ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର, ପୁରୁଣାବଜାର, ଭଦ୍ରକ (୨୦୨୫-୨୬ ) ର ୩୧ ତମ ବାର୍ଷିକ କ୍ରୀଡା ର ଉଦଘାଟନ |
ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର, ପୁରୁଣାବଜାର, ଭଦ୍ରକ (୨୦୨୫-୨୬ ) ର ୩୧ ତମ ବାର୍ଷିକ କ୍ରୀଡା ର ଉଦଘାଟନ |ଅଦ୍ୟ ତା ( ୨୭/୧୧/୨୫) ରିଖ, ଗୁରୁବାର ସକାଳ ୮ ଘଟିକାରେ ବିଦ୍ୟା ଭାରତୀ, ଶିକ୍ଷା ବିକାଶ ସମିତି, ଓଡ଼ିଶାଙ୍କ ଯୋଜନା ଆଧାରରେ, ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର, ପୁରୁଣାବଜାର, ଭଦ୍ରକ (୨୦୨୫-୨୬ ) ର ୩୧ ତମ ବାର୍ଷିକ କ୍ରୀଡା ର ଉଦଘାଟନ | ଗୁରୁବାର ସକାଳ ୮ ଘଟିକାରେ ବିଦ୍ୟା ଭାରତୀ, ଶିକ୍ଷା ବିକାଶ ସମିତି, ଓଡ଼ିଶାଙ୍କ ଯୋଜନା ଆଧାରରେ, ପୁରୁଣା ବଜାର ଶିଶୁ ବିଦ୍ୟାମନ୍ଦିର,ଭଦ୍ରକରେ, ଶ୍ରେଣୀ ଅଷ୍ଟମ ଠାରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପିଲାମାନଙ୍କ ନିମିତ୍ତ ଉଦ୍ଦିଷ୍ଟ “୩୧ତମ ବାର୍ଷିକ କ୍ରୀଡା “ ବିଦ୍ୟାଳୟର ପ୍ରାଙ୍ଗଣରେ ଉଦଘାଟିତ ହୋଇଯାଇଛି |ଏହି କ୍ରୀଡା ପ୍ରତିଯୋଗିତାରେ ପାଖାପାଖୂ ୭୦୦ ଜଣ ଭାଇ ଓ ଭଉଣୀ ଅଂଶଗ୍ରହଣ କରିଥିଲେ | ଭକ୍ତ କ୍ରୀଡା ଉତ୍ସବରେ ପୁରୁଣାବଜାର ଥାନାର ଭାରପ୍ରାପ୍ତ ଅଧିକାରୀ ଶ୍ରୀଯୁକ୍ତ ସୁଶାନ୍ତ କୁମାର ସାହୁ ମୁଖ୍ୟ ଅତିଥୂ ଭାବେ ଯୋଗଦାନ କରି ପିଲାମାନଙ୍କୁ ଖେଳ ତଥା ଅନ୍ୟାନ୍ୟ କାର୍ଯ୍ୟରେ ନିଜକୁ ଜଣେ ଉପଯୁକ୍ତ ପ୍ରତିଯୋଗୀ ଭାବେ ଗଢି ତୋଳିବା ପାଇଁ ଉପଦେଶ ମୂଳକ କଥା କହିଥିବା ବେଳେ, ସଭାପତି ଶ୍ରୀଯୁକୁ ବିଜୟ କୁମାର ବହଳୀ ପିଲାମାନଙ୍କ ପାଇଁ କିଛି ଅଭିଭାଷଣ ରଖୁଥିଲେ | ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ରାଜକିଶୋର ଦାସ ସ୍ବାଗତ ଭାଷଣ ଦେଇଥିବା ବେଳେ, ଆଚାର୍ଯ୍ୟ ମନ୍ଦରଧର ସାହୁ କାର୍ଯ୍ୟକ୍ରମଟିକୁ ପରିଚାଳନା କରିଥିଲେ, ବିଦ୍ୟାଳୟର

ବରିଷ୍ଠ ଆଚାର୍ଯ୍ୟ ଶ୍ରୀଯୁକ୍ତ ଦିଲ୍ଲୀପ କୁମାର ସେଠୀ ଅତିଥିମାନଙ୍କର ପରିଚୟ କରାଇଥିଲେ ଓ ଗୁରୁଜୀ ଶ୍ରୀଯୁକ୍ତ ରାଜେନ୍ଦ୍ର ରାଉତ ଧନ୍ୟବାଦ ଦେବା ପୂର୍ବରୁ ଶିଶୁଭାରତୀର ଦଶମ ଶ୍ରେଣୀର ଭଉଣୀ ଜ୍ୟୋତିର୍ମୟୀ ପାଣିଗ୍ରାହୀ ଓ ଶୁଭସ୍ମିତା ପତି ପିଲାମାନଙ୍କୁ ଖେଳର ଶପଥ ପାଠ କରାଇଥିଲେ |ଏହି ଉଦଘାଟନ କାର୍ଯ୍ୟକ୍ରମରେ ବିଦ୍ୟାଳୟର ପରିଚାଳନା ସମିତିର ସମ୍ପାଦକ ଶ୍ରୀଯୁକ୍ତ ଶିବଶଙ୍କର ଦାସ ଓ କୋଷାଧ୍ଯକ୍ଷା ମାନନୀୟା ଶ୍ରୀମତୀ ଶକୁନ୍ତଳା ଦାସ ଉପସ୍ଥିତ ଥିଲେ | ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ମାନନୀୟ ଶ୍ରୀଯୁକ୍ତ ରାଜକିଶୋର ଦାସ, ପରିଚାଳନା ସମିତିର ସମସ୍ତ ସଦସ୍ୟ ଓ ସଦସ୍ୟା ତଥା ସମସ୍ତ ଆଚାର୍ଯ୍ୟ ଆଚାର୍ଯ୍ୟାମାନଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସଫଳ ହୋଇଥିଲା |.
