ବାଇଟ୍1-ଡଃ ନରେଶଚନ୍ଦ୍ର ଦାଶ , କମିଟି ସଦସ୍ଯ ବାଇଟ୍2-ଅତୁଲକୁମାର ନନ୍ଦ , ସଂଯୋଜକ , ଅନୁବାଦ କମିଟିଭିଓ-ଶ୍ରୀମନ୍ଦିର ପରମ୍ପରା ସଂସ୍କୃତି ଓ ଜଗନ୍ନାଥଙ୍କ ଲୀଳା ଖେଳା ଓ ଯାନିଯାତ୍ରା ସମ୍ପର୍କରେ ଅନେକ ସମୟରେ ଗବେଷକ ହୁଅନ୍ତୁ ଅବା ସନାତନୀ ହିନ୍ଦୁ ଅନେକ ସମୟରେ ବିଭ୍ରାନ୍ତକର ତଥ୍ଯ ଦେଉଛନ୍ତି । ଯାହା ଫଳରେ ଇସ୍କନ ମାନେ କେଉଁଠି ଅଦିନିଆ ରଥଯାତ୍ରା କଲେଣୀ ତ କିଏ ଜଗନ୍ନାଥ ଧାମ ଲେଖିଲେଣୀ । ତେଣୁ ଏସବୁ ରୋକିବା ପାଇଁ ସେମାନଙ୍କୁ ଜଗନ୍ନାଥ ତତ୍ୱ ବିଷୟରେ ଅବଗତ କରାଇବା ପାଇଁ ଶ୍ରୀଜଗନ୍ନାଥ ପ୍ରଚାର ଓ ପ୍ରସାର କମିଟିରେ ସ୍କନ୍ଦପୁରାଣ ଶ୍ରୀପୁରୁଷୋତ୍ତମ କ୍ଷେତ୍ର ମାହାତ୍ମ୍ଯକୁ ଇଂରାଜୀରେ ଅନୁବାଦ ପାଇଁ ନିଜେ ଗଜପତି ମହାରାଜ କହିବା ପରେ ଆରମ୍ଭ ହୋଇଛି ପ୍ରକ୍ରିୟା । ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ସ୍କନ୍ଦପୁରାଣର ଶ୍ରୀପୁରୁଷୋତ୍ତମ କ୍ଷେତ୍ର ମାହାତ୍ମ୍ଯକୁ ଇଂରାଜୀ ଅନୁବାଦ ପ୍ରସଙ୍ଗରେ ଅନୁମୋଦନ ମିଳିବା ପରେ ଆଗାମୀ କାର୍ଯ୍ଯପନ୍ଥା ସ୍ଥିର କରାଯିବ ବୋଲି କହିଛନ୍ତି ଶ୍ରୀମନ୍ଦିର ପରିଚାଳନା କମଟି ସଦସ୍ଯ । ସେପଟେ ସ୍କନ୍ଦପୁରାଣର ଶ୍ରୀଶ୍ରୀପୁରୁଷୋତ୍ତମ କ୍ଷେତ୍ର ମାହାତ୍ମ୍ଯର ଓଡିଆ , ହିନ୍ଦୀ , ଇଂରାଜୀ ଓ ସଂସ୍କୃତ ଆଦି ପୁସ୍ତକର ଡିଜିଟାଇଜେସନ ହେବ ବୋଲି ମଧ୍ଯ ନିଷ୍ପତି ହୋଇଛି ବୋଲି କହିଛନ୍ତି କମିଟି ସଦସ୍ଯ ଓ ମୁଖ୍ଯ ପ୍ରଶାସକ।
