ରେଣୁକା ସଂଗୀତ କଳାକେନ୍ଦ୍ର ର ପ୍ରଥମ ରେଣୁ ଉତ୍ସବ
ପୁରୀ ତା 30.11.25 ରିଖ ଦିନ ରେଣୁକା ସଂଗୀତ କଳାକେନ୍ଦ୍ର ର ପ୍ରଥମ ରେଣୁ ଉତ୍ସବ ପୁରୀ ବଡ଼ଦାଣ୍ଡ ସ୍ଥିତ ଅନ୍ନପୂର୍ଣ୍ଣା ରଙ୍ଗମଞ୍ଚରେ ମହା ଆଡ଼ମ୍ବରରେ ପାଳିତ ହୋଇଯାଇଛି ଉକ୍ତ ଉତ୍ସବ ରେ ପୁରୀର ପୂର୍ବତନ ବିଧାୟକ ଜୟନ୍ତ ଷଡ଼ଙ୍ଗୀ ଅଧକ୍ଷତା କରି ଅନୁଷ୍ଠାନ ର କଳାକାର ମାନଙ୍କ ଭୁୟଶୀ ପ୍ରଶଂସା କରିବା ସହ ସଂଗୀତ ନୃତ୍ୟ ଚିତ୍ରକଳା ଆଦି ଶିଶୁର ମାନସିକ ବିକାଶ ରେ ସହାୟକ ହୋଇଥାଏ ବୋଲି ମତ ବ୍ୟକ୍ତ କରିଥିଲେ।ପ୍ରାରମ୍ଭରେ, ଅନୁଷ୍ଠାନ ର ସମ୍ପାଦକ ଶକ୍ତି ପ୍ରସାଦ ନାୟକ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ,ସମାଜସେବୀ ଶ୍ରୀଯୁକ୍ତ ଚକ୍ରଧର ମହାପାତ୍ର, ଶିଶୁ ସାମଚାର ର ସମ୍ପାଦକ ସୁକାନ୍ତ କୁମାର ପଣ୍ଡା,ସମାଜସେବୀ ମନୋଜ ରଥ, ଶିକ୍ଷାବିତ ଡ଼ ପ୍ରମୋଦ ଆଚାର୍ଯ୍ୟ, ସାହିତ୍ୟିକା ଶ୍ରୀମତୀ ପ୍ରତିଭା ତ୍ରିପାଠୀ, ଶିକ୍ଷାବିତ ଶ୍ରୀମତୀ ବିଜୟ ଲଷ୍ମୀ ଦାଶ ମିଶ୍ର, ଶ୍ରୀମତୀ ରେଣୁକା ନାୟକ, ଜିଲ୍ଲା ସୂଚନା ଲୋକ ସମ୍ପର୍କ ଅତିରିକ୍ତ ନିର୍ଦ୍ଧେଶକ ସନ୍ତୋଷ କୁମାର ସେଠୀ, ଦି ବେଲ୍ଲ ର ସଭାପତି ସିଦ୍ଧାର୍ଥ ରାୟ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ଓଡିଶା ର କଳା ସାହିତ୍ୟ ସଂସ୍କୃତି ର ବ୍ୟାପକତା ସମ୍ପର୍କରେ ସମ୍ୟକ ଆଲୋକପାତ କରିଥିଲେ।

ସଭା କାର୍ଯ୍ୟ ପରେ ଅନୁଷ୍ଠାନ ର କଳାକାର ମାନଙ୍କ ଦ୍ୱାରା ଓଡିଶୀ ନୃତ୍ୟ, ମାହାରୀ ନୃତ୍ୟ ଭଜନ ନୃତ୍ୟ ଓଡିଶୀ ସଂଗୀତ, ଶାସ୍ତ୍ରୀୟ ସଂଗୀତ, ଛାନ୍ଦ ଓ ଚମ୍ପୁ ପରିବେଷଣ କରାଯାଇଥିଲା ଯନ୍ତ୍ରାଂଶ ରେ ସହଯୋଗୀତା କରିଥିଲେ, ଗୁରୁ ସତ୍ୟନାରାୟଣ ଗୁରୁ, ଗୁରୁ ହରିଶ୍ଚନ୍ଦ୍ର ଦାଶ, ଗୁରୁ ଅଶୋକ ଦାଶ, ଗୁରୁ ଶକ୍ତି ପ୍ରସାଦ ନାୟକ, ସଞ୍ଜୟ କୁମାର ପାତ୍ର ଏବଂ ପ୍ରତାପ ଦାଶ ମଞ୍ଚ ପରିଚାଳନା କରିଥିଲେ ସର୍ବାଣୀ ଦାଶ ଏବଂ ଡ଼ ଶ୍ରୀନିବାସ ଘଟୁଆରୀ ଏହି ପରିପ୍ରେକ୍ଷୀରେ ପ୍ରଥମ ରେଣୁକା ସମ୍ମାନ ବିଶିଷ୍ଟ ତବଲା ବାଦକ ଏବଂ ସଂଗୀତ ନିର୍ଦ୍ଧେଶକ ଆଲୋକ କୁମାର ମହାପାତ୍ର ଙ୍କୁ ପ୍ରଦାନ କରାଯାଇଥିଲା। ହେମା ମାଳିନୀ ଦାଶ, ଶ୍ରୀମତୀ ସଂଘମିତ୍ରା ନାୟକ, ଶ୍ରୀଯୁକ୍ତ ବିକ୍ରମ କୁମାର ସାହୁ, ଡ଼ ଦୁର୍ଗା ମାଧବ କର, ଶ୍ରୀଯୁକ୍ତ ରାମଚନ୍ଦ୍ର ନାୟକ, ଶ୍ରୀଯୁକ୍ତ ପ୍ରଭାକର ବିଶ୍ୱାଳ, ଇଂ ରାଜେଶ ମିଶ୍ର, ଶ୍ରୀଯୁକ୍ତ ପ୍ରଭାତ କୁମାର ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ ପରିଶେଷରେ, ଉଦଘୋଷକ ପ୍ରସନ୍ନ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।
