ଜାପାନ ଆଇଟି କମ୍ପାନିରେ ନିଯୁକ୍ତି ପାଇଲେ ଚନ୍ଦ୍ରଶେଖର ଏକାଡେମୀର ୨ ଛାତ୍ର

ଜାପାନ ଆଇଟି କମ୍ପାନିରେ ନିଯୁକ୍ତି ପାଇଲେ ଚନ୍ଦ୍ରଶେଖର ଏକାଡେମୀର ୨ ଛାତ୍ର ପୁରୀ : ଜାପାନର ଆଇଟି କମ୍ପାନିରେ ନିଯୁକ୍ତି ପାଇଛନ୍ତି ପୁରୀ କୋଣାର୍କ ମେରାଇନ ଡ୍ରାଇଭି ରୋଡସ୍ଥିତ ଚନ୍ଦ୍ରଶେଖର ଏକାଡେମୀର ୨ ଛାତ୍ର । ସେମାନେ ଡିସେମ୍ୱର ୨ ତାରିଖରେ ଜାପାନ ଯିବେ । ଲଗାତାର ୨ ବର୍ଷ ଧରି ଦୁଇ ଛାତ୍ର ଜାପାନ ଭାଷା ସହିତ ଆଇଟି ପାଠ୍ୟକ୍ରମ ଅଧୟନ କରୁଥିଲେ । ସେମାନ ଙ୍କୁ ଜାପାନର ଏକ ଆଇଟି କମ୍ପାନୀ ମନୋ ନୀତ କରିଥିବା ଏକାଡେମୀର ଚେୟାର ମ୍ୟାନ ତଥା ଇଣ୍ଡିଆ- ଜାପାନ ଫ୍ରେଣ୍ଡ୍ ସିପ ସେଣ୍ଟର ସଭାପତି ଶ୍ରୀମନ୍ତ କୁମାର ଦାଶ ସୂଚନା ଦେଇଛନ୍ତି। ଦୁଇ ଛାତ୍ର ହେଲେ ରାକେଶ କୁମାର ବେହେରା ଓ ପ୍ରକାଶ ଚନ୍ଦ୍ର ବରାଳ। ଏହାକୁ ନେଇ ଏକାଡେମୀ ସମେତ ପୁରୀ ସହରରେ ଖୁସିର ଲହରି ଖେଳିଯାଇଛି। ଏହି ୨ ଛାତ୍ରଙ୍କ କୃତିତ୍ବ ଯୋଗୁଁ ଏକାଡେମୀ ଆଜି ଗର୍ବିତ ବୋଲି ଶ୍ରୀ ଦାଶ ମତବ୍ୟକ୍ତ କରିଛନ୍ତି । ଏନେଇ ରାକେଶ କୁହନ୍ତି, ଯାଜପୁରରୁ ଆସି ପୁରୀରେ ରହିବା ପରେ ଚନ୍ଦ୍ରଶେଖର ଏକାଡେମୀରେ ଗରିବ ଓ ମେଧାବୀ ପିଲାମାନଙ୍କୁ ଜାପାନ ଭାଷା ଓ ଆଇଟି ଶିକ୍ଷା ଲାଭ କରିବା ପରେ ଜାପାନ କମ୍ପା ନୀରେ ନିଯୁକ୍ତି ମିଳୁଥିବା ଶୁଣିଥିଲି ।

ସେହି ଆଶା ନେଇ ଏକାଡେମୀରେ ୨ ବର୍ଷ ଧରି ଅଧ୍ୟୟନ କରିବା ପରେ ଆଜି ମୋ ଲକ୍ଷ୍ୟ ପୂରଣ ହୋଇଛି। ଅନୁଷ୍ଠାନ ନିକଟରେ ମୁ ଚିରରୁଣୀ ରହିବି ବୋଲି କହିଛନ୍ତି ରାକେ ଶ। ସେହିପରି ପ୍ରକାଶ କୁହନ୍ତି ଗ୍ରାମାଞ୍ଚଳରୁ ଆସି ମୁ ଆଜି ଜାପାନ କମ୍ପାନୀରେ ଚାକିରୀ ମିଳିବା ଭାଗ୍ୟର କଥା। ଏକାଡେ ମୀ ଯୋଗୁ ଆଜି ତାହା ସମ୍ଭବ ହୋଇ ପାରିଛି। ଏହି ଅବସରରେ ଜାପାନ, ତୋତରୀ ସରକାରଙ୍କ ବାଣିଜ୍ୟ ପରାମର୍ଶ ଦାତା ତଥା ପୁରୀ ସିଟି ବ୍ରାଣ୍ଡ ଆମ୍ବାସଡର କୁନା ଦାଶ ନିଯୁକ୍ତି ପାଇଥିବା ଦୁଇ ଛାତ୍ରଙ୍କୁ ଶୁଭେଛା ଜଣାଇଛନ୍ତି। ସୂଚନାଯୋଗ୍ୟ, ଗତ ୫ ବର୍ଷ ମଧ୍ୟରେ ଏକାଡେମୀରୁ ୨୫ରୁ ଅଧିକ ଛାତ୍ର ଜାପାନରେ ନିଯୁକ୍ତି ପାଇଛନ୍ତି।

Leave a Reply

Your email address will not be published. Required fields are marked *