ଲାବଣ୍ୟ ଛକ ରାସ୍ତା ସମସ୍ୟା ସମାଧାନ ପାଇଁ ଶ୍ରିଜୟ ବରାଳଙ୍କ ସମ୍ବର୍ଧନା

କୋଣାର୍କ – କୋଣାର୍କ ଚନ୍ଦ୍ରଭାଗା ରାସ୍ତାର ଲାବଣ୍ୟ ଛକ ନିକଟରେ ଜାତୀୟ ରାଜପଥ ଜାଗା ସମସ୍ୟା ଯୋଗୁଁ କାର୍ଯ୍ୟ ହୋଇ ପାରିନଥିଲା। କୋଣାର୍କ ବାର ଆସୋସିଏସନ୍ ସଭାପତି ଶ୍ରିଜୟ ବରାଳ ନିଜ ଜାଗା ନେଇ କୋର୍ଟ ରେ ମାମଲା କରିଥିଲେ। ଯାହା ଫଳରେ କାର୍ଯ୍ୟ ଅଧା ପଡ଼ିଥିଲା। ଯେଉଁ କାରଣରୁ ରାସ୍ତା ଅବସ୍ଥା ଶୋଚନୀୟ ହୋଇ ଦୁର୍ଘଟଣା ମାନ ଘଟୁଥିଲା। କୋଣାର୍କ ଉତ୍ସବକୁ ଆଖି ଆଗରେ ରଖି ଜିଲ୍ଲା ପ୍ରଶାସନ ଶ୍ରୀଯୁକ୍ତ ବରାଳଙ୍କୁ ମାମଲା ଉଠାଇବା ସହ ରାସ୍ତା କାର୍ଯ୍ୟ କରିବାକୁ ଅନୁରୋଧ କରିଥିଲେ। ଏଥିରେ ଶ୍ରୀଯୁକ୍ତ ବିଶ୍ଵାଳ ବିନା ସ୍ବାର୍ଥ ଓ ଅର୍ଥ ରେ ଜାଗା ଛାଡିଥିଲେ। ଯାହାଦ୍ବାରା ଲୋକଙ୍କ ସୁବିଧା ଦୃଷ୍ଟିରୁ ପିଚୁ କାର୍ଯ୍ୟ ହୋଇଥିଲା। ଏନେଇ ଖୁସି ବ୍ୟକ୍ତ କରି କୋଣାର୍କ ଗୋପ ଉନ୍ନୟନ ପରିଷଦ ସଭାପତି ଭାସ୍କର ଶେଠ୍, ସମ୍ପାଦକ ନଟବର ମହାରଣା, ବିନାୟକ ସ୍ବାଇଁ, ପବିତ୍ର ନାୟକ, ବିଷ୍ଣୁ ବେହେରା, ଚିତ ରଞ୍ଜନ ପରିଡ଼ା, ଭଗବାନ୍ ମହାପାତ୍ର, ବିକ୍ରମ ସେନ୍ ପରିଡ଼ା ପ୍ରମୁଖ କୋଣାର୍କ ବାର ଆସୋସିଏସନ ଠାରେ ପହଞ୍ଚି ସଭାପତି ଶ୍ରିଜୟ ବରାଳଙ୍କୁ ସମ୍ବର୍ଧନା ଜଣାଇଥିଲେ।

Leave a Reply

Your email address will not be published. Required fields are marked *