ଦୁଇଦିନିଆ ଅମୃତକlଳ ସାଂସ୍କୃତିକ ସମାରୋହ ଶୁଭାରମ୍ଭ

ଦୁଇଦିନିଆ ଅମୃତକlଳ ସାଂସ୍କୃତିକ ସମାରୋହ ଶୁଭାରମ୍ଭ
ରାୟଗଡ଼ା-୨୮/୧୧-ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ ଅନୁକୂଲ୍ୟରେ ପୂର୍ବାଞ୍ଚଳ ସଂସ୍କୃତିକ କେନ୍ଦ୍ର, କଲିକତା ପକ୍ଷରୁ ଅମୃତ କାଳ ସାଂସ୍କୃତିକ ସମାରୋହ ଅବସରରେ ଦୁଇଦିନ ବ୍ୟାପୀ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି l ସ୍ଥାନୀୟ ବିଜୁପଟନାୟକ ଅଡିଟୋରିୟମଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅତିଥି ଭାବେ ଉଦଘାଟନୀ ସମାରୋହରେ ଯୋଗଦେଇଥିଲେ ଶ୍ରୀଯୁକ୍ତ ନବୀନ କୁମାର ନାୟକ, ପ୍ରକଳ୍ପ ପ୍ରଶାସକ ସମ୍ମନ୍ୱିତଆଦିବାସୀ ଉନ୍ନୟନ ସଂସ୍ଥା, ରାୟଗଡ଼ ଶ୍ରୀ ଚନ୍ଦ୍ରକାନ୍ତ ମାଝୀ,
ଜିଲ୍ଲାସୂଚନା ଓ ଲାକସମ୍ପର୍କ ଅଧିକାରୀ ଶ୍ରୀ ବସନ୍ତ କୁମାର ପ୍ରଧାନ,ଜିଲ୍ଲାସଂସ୍କୃତି ଅଧିକାରୀ ସୁସ୍ମିତା ବାଉରୀ, ଜିଲ୍ଲା ଶିଶୁସୁରକ୍ଷା ଅଧିକାରୀ ଶ୍ରୀ ମହାଦେବ ସିଛୁଆଁ ଏଵଂ
ପୂର୍ବାଞ୍ଚଳ ସାଂସ୍କୃତିକ କେନ୍ଦ୍ର କଲିକତାର ସହକାରୀ ନିର୍ଦେଶକ ଅଧିକାରୀ ଶ୍ରୀ କ୍ରିଷ୍ଣା ସରୋଜ ଆଦି ଯୋଗଦାନ କରିଥିଲେ l
କେନ୍ଦ୍ର ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ ଏବଂ ପୂର୍ବାଞ୍ଚଳ ସାଂସ୍କୃତିକ କେନ୍ଦ୍ର ଅନୁକୂଲ୍ୟରେ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଅମୃତକାଳ ସାଂସ୍କୃତିକ ସମାରୋହ ମାଧ୍ୟମରେ ଏକ ବିକଶିତ ଭାରତର ଯେଉଁ ପରିକଳ୍ପନା କରାଯାଇଛି ତାହା ଭାରତ ତଥା ଓଡ଼ିଶାର ସଂସ୍କୃତି ସମ୍ପର୍ଣ୍ଣ ନୃତ୍ୟ,ସଂଗୀତକୁ ଗରିମାମୟ କରିପାରିଛି ଏବଂ ଏହି ସମାରୋହ ମାଧ୍ୟମରେ ରାୟଗଡା ଜିଲ୍ଲା ସ୍ଥାନୀୟ କଳାକାର ଗୋଷ୍ଠୀ ନିଜର ନୃତ୍ୟ କଳା ପ୍ରଦର୍ଶନ କରୁଛନ୍ତି l ଜିଲ୍ଲା ପ୍ରଶାସନଙ୍କ ସହଯୋଗରେ ଦୁଇ ଦିନଧରି ଅନୁଷ୍ଠିତ ହେଉଥିବା ଏହି ସାଂସ୍କୃତିକ ସମାରୋହର ଉଦଘାଟନୀ ସନ୍ଧ୍ୟାରେ ମାଆ ସନ୍ତୋଷୀ କଳା ପ୍ରତିଷ୍ଠାନ ପକ୍ଷରୁ ଢେମସା ନୃତ୍ୟ, ଲାଞ୍ଜିଆ ସଉରା ପୁଟାସିଂହ ପକ୍ଷରୁ ଲାଞ୍ଜିଆ ସଉରା, ମାଆ ମଝିଘରିଆଣି ଡ୍ୟାନ୍ସ ଗ୍ରୁପ ପକ୍ଷରୁ ଚଇତି ଉତ୍ସବ ନୃତ୍ୟ, ପି ଡି ସି ଡ୍ୟାନ୍ସ ଗ୍ରୁପ ପକ୍ଷରୁ ଆଦିବାସୀ ଢେମସା ନୃତ୍ୟ ସହିତ ମାଆ ମାର୍କମା ନାଟ୍ୟ କଳା ସଂଗଠନ ପକ୍ଷରୁ ରାଧା ପ୍ରେମଲୀଳା ଏଵଂ ସେବା ସମାଜ ବାଳିକା ଶିଶୁ ଯତ୍ନ ଅନୁଷ୍ଠାନ ପକ୍ଷରୁ ସମ୍ବଲପୁରୀ ପରି ପରାମ୍ପରୀକ ନୃତ୍ୟ କାର୍ଯ୍ୟକ୍ରମ ମାନ କଳାକାର ମାନେ ପ୍ରସ୍ତୁତ କରାଯାଇଥିଲା l
କଳାକାର ଗ୍ରୁପ ମାନଙ୍କୁ ପୂର୍ବାଞ୍ଚଳ କ୍ଷେତ୍ରୀୟ ସାଂସ୍କୃତିକ କେନ୍ଦ୍ର ପକ୍ଷରୁ ଆର୍ଥିକ ସହାୟତା ରାଶି ମଧ୍ୟ ପ୍ରଦାନ କରାଯାଉଛି l ରାୟଗଡା କଳାକାର ମାନଙ୍କୁ ଉତ୍ସାହିତ କରିବାକୁ କଲିକତା ପୂର୍ବାଞ୍ଚଳ କ୍ଷେତ୍ରୀୟ ସାଂସ୍କୃତିକ କେନ୍ଦ୍ରଙ୍କ ଉଦ୍ୟମକୁ ସହଯୋଗ ଦେଇଛନ୍ତି ରାୟଗଡା ପ୍ରଶାସନ l ଏହି ଅବସରରେ ଗୁରୁମାନଙ୍କୁ ସମ୍ମାନିତ କରାଯାଇଥିଲା l ମାଆ ସନ୍ତୋଷୀ କଳା ପ୍ରତିଷ୍ଠାନ ପକ୍ଷରୁ ଗୁରୁ ସନ୍ତୋଷ କୁମାର ତାଣ୍ଡି,ଲାଞ୍ଜିଆ ସଉରା ପୁଟ ସିଂ ପକ୍ଷରୁ ଗୁରୁ ବୀରଭଦ୍ର ଦଳବେହେରା,ମାଆ ମଝିଘରିଆଣି ଡ୍ୟାନ୍ସ ଗ୍ରୁପ ପକ୍ଷରୁ ଗୁରୁ ଟି. ଶିବ ଭାସ୍କର,ପୀଡିସି ଡ୍ୟାନ୍ସ ଗ୍ରୁପ ପକ୍ଷରୁ ଗୁରୁ ଗୁପ୍ତେଶ୍ୱର ଶିକ୍କା,ମାଆ ମାର୍କମା ନାଟ୍ୟ କଳା ସଂଗଠନ ପକ୍ଷରୁ ଗୁରୁ ମଧୁ ସୁଦନ ମହାପାତ୍ର ଏଵଂ ରାୟଗଡା ସେବା ସମାଜ ବାଳିକା ଶିଶୁ ଯତ୍ନ ଅନୁଷ୍ଠାନ ପକ୍ଷରୁ ଦୀପ୍ତି ମାଡାମଙ୍କୁ ସମ୍ମାନିତ କରାଯାଇଥିଲା l ସ୍ଥାନୀୟ କଳାକାର ମାନଙ୍କ ସହିତ ଗୋବିନ୍ଦ ଚନ୍ଦ୍ର ଦେବ ଜିଲ୍ଲା ସ୍କୁଲର ଅନେକ ଛାତ୍ର ଛାତ୍ରୀ ଉପସ୍ଥିତ ରହିଥିଲେ ସେବା ସମାଜ ବାଳିକା ଶିଶୁ ଯତ୍ନ ଅନୁଷ୍ଠାନର ଅନେକ ଅନ୍ତେବାସୀ l ଉଦଘାଟନୀ ସନ୍ଧ୍ୟାର ପ୍ରଥମ ନିବେଦନ ଥିଲା କୋରାପୁଟିଆ ଢେମସା ନୃତ୍ୟ
ପ୍ରସ୍ତୁତ କରି ଥିଲେ ମାଆ ସନ୍ତୋଷୀ କଳା ପ୍ରତିଷ୍ଠାନ l.ଅନ୍ୟ ମାନଙ୍କ ମଧ୍ୟରେ ଲାଞ୍ଜିଆ ସଉରା ଆଦିବାସୀ ନୃତ୍ୟ ପ୍ରସ୍ତୁତ କରିଥିଲେ ଲାଞ୍ଜିଆ ସଉରା ପୁଟ ସିଂ ତୃତୀୟ ନୃତ୍ୟ ଥିଲା ଚଇତି ଉତ୍ସବ।ପରିବେଷଣ କରିଥିଲେ ଶିବ ଭାସ୍କର ଏଵଂ ସାଥି।
ଆଦିବାସୀ ଗୁରଖି ନୃତ୍ୟ ପରିବେଷଣ କରିଥିଲେ ପୀଡିସି ଡ୍ୟାନ୍ସ ଗ୍ରୁପ,ସେବା ସମାଜ ବାଳିକା ଶିଶୁ ଯତ୍ନ ଅନୁଷ୍ଠାନ ପରିବେଷଣ କରିଥିଲେ ସମ୍ବଲପୁରୀ ନୃତ୍ୟ।
ରାଧା ପ୍ରେମ ଲୀଳା ପ୍ରସ୍ତୁତ କରିଥିଲେ ମାଆ ମାର୍କମା ନାଟ୍ୟ କଳା ସଂଗଠନ l ଦ୍ଵିତୀୟ ସନ୍ଧ୍ୟାରେ ଅନେକ ନୃତ୍ୟ କାର୍ଯ୍ୟକ୍ରମ ନେଇ କାର୍ଯ୍ୟକ୍ରମ ମଧ୍ୟ ପ୍ରସ୍ତୁତ କରିବେ ରାୟଗଡା ଜିଲ୍ଲାର କଳାକାର ମାନେ।ଅତିଥି ମାନେ କଳାକାର ରାୟଗଡା ପ୍ରଶାସନ ଏବଂ ପୂର୍ବାଞ୍ଚଳ ସାଂସ୍କୃତିକ କେନ୍ଦ୍ରକୁ ବେଶ ପ୍ରଶଂସା କରିଥିଲେ। ରାୟଗଡ଼ାରୁ ନୃସିଂହ ଚରଣ ବାରିକଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *