ଚଣ୍ଡିଖୋଲ ତାଲୁକ ଆଇନ ସେବା କମିଟି ପକ୍ଷରୁ ସମ୍ବିଧାନ ଦିବସ ପାଳିତ।

ବଡ଼ଚଣା:ଚଣ୍ଡୀଖୋଲ ତାଲୁକ ଆଇନ ସେବା କମିଟି ଅନୁକୁଲ୍ୟରେ ସମ୍ବିଧାନ ଦିବସ ଚଣ୍ଡିଖୋଲ ଅଦାଲତରେ ଅନୁଷ୍ଠିତ ହୋଇଯାଇଛି l ଯାହାର ମୂଳ ଲକ୍ଷ୍ୟ ହେଉଛି ନାଗରିକ ମାନଙ୍କ ମଧ୍ୟରେ ସାମ୍ବିଧାନିକ ମୂଲ୍ୟବୋଧକୁ ପ୍ରୋତ୍ସାହିତ କରିବା ସହ ସମ୍ବିଧାନ ପ୍ରତି ଆନୁଗତ୍ୟ ପ୍ରକାଶ କରିବା, ସମ୍ବିଧାନ ଅନୁଯାଇ ଯେମିତି କୌଣସି ନାଗରିକ ତାର ଅଧିକାର ରୁ ବଞ୍ଚିତ ନ ହୁଏ ସେଥିପାଇଁ ଓକିଲ ମାନଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ନ୍ୟାୟ ପାଳିକାରେ ସେମାନେ ବଞ୍ଚିତର ସ୍ଵର ହୋଇ ସେମାନଙ୍କ ଅଧିକାର ସୁରକ୍ଷିତ ନିମନ୍ତେ ପ୍ରୟାସ ଜରୁରୀ ବୋଲି ତାଲୁକ ଆଇନ ସେବା କମିଟି ଅଧ୍ୟକ୍ଷ ତଥା ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍ ଗୋପବନ୍ଧୁ ଗଡ଼ନାୟକ ବକ୍ତବ୍ୟ ପ୍ରଦାନ କରିଥିଲେ l ଶ୍ରୀ ଗଡନାୟକଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ଅନ୍ୟମାନଙ୍କ ମଧ୍ୟର ସବ ଜଜ ବିଶ୍ଵ ଦୀପକ ସାହୁ,ଚଣ୍ଡିଖୋଲ କୋର୍ଟ ବାର ଆସୋସିଏସନ ସଭାପତି ସୁରେଶ ଚନ୍ଦ୍ର ପଣ୍ଡା ,ସମ୍ପାଦକ ପ୍ରକାଶ କୁମାର ଦାଶ, ପୁର୍ବତନ ସଭାପତି ଶରତ କୁମାର ଷଡଙ୍ଗୀ, ଅତିରିକ୍ତ ପି. ପି ଦେବରାଜ ବେହେରା,ଯୁଗ୍ମ ସମ୍ପାଦକ ଶିରିଷ କୁମାର ସାମଲ,ପୁର୍ବତନ ଉପସଭାପତି ଶ୍ରୀକାନ୍ତ କୁମାର ବଳ , ଜ୍ୟୋତିଶଙ୍କର ମହାପାତ୍ର ପ୍ରମୁଖ ଯୋଗଦେଇଥିଲେ।ଶେଷରେ ରିଟେନର ଅବିନାଶ ବଳ ଧନ୍ୟବାଦ୍ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *