ସ୍ୱାବଲମ୍ବି ଓଡିଶା”ର କର୍ମଶାଳା

Date-1.12.2025Anchor: ଆମ ରାଜ୍ୟର ପ୍ରତି ଗ୍ରାମରେ କମାର ଓ କୁମ୍ଭାର ଠାରୁ ଆରଂଭ କରି ଢ଼ିଙ୍କି କୁଟା ଚୁଡା ଚାଉଳ ପର୍ଯ୍ୟନ୍ତ ଯେଉଁ କୁଟୀର ଶିଳ୍ପ ଥିଲା, ତାହା ଆଜି ସହରୀ ସଭ୍ୟତାର ଅନ୍ଧ ଗଳିରେ ବିଲୁପ୍ତ। ତେଣୁ ଆଜିର ବେକାର ଯୁବ ପିଢ଼ି ଚାକିରୀ ପଛରେ ନ ଗୋଡ଼ାଇ ନିଜେ ସ୍ୱାବଲମ୍ବୀ ହେବାକୁ ହେଲେ, ଦୃଢନିଷ୍ଟ ଭାବେ କୌଣସି କର୍ମକୁ ଛୋଟ ନ ଭାବି ଦକ୍ଷତା ପ୍ରଦର୍ଶନ କଲେ ଆଜି ସ୍ୱାବଲମ୍ବୀ ଓଡ଼ିଶାର କର୍ମଶାଳାର ମୂଳଲକ୍ଷ୍ୟ ସାର୍ଥକ ହେବ ବୋଲି ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ବ୍ୟକ୍ତି ବିଶେଷ ଉପସ୍ଥିତ ଯୁବ ପିଢିଙ୍କୁ ଆହ୍ୱାନ ଦେଇଥିଲେ। ଭଦ୍ରକର ସିଏମ ଫିଟନେସ କ୍ଲବର ସମ୍ମିଳନୀ କକ୍ଷରେ ସ୍ୱାବଲମ୍ବୀ ଓଡିଶା ଓ ଅଭ୍ୟକ୍ତି ଟେକର ମିଳିତ ଉଦ୍ୟମରେ ଆୟୋଜିତ ଏହି “ଚା ଖଟ୍ଟି” ନାମକ ଆଲୋଚନା ଓ ଭାବ ବିନିମୟ କାର୍ଯ୍ୟକ୍ରମରେ ସ୍ୱାବଲମ୍ବୀ ଓଡ଼ିଶାର ଅଧ୍ୟକ୍ଷ ତଥା ଟେଷ୍ଟ କ୍ୱେଷ୍ଟ ର ପ୍ରତିଷ୍ଠାତା ସଦାଶିବ ମିଶ୍ର ଅଧ୍ୟକ୍ଷତା କରିଥିବା ବେଳେ ସ୍ୱାବଲମ୍ବୀ ଓଡିଶାର ସଦସ୍ୟ ତଥା ଅଭ୍ୟକ୍ତି ଟେକର ପ୍ରତିଷ୍ଠାତା ଅଧ୍ୟକ୍ଷ ଜୀବନ ଜ୍ୟୋତି ମହାକୁଡ଼ କର୍ମଶାଳାକୁ ଉଦଘାଟନ କରି ସ୍ୱାଗତ ସମ୍ଭାଷଣ ପ୍ରଦାନ କରିଥିଲେ। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଅଂଶ ଗ୍ରହଣ କରିଥିବା ଭଦ୍ରକର ଜଣେ ସଫଳ ଯୁବଦ୍ୟୋଗୀ “କଲ୍ୟାଣୀ ଗ୍ରୁପ ଅଫ କମ୍ପାନୀର ପ୍ରତିଷ୍ଠାତା ଓ ପରିଚାଳନା ନିର୍ଦେଶକ ବିଭୁ ଚନ୍ଦନ ଜେନା ଓ ଯୁବ ଉଦ୍ୟୋଗୀ ସିଏମ ଫିଟନେସ କ୍ଲବର ପ୍ରତିଷ୍ଠାତା,ୱେଲନେସ୍ କୋଚ ଚନ୍ଦନ ମହାପାତ୍ରଙ୍କୁ ଶ୍ରୀ ମିଶ୍ର ପୁଷ୍ପାଗୁଚ୍ଛ,ଉତ୍ତରୀୟ ଓ ମମେଣ୍ଟ ଦେଇ ସମ୍ବର୍ଦ୍ଧିତ କରିଥିଲେ। ଏବଂ “ବଡ ଖବର”ର ଭଦ୍ରକ ଜିଲ୍ଲା ବ୍ୟୁରୋ ଚିଫ, ବରିଷ୍ଠ ସାମ୍ବାଦିକଙ୍କ ସମେତ ସଫଳ ଯୁବଦ୍ୟୋଗୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା।ଏହି କର୍ମଶାଳାରେ ଭଦ୍ରକର ବହୁ ଉଦ୍ୟୋଗୀ, ବ୍ୟବସାୟୀ, ଷ୍ଟାର୍ଟଅପ୍ ସଂସ୍ଥାପକ, ନିବେଶକ ଏବଂ ନବାଚାରୀମାନେ ସକ୍ରିୟ ଅଂଶ ଗ୍ରହଣ କରି ଭାବରେ ଭଦ୍ରକକୁ ନବାଚାର, ଉଦ୍ୟମୀତା ଓ ପ୍ରଯୁକ୍ତିର ଉଦିୟମାନ କେନ୍ଦ୍ର ଭାବେ ଗଢ଼ି ତୋଳିବାର ଶପଥ ନେଇଥିଲେ।ସିଏମ ଫିଟନେସ କ୍ଲବ, ଆଲେକ୍ସ ବାଇଓଫୁଏଲ ଓ ଆରାଧନା ମାଇକ୍ରୋ କେଆର ଫାଉଣ୍ଡେସନ ପ୍ରାୟୋଜିତ ଏବଂ ମିଡ଼ିଆ ପାର୍ଟନର “ବଡ ଖବର “ର ମିଳିତ ସହଯୋଗରେ ଅନୁଷ୍ଠିତ ଏହି କର୍ମଶାଳାକୁ ଯୁବାଦ୍ୟୋଗୀ ଗୌତମ ବାରିକ ପରିଚାଳନା କରିବା ସହ ଧନ୍ୟବାଦ ଦେଇଥିଲେ।

Leave a Reply

Your email address will not be published. Required fields are marked *