୧୭୭ତମ ଦେଖିଲେଖ ପ୍ରତିଯୋଗିତା

ପୁରୀ:୨୭/୧୧: ସ୍ଥାନୀୟ ବଡ଼ଶଙ୍ଖ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ପୁରୀ ର ପଞ୍ଚମ, ଷଷ୍ଠ, ସପ୍ତମ ଓ ଅଷ୍ଟମ ଶ୍ରେଣୀ ପିଲାମାନଙ୍କ ମଧ୍ୟରେ ଟିକିତାରା ଭ୍ରାମ୍ୟମାଣ ସାହିତ୍ୟ ସଂସ୍ଥା ପକ୍ଷରୁ ଦେଖିଲେଖ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରତିଯୋଗିତାରେ ପଞ୍ଚମ ଶ୍ରେଣୀର ଓମ୍ ପ୍ରକାଶ କାଣ୍ଡି, ନିବେଦିତା ଶ୍ରୀଚନ୍ଦନ , ସରସ୍ଵତୀ ବେହେରା , ଷଷ୍ଠ ଶ୍ରେଣୀର ରୁପାଲୀ ସାହୁ, ସତ୍ୟସାଇ ଭଞ୍ଜ, ଗଣେଶ ସ୍ୱାଇଁ, ସପ୍ତମ ଶ୍ରେଣୀର ସାଇସ୍ମୃତି ମହାପାତ୍ର, ଚାନ୍ଦିନୀ ବଳିୟାରସିଂ ଏବଂ ଅଷ୍ଟମ ଶ୍ରେଣୀର ତପସ୍ୟା ପ୍ରଧାନ, ଶ୍ରୀୟା ନାୟକ, ରୁଦ୍ର ନାରାୟଣ ଆଚାର୍ଯ୍ୟ ଯଥାକ୍ରମେ ପ୍ରଥମ, ଦ୍ୱିତୀୟ ଏବଂ ତୃତୀୟ ସ୍ଥାନ ଅଧିକାର କରି ପ୍ରମାଣପତ୍ର ଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ସୁଷମାରାଣୀ ଦାଶ, ଶ୍ରୀମତୀ ଅଞ୍ଜଳି ନାୟକ, ଏବଂ ସସ୍ମିତା ପାତ୍ର ପ୍ରତିଯୋଗିତା ପରିଚାଳନା କରିଥିଲେ। ସମ୍ପାଦକ ବିପିନ ବିହାରୀ ଦଳାଇ ଦେଖିଲେଖିବା ଶୈଳୀ ବିଷୟରେ ସୂଚନା ପ୍ରଦାନ କରିଥିଲେ।।

Leave a Reply

Your email address will not be published. Required fields are marked *