ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ତରଫରୁ ଶୂନ୍ୟ ମୃତାହତ ପକ୍ଷ ଓ ସଚେତନତା କାର୍ଯ୍ୟକ୍ରମ
ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ତରଫରୁ ଶୂନ୍ୟ ମୃତାହତ ପକ୍ଷ ଓ ସଚେତନତା କାର୍ଯ୍ୟକ୍ରମ .ବଡ଼ଚଣା : ସଡକ ସୁରକ୍ଷା ଜୀବନ ରକ୍ଷା, ଦୃତ ଗତି ମହା ବିପତି,ରାଜ୍ୟରେ କିପରି ଭାବେ ସଡକ ଦୃଘଟଣା ଗୁଡ଼ିକୁ ରୋକା ଯାଇପାରିବ ଓ ଦୃଘଟଣା ଜନିତ କାରଣ ରୁ ଲୋକ ମାନଙ୍କ ମୃତ ସଂଖ୍ୟା କିପରି ଭାବେ ଶୁନ ପ୍ରତିଶତ ହୋଇ ଅମୂଲ୍ୟ ଜୀବନ ରକ୍ଷା ହୋଇପାରିବ ସେଥିପାଇଁ ରାଜ୍ୟ ସରକାରଙ୍କ ଦ୍ଵାରା ସଡ଼କ ଦୁର୍ଘଟଣା ଜନିତ ଶୂନ୍ୟ ମୃତାହତ ପକ୍ଷ ଚଣ୍ଡିଖୋଲ ପରିବହନ ବିଭାଗ ପକ୍ଷରୁ ପାଳିତ ହୋଇ ଯାଇଛି। ବାଣିଜ୍ୟ ପରିବହନ ବିଭାଗ ପକ୍ଷରୁ ଶୂନ୍ୟ ମୃତାହତ ପକ୍ଷ ନଭେମ୍ବର ୧୬ ତାରିଖ ରୁ ୩୦ ତାରିଖ ପର୍ଯ୍ୟନ୍ତ ପାଳନ କରାଯାଉଛି। ଆଜି ଚଣ୍ଡିଖୋଲ ପରିବହନ ବିଭାଗ ପକ୍ଷରୁ ଶୂନ୍ୟ ମୃତାହତ ପକ୍ଷ ନେଇ ଏକ ସଚେତନତା ବାଇକ ରାଲି ଅନୁଷ୍ଠିତ ହୋଇ ଯାଇଛି। ଚଣ୍ଡିଖୋଲ ଆଞ୍ଚଳିକ ପରିବହନ ଅଧିକାରୀଙ୍କ ଅଧ୍ୟକ୍ଷତାରେ ଏହି ସଚେତନତା ବାଇକ ରାଲି ଅନୁଷ୍ଠିତ ହୋଇଛି,ଏହି କାର୍ଯ୍ୟକ୍ରମରେ ବଡ଼ଚଣା ଥାନା ଭାରପ୍ରାପ୍ତ ଅଧିକାରୀ ସୁରେନ୍ଦ୍ର କୁମାର ଜେନା, ଏସ ଆଇ ଶାନ୍ତନୁ କୁମାର ମିଶ୍ର, ଏମ୍ ଭି ଆଇ ପଦ୍ମଜା ମହାନ୍ତି, ଅତିରିକ୍ତ ପରିବହନ ଅଧିକାରୀ ପ୍ରାଚୀ ପ୍ରଜ୍ଞା ଲେଙ୍କା,Additional rto ଖଗେଶ୍ବର ମୁର୍ମୁ, ଟି ଆଇ ଯୁଗଳ କିଶୋର ତିରିଆ ଓ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟର ସମସ୍ତ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।ଏହି ବାଇକ ରାଲି ଚଣ୍ଡିଖୋଲ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟରୁ ବାଇକ ରାଲି ବାହାରି ଛତିଆ ସ୍ଥିତ ଡ୍ରାଇଭିଂ ପ୍ରଶିକ୍ଷଣ ଶିବିର ରେ ପହଞ୍ଚିଥିଲା । ବିଶେଷ କରି ସଡ଼କ ସୁରକ୍ଷା ନିୟମ ମାନି ଚଳିବା ଯାହା ଫଳରେ ସଡ଼କ ଦୁର୍ଘଟଣା କୁ ରୋକା ଯାଇ ପାରିବ ସେହି ଉଦ୍ଦେଶ୍ୟ ନେଇ ଶୂନ୍ୟ ମୃତାହତ ପକ୍ଷ ପାଳନ କରାଯାଉଛି।
