ଅସ୍ମିତା ଖେଳ ଇଣ୍ଡିଆ ବାଳିକା ପେଞ୍ଚକ୍ ସିଲଟ ପ୍ରତିଯୋଗିତା ଅନୁଷ୍ଠିତ

ନବରଙ୍ଗପୁର: ୨୯/୧୧/୨୦୨୫ ସ୍ଥାନୀୟ ଷ୍ଟାଡିୟମ ପରିସରରେ ନବରଙ୍ଗପୁର ପେଞ୍ଚକ୍ ସିଲଟ ଅନୁଷ୍ଠାନ ଆନୁକୁଲ୍ୟରେ ଖେଳ ଇଣ୍ଡିଆ ବାଳିକା ପେଞ୍ଚାକ ସିଲଟ ପ୍ରତିଯୋଗିତା ଅନୁଷ୍ଠିତ ହୋଯାଇଅଛି। ଏଥିରେ ୭୦ ରୁ ଉର୍ଦ୍ଧ ପ୍ରତିଯୋଗୀ ଭାଗ ନେଇଥିଲେ। ସ୍ଥାନୀୟ ନବରଙ୍ଗପୁର ଉଚ୍ଚ ବିଦ୍ୟାଳୟ, ନବରଙ୍ଗପୁର କଲେଜ, ପଲିଟେକନିକ୍ ମହାବିଦ୍ୟାଳୟ ର ଛାତ୍ର ଛାତ୍ରୀ ଏହି ପ୍ରତିଯୋଗିତା ରେ ଭାଗ ନେଇଥିଲେ। ମୁଖ୍ୟ ଅତିଥି ଭାବରେ କେନ୍ଦ୍ରୀୟ ବିଦ୍ୟାଳୟ ର ଅଧ୍ୟକ୍ଷ ହିତେଶ ବର୍ମା ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ଜିଲ୍ଲା କ୍ରୀଡା ସଂଘର ଉପ ସଭାପତି ଏମ ବାଳକୃଷ୍ଣ ରାଓ, ସହ ସମ୍ପାଦକ ମନୋଜ କୁମାର ପଟ୍ଟନାୟକ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୁରେଶ ପଟ୍ଟନାୟକ, ବରିଷ୍ଟ ମାରାଥନ ଧାବକ ତଥା ପେଞ୍ଚାକ୍ ସିଲଟ ଅନୁଷ୍ଠାନ ର ସଭାପତି ଚିତ୍ତରଞ୍ଜନ ପାତ୍ର, ପ୍ରାକ୍ତନ ବରିଷ୍ଠ ଧାବିକା ବାସନ୍ତୀ ପଣ୍ଡା, ପ୍ରାକ୍ତନ ମହିଳା କ୍ରିକେଟ ଖେଳାଳି ଅଜିତା

ଦାସ ପ୍ରମୁଖ ମଞ୍ଚାସିନା ଥିବା ବେଳେ ଅନ୍ୟତମ ଅତିଥି ଆଶା କିରଣ ଅନୁଷ୍ଠାନ ର ଅଧ୍ୟକ୍ଷ ଜଗନ୍ନାଥ ବେହେରା କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ପେଞ୍ଚକ ସିଲଟ ର ସମ୍ପାଦକ ତଥା ଆନ୍ତର୍ଜାତୀୟ ରେଫରି ହରିଶ ବେହେରା କ୍ରୀଡା କୁ ପରିଚାଳନା କରିଥିଲେ। କ୍ରୀଡା ଶେଷରେ କୃତ୍ତି ପ୍ରତିଯୋଗୀଙ୍କୁ ମେଡାଲ ଓ ମାନପତ୍ର ଦେଇ ସମ୍ମାନିତ କରାଯାଇଥିଲା। ସଫଳ ଭାବରେ କାର୍ଯ୍ୟକ୍ରମ ଶେଷ ହୋଇଥିବାରୁ ଓଡ଼ିଶା ପେଞ୍ଚାକ ସିଲଟ ର ସଭାପତି ତାପସ ରାୟ ଚୌଧରୀ, ସମ୍ପାଦକ ପ୍ରେମ ସିଂ ଥାପା ଜିଲ୍ଲା ସଂଘର କର୍ମକର୍ତ୍ତା ଙ୍କୁ ଶୁଭେଛା ଜ୍ଞାପନ କରିଛନ୍ତି।

Leave a Reply

Your email address will not be published. Required fields are marked *