ଏସ୍‌.ବି.ଡି. ଇଣ୍ଟରନ୍ୟାସନାଲ୍ ସ୍କୁଲ ରେ ଜେ. ଡ଼ି. ଏମ୍. ଟ୍ୟାଲେଣ୍ଟ ସର୍ଚ୍ଚ ପ୍ରତିଯୋଗିତା ଅନୁଷ୍ଠିତ

*ଏସ୍‌.ବି.ଡି. ଇଣ୍ଟରନ୍ୟାସନାଲ୍ ସ୍କୁଲ ରେ ଜେ. ଡ଼ି. ଏମ୍. ଟ୍ୟାଲେଣ୍ଟ ସର୍ଚ୍ଚ ପ୍ରତିଯୋଗିତା ଅନୁଷ୍ଠିତ*କୋରାଇ ବ୍ଲକ ଅନ୍ତର୍ଗତ ଧନେଶ୍ଵର ପଞ୍ଚାୟତର ପାଟୁଳୀ ସ୍ଥିତ ଏସ୍‌.ବି.ଡି. ଇଣ୍ଟରନ୍ୟାସନାଲ୍ ସ୍କୁଲର ଦ୍ୱାଦଶ ତମ ଜେ. ଡ଼ି. ଏମ୍. ଟ୍ୟାଲେଣ୍ଟ ସର୍ଚ୍ଚ ପ୍ରତିଯୋଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ସ୍କୁଲ ଅଧ୍ୟକ୍ଷ ଦେବାଶିଷ ଦୀକ୍ଷିତ ଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥ୍‌ ଭାବେ କୋରେଇ ଥାନା ଭାରପ୍ରାପ୍ତ ଅଧିକାରୀ ରାକେଶ କୁମାର ତ୍ରିପାଠୀ ଯୋଗଦେଇ ଉଦ୍‌ଘାଟନ କରିଥିଲେ l ସ୍କୂଲର ପ୍ରଧାନ ଆଚାର୍ଯ୍ୟ ଡକ୍ଟର କଳ୍ପତରୁ ସାହୁ ଙ୍କ ପିଲାମାନଙ୍କ ବିଭିନ୍ନ ପ୍ରତିଯୋଗିତା ଓ ଜୀବନଚର୍ଯ୍ୟା ଗଠନ ଆମର ଦାୟିତ୍ବ ବୋଲି କହିଥିଲେ l ସମ୍ମାନିତ ଅତିଥ୍‌ ଭାବେ ସ୍କୁଲର ନିର୍ଦେଶକ ଯୁଧୂଷ୍ଠିର ଦେବତା, ବ୍ୟାସନଗର ସ୍ୱୟଂ ଶାସିତ ମହାବିଦ୍ୟାଳୟ ର ଇଂରାଜୀ ବିଭାଗୀୟ ମୁଖ୍ୟ ଡ଼ ପ୍ରଜ୍ଞା ପ୍ରବର୍ତ୍ତିକା ଦାଶ ଓ ବାଣିଜ୍ୟ ବିଭାଗ ଅଧ୍ୟାପିକା ଲିପ୍ସା ପ୍ରିୟଦର୍ଶିନୀ ଯୋଗଦେଇଥିଲେ l ଅତିଥି ମାନଙ୍କ ସ୍ୱାଗତ ନିମନ୍ତେ ସ୍କୁଲର ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ଆକର୍ଷଣୀୟ ସ୍ୱାଗତ ସଂଗୀତ ଓ ନୃତ୍ୟ ପରିବେଷଣ କରାଯାଇଥିଲା l ଯାଜପୁର ଜିଲ୍ଲାରୁ ବିଭିନ୍ନ ସ୍କୁଲର ଛାତ୍ର ଛାତ୍ରୀ ମାନେ ଏହି ଟ୍ୟାଲେଣ୍ଟ ସର୍ଚ୍ଚ ପ୍ରତିଯୋଗିତା ରେ ଭାଗ ନେଇଥିଲେ l ତେବେ ଏହି କାର୍ଯ୍ୟକ୍ରମ କୁ ସ୍କୁଲର ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନେ ସହଯୋଗ କରିଥିଲେ l

Leave a Reply

Your email address will not be published. Required fields are marked *