ଷଷ୍ଠ ରାଜ୍ୟସ୍ତରୀୟ କବିତା ଓ ସାରସ୍ବତ ସମାରୋହ ଓ ସମ୍ବର୍ଦ୍ଧନା ଉତ୍ସବ ୨୦୨୫

ତା ୩୦-୧୧-୨୦୨୫ ରିଖ ରବିବାର, ଷଷ୍ଠ ରାଜ୍ୟସ୍ତରୀୟ କବିତା ଓ ସାରସ୍ବତ ସମାରୋହ ଓ ସମ୍ବର୍ଦ୍ଧନା ଉତ୍ସବ ୨୦୨୫ ଶରଣକୁଳ ନିକଟସ୍ଥ ହରିହରପୁର ଗ୍ରୀନ କ୍ଲବ ଠାରେ ଅନୁଷ୍ଠିତ ହୋଇଯାଇଅଛି। ଏହି ଅବସରରେ ସମ୍ବର୍ଦ୍ଧନା ପାରିବାର ଶରଣକୁଳ ତରଫରୁ ନୟାଗଡ଼ ଜିଲ୍ଲାର ଆଦର୍ଶ ଶିକ୍ଷକ,ଲେଖକ ତଥା କବି ଡକ୍ଟର ପ୍ରତାପ କୁମାର ପରିଡ଼ାଙ୍କୁ ମାନପତ୍ର ଓ ଉତ୍ତରୀୟ ଦେଇ ଦୋମୋଦର ସ୍ମୃତି ସମ୍ମାନରେ ସମ୍ମାନିତ ଓ ସମ୍ବର୍ଦ୍ଧନା କରଗଲା ତତ୍ ସହ ଆଦର୍ଶ ଶିକ୍ଷକ ଓ ଯୁବ ଲେଖକ କବି ମଞ୍ଚପରିଚାଳକ ଛାତ୍ରବତ୍ସଳ ଭାବରେ ବେଶ୍ ଜଣଶୁଣା ବୋଲି ସମ୍ବର୍ଦ୍ଧନା ପାରିବାର ଶରଣକୁଳ ତରଫରୁ ସଦସ୍ୟ ଗୋଦାବରୀ ବସନ୍ତିଆ ଉପସ୍ଥାପନା କରିଥଲେ। ମୁଖ୍ୟ ଅତିଥି ଡକ୍ଟର ଶାନ୍ତନୁ କୁମାର ରଥ, ଡକ୍ଟର ଯଦୁନାଥ ପ୍ରଧାନ, ଡକ୍ଟର ବେଣୁଧର ଦାସ ,ସଭାପତି ନିରାକାର ସ୍ୱାଇଁ , ପ୍ରତିଷ୍ଠାତା ଏମ.ଦୀନବନ୍ଧୁ, ସମ୍ପାଦିକା ହରପ୍ରିୟା ଦ୍ବିବେଦୀ ସଂଯୋଜକ ନିଳୀମା ନନ୍ଦ, ବଂଶୀଧର ମହାପାତ୍ର ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *