କୁନ୍ତଳା ପ୍ରଧାନଙ୍କ ଏକାଦଶାହରେ କୁନ୍ତଳା କରୁଣା ଲୋକାର୍ପିତ।।
ପୁରୀ ତା୨୬/୧୧ – କ୍ଷେତ୍ର ମୋହନ ଫାଉଣ୍ଡେସନ ର ପ୍ରତିଷ୍ଠାତା ସମାଜସେବୀ କୁନ୍ତଳା ପ୍ରଧାନଙ୍କ ସ୍ମୃତିରେ ଚାରିନଳା ସ୍ଥିତ କଦଳୀ ବାରି ପାଟଣାରେ ଏକାଦଶାହ ଅବସରରେ ସ୍ମୂତି ସଭା ଅନୁଷ୍ଠିତ ହୋଇଯାଇଛି।ଏଥିରେ ଶିକ୍ଷାବିତ୍ ପବିତ୍ର ମୋହନ ଦାସ ଅଧ୍ୟକ୍ଷତା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆ, ପୂର୍ବତନ ବିଧାୟକ ଜୟନ୍ତ ଷଡ଼ଙ୍ଗୀ, ପୁରୀ ସଦର ପଞ୍ଚାୟତ ଅଧ୍ୟକ୍ଷ ଦିବାକର ପାତ୍ର, ସମାଜସେବୀ ମନୋଜ କୁମାର ରଥ, ଆଇନଜୀବୀ ଦିଗମ୍ବର ବେହେରା, ସାହିତ୍ୟିକ ଶ୍ୟାମ ପ୍ରକାଶ ସେନାପତି, ସମାଜସେବୀ ଚକ୍ରଧର ମହାପାତ୍ର, ପୂର୍ବତନ ଜିଲ୍ଲା ଶିଶୁ ମଙ୍ଗଳ କମିଟି ଅଧ୍ୟକ୍ଷ ସିଦ୍ଧାର୍ଥ ରାୟ,ଶିଶୁ ସମାଚାର ସମ୍ପାଦକ ସୁକାନ୍ତ କୁମାର ପଣ୍ଡା, ସମାଜସେବୀ ଜିତେନ୍ଦ୍ର ମହାପାତ୍ର, ସାମ୍ବାଦିକ ମଧୁସୂଦନ ମିଶ୍ର ଅଧ୍ୟାପକ ନବକିଶୋର ପରିଡ଼ା, ସଂସ୍କୃତି ସଂଗଠକ ଅଜୟ କୁମାର ସ୍ବାଇଁ, ଶିକ୍ଷକ ବ୍ରହ୍ମଚାରୀ ପଲାଇ, କୁମାର ଉତ୍ସବ ସମିତି ସମ୍ପାଦକ ସ୍ୱାଧୀନ କୁମାର ପଣ୍ଡା, ଦେବାଶିଷ ମିଶ୍ର, ଶିକ୍ଷକ ସତ୍ୟନାରାୟଣ ପଲାଇ, ଲା୍ୟାନ୍ସ କ୍ଲବର ସମ୍ପାଦକ ରୁଦ୍ର ନାରାୟଣ ରଥ, ସଭାପତି ଶିବ ପ୍ରସାଦ ଦାସ ମହାପାତ୍ର, ଭାସ୍କର ପାତ୍ର, ସଦାଶିବ ପାତ୍ର, ଅନିଲ ଦାସ, ବିଭୁ ଦତ୍ତ ଶୁଭୁଦ୍ଧି, ଦି ମିରର ସମ୍ପାଦକ ଜଗଦିଶ ହୋତା,ସମାଜସେବୀ ପ୍ରଦୀପ୍ତ କୁମାର ମହାରଣା,ସମୀର କୁମାର ପଟ୍ଟନାୟକ , ସାମ୍ବାଦିକ ବନୀତା ଦୀକ୍ଷିତ, ସରପଞ୍ଚ ମୁକ୍ତିକାନ୍ତ ପଣ୍ଡା, ସମିତି ସଦସ୍ୟ ପ୍ରଦୀପ୍ତଭାନୁ ଘଟୁଆରୀ, ନବକିଶୋର ଜେନା ପ୍ରମୁଖ ଯୋଗଦାନ କରି କୁନ୍ତଳା ପ୍ରଧାନଙ୍କ ସ୍ମୃତି ଚାରଣ କରିଥିଲେ। ଗୋଟିଏ ସାଧାରଣ ପରିବାର ରେ ଜନ୍ମ ହୋଇ ବହୁ ବାଧାବିଘ୍ନକୁ ସମ୍ମୁଖୀନ ହୋଇ ନିଜକୁ ପ୍ରତିଷ୍ଠିତ କରିପାରିଥିଲେ।ସେ ଚାରିନଳା ସେବା ସମବାୟ ସମିତିର ନିର୍ଦେଶକ ପଦବୀ ମଣ୍ଡନ କରିଥିଲେ। ତାଙ୍କ ଜୀବନ ସେବା, ସାଧନା ଓ ସଙ୍ଘର୍ଷ ପରିପୂର୍ଣ ଥିଲା। ସ୍ବଳ୍ପ ଶିକ୍ଷା ସତ୍ବେ ସେ ନିଜ ପିଲାମାନଙ୍କୁ ଉଚ୍ଚ ଶିକ୍ଷିତ କରିପାରିଛନ୍ତି।ତେଣୁ ଆଜିର ଗୃହିଣୀ ମାନଙ୍କ ପାଇଁ ସେ ଆଦର୍ଶ ହୋଇ ରହିବେ ବୋଲି ଅତିଥିମାନେ ତାଙ୍କ ବକ୍ତବ୍ୟରେ କହିଛନ୍ତି। ସ୍ମୃତି ଚାରଣ ସଭାରେ କୁନ୍ତଳା ପ୍ରଧାନଙ୍କ ସ୍ମୃତିରେ କୁନ୍ତଳା କରୁଣା ଶୀର୍ଷକ ସ୍ମରଣିକା କୁ ସାଂସଦ ଶୁଭାଶିଷ ଖୁଣ୍ଟିଆ ଙ୍କ ସମେତ ଅତିଥିମାନେ ଲୋକାର୍ପଣ କରିଥିଲେ। ପୁତ୍ର ସମାଜସେବୀ ଲାୟନ ସଞ୍ଜୟ କୁମାର ପ୍ରଧାନ ସ୍ମୃତି ସଭା ସଂଯୋଜନା କରିଥିଲେ।
