ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କଲେ ଉପ ମୁଖ୍ୟମନ୍ତ୍ରୀ।

ନିମାପଡ଼ା: ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ବିଭିନ୍ନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତିଏହି ଅବସରରେ ଧୀରପୁରଠାରେ ମୋଟ ୩ କୋଟି ୫୭ ଲକ୍ଷ ଟଙ୍କା ୧୬ ହଜାର ଟଙ୍କା ବ୍ୟୟରେ ମଧ୍ୟ ଉନ୍ନୟନମୂଳକ ୪ଟି ପ୍ରକଳ୍ପ ପାଇଁ ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ଗୋପ ଶାଖା କେନାଲ ବାମପାର୍ଶ୍ୱ ବନ୍ଧର ସର୍ବାପଡ଼ା ବେହେରା ସାହିଠାରୁ ଧୀରପୁର ପର୍ଯ୍ୟନ୍ତ ରାସ୍ତାର ଉନ୍ନତିକରଣ ଏବଂ ବ୍ରିଜ୍‌ ନିର୍ମାଣ ପାଇଁ ୨ କୋଟି ୬୨ ଲକ୍ଷ ଟଙ୍କା ବ୍ୟୟରେ ହେବାକୁ ଥିବା ପ୍ରକଳ୍ପ ପାଇଁ ଏହି ଅବସରରେ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ସେହିଭଳି ଆଶାପୂରଣ ମାଇନର୍‌ଠାରେ ଟ୍ରଫ୍‌ ୱାଲ୍, ରାସ୍ତା ସମ୍ପ୍ରସାରଣ ଏବଂ ସୋଠ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । କଣ୍ଟି ଡିଷ୍ଟ୍ରିବ୍ୟୁଟାରୀଠାରେ ଟ୍ରଫ୍‌ ୱାଲ୍‌ ଏବଂ ଗୋପ ଶାଖା କେନାଲର ବିଶରପୁର କୁଦସାହିଠାରେ ପାଦଚଲା ପୋଲ ନିର୍ମାଣ କାର୍ଯ୍ୟ ପାଇଁ ସେ ଏହି ଅବସରରେ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି।ଏହି କାର୍ଯ୍ୟକ୍ରମରେ ଜଳସେଚନ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ପ୍ରୀତମ ଚେତନ ପୋଥାଲ, ସହକାରୀ ନିର୍ବାହୀ ଯନ୍ତ୍ରୀ ଶକ୍ତି ପ୍ରସାଦ ଦାସ, ସହକାରୀ ଯନ୍ତ୍ରୀ ହେମାମାଳିନୀ ପତି ଉପସ୍ଥିତ ଥିଲେ। ଏହି ଅବସରରେ ନିମାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟଠାରେ ୪୨ ଲକ୍ଷ ୪୯ ହଜାର ଟଙ୍କା ବ୍ୟୟରେ ହେବାକୁ ଥିବା ଅତିରିକ୍ତ ଶ୍ରେଣୀଗୃହ ନିର୍ମାଣ ପାଇଁ ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ଏହି ପ୍ରକଳ୍ପ ଶିକ୍ଷା ଭିତ୍ତିଭୂମିରେ ଉନ୍ନତି ଆଣିବା ସହ ଶିକ୍ଷାର ମାନବୃଦ୍ଧିରେ ସହାୟକ ହେବ ବୋଲି ଉପମୁଖ୍ୟମନ୍ତ୍ରୀ ମତବ୍ୟକ୍ତ କରିଛିନ୍ତି।ଏହାପରେ ନିମାପଡ଼ା ଗୋଲେଇ ଛକଠାରେ ରାଷ୍ଟ୍ରୀୟ ଗୀତ ବନ୍ଦେ ମାତରମ୍‌ର ୧୫୦ ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ଭାରତୀୟ ଜନତା ପାର୍ଟି ତରଫରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବରିଷ୍ଠ ବିଜେପି ନେତା ସୁଦୀପ୍ତ କୁମାର ରାୟ ଏବଂ ଶହ ଶହ ସଂଖ୍ୟାରେ ସ୍ଥାନୀୟ ନେତୃବୃନ୍ଦ ଯୋଗଦେଇଥିଲେ । ଏହି କାର୍ଯ୍ୟକ୍ରମ ପାଇଁ ନିମାପଡ଼ା ତ୍ରିରଙ୍ଗାମୟ ହୋଇଥିବା ଦେଖିବାକୁ ମିଳିଥିଲା । ପରେ ସେ ଗୋପ ଶାଖା କେନାଲରେ ନିର୍ମିତ ହେବାକୁ ଥିବା ସିମେଣ୍ଟ କଂକ୍ରିଟ୍‌ ଲାଇନିଙ୍ଗ୍‌ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ୮ କୋଟି ୩୦ ଲକ୍ଷ ଟଙ୍କା ବ୍ୟୟରେ ହେବାକୁ ଥିବା ଏହି ପ୍ରକଳ୍ପ ଦ୍ୱାରା ବିଷ୍ଣୁପୁର, ଭାରତୀସାହି ଏବଂ ନିମାପଡ଼ା ବାସିନ୍ଦା ବିଶେଷ ଭାବେ ଉପକୃତ ହେବେ । ଏହାପରେ ଅଂଶାଲୋ ଡିଷ୍ଟ୍ରିବ୍ୟୁଟାରୀରେ ସିମେଣ୍ଟ କଂକ୍ରିଟ୍‌ ଟ୍ରଫ୍‌ ୱାଲ୍‌ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଏହି ପ୍ରକଳ୍ପ ପାଇଁ ୨ କୋଟି ୨୪ ଲକ୍ଷ ଟଙ୍କାର ବ୍ୟୟ ବରାଦ କରାଯାଇଛି ।

Leave a Reply

Your email address will not be published. Required fields are marked *