ୟୁଥ ରେଡ଼ କ୍ରସ କ୍ୟାମ୍ପ
oDate-01/12/25- ଜଗତସିଂହପୁର ଜିଲ୍ଲା ଆଶ୍ରମ ପାଟଣା ସ୍ଥିତ ବିଜୁ ପଟ୍ଟନାୟକ ସ୍ନାତକ ମହାବିଦ୍ୟାଳୟ ଆନୁକୂଲ୍ୟରେ ୟୁଥ ରେଡ଼ କ୍ରସ ତରଫରୁ ତିନିଦିନିଆ ଏକ ଶିକ୍ଷା ଓ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇ ଯାଇଛି । ଏହି ତିନି ଦିନ ବ୍ୟାପି ପ୍ରଶିକ୍ଷଣ ଶିବିରରେ ଜଗତସିଂହପୁର ଜିଲ୍ଲାର 25 ଟି ସ୍ନାତକ ମହାବିଦ୍ୟାଳୟ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର୍ ଛାତ୍ରଛାତ୍ରୀ ମାନେ ଯୋଗ ଦେଇ ଛନ୍ତି । ଉଦ୍ଘାଟନୀ ଉତ୍ସବରେ ରାଜ୍ୟ ସଂଯୋଜକ ଗୋପାଳ କୃଷ୍ଣ ମିଶ୍ର, ଜିଲ୍ଲା ସଂଯୋଜିକା କଲ୍ୟାଣ ପଣ୍ଡା, ଅମିତାଭ ସ୍ବାଇଁ, ଜିଲ୍ଲା ସଂସ୍କୃତି ଅଧିକାରୀ ଦିଲୀପ କୁମାର ଜେନା, ଓ ଜିଲ୍ଲା ର୍ ଯୁବ ରେଡକ୍ରସ କାଉନସିଲର ମାନେ ଯୋଗଦାନ କରିଥିବା ବେଳେ ବିଜୁ ପଟ୍ଟନାୟକ ସ୍ନାତକ ମହାବିଦ୍ୟାଳୟ ର୍ ଅଧ୍ୟକ୍ଷ ପ୍ରଦୀପ କୁମାର ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଥିଲା ଏହି ତିନି ଦିନିଆ ପ୍ରଶିକ୍ଷଣ ଶିବିର । ପରେ ବିଭିନ୍ନ ବିଭାଗ ପକ୍ଷରୁ ଏହି ପ୍ରଶିକ୍ଷଣ ଶିବିରରେ ଆଲୋଚନା କରାଯାଇଥିଲା ।
