ମୋବାଇଲ ହ୍ୟାଣ୍ଡସେଟରେ ସଞ୍ଚାର ସାଥୀ ଆପ୍‌ ପ୍ରି-ଇନଷ୍ଟଲ ପାଇଁ ଦୂରସଞ୍ଚାର ବିଭାଗର ନିର୍ଦ୍ଦେଶ

ମୋବାଇଲ ହ୍ୟାଣ୍ଡସେଟରେ ସଞ୍ଚାର ସାଥୀ ଆପ୍‌ ପ୍ରି-ଇନଷ୍ଟଲ ପାଇଁ ଦୂରସଞ୍ଚାର ବିଭାଗର ନିର୍ଦ୍ଦେଶ ଆଗୁଆ ଇନଷ୍ଟଲ୍‌ ହୋଇଥିବା ଆପ୍‌ ଦୃଶ୍ୟମାନ, କାର୍ଯ୍ୟକ୍ଷମ ଏବଂ ପ୍ରଥମ ସେଟଅପ୍‌ରେ ଗ୍ରାହକଙ୍କ ପାଇଁ ବ୍ୟବହାରଯୋଗ୍ୟ ହୋଇଥିବା ଆବଶ୍ୟକଡିଭାଇସ୍‌ ସେଟଅପ୍‌ ସମୟରେ ଆପ୍‌ ସହଜରେ ବ୍ୟବହାରକାରୀଙ୍କୁ ଆକ୍ସେସିବଲ ହେବାର ବ୍ୟବସ୍ଥା ମୋବାଇଲ ନିର୍ମାତା କରିବା ଉଚିତ୍‌; ଏହାର କୌଣସି ଫିଚର୍‌ ଡିଜେବ୍ଲ କିମ୍ବା ସୀମିତ ହେବା ଉଚିତ୍‌ ନୁହେଁ120 ଦିନ ମଧ୍ୟରେ ଅନୁପାଳନ ରିପୋର୍ଟ ଦାଖଲ ଲାଗି ନିର୍ଦ୍ଦେଶଏଣିକି ଭାରତରେ ବ୍ୟବହୃତ ହେଉଥିବା ସବୁ ମୋବାଇଲ ହ୍ୟାଣ୍ଡସେଟରେ ସଞ୍ଚାର ସାଥୀ ଆପ୍‌ ପ୍ରି-ଇନଷ୍ଟଲ୍‌ ବା ଆଗୁଆ ଇନଷ୍ଟଲ ହେବା ଆବଶ୍ୟକ। ଭାରତରେ ନିର୍ମିତ ଏବଂ ଭାରତରେ ବ୍ୟବହାର ଲାଗି ଆମଦାନୀ ହେଉଥିବା ସବୁ ହ୍ୟାଣ୍ଡସେଟ୍‌ ପାଇଁ ଏହା ବାଧ୍ୟତାମୂଳକ ବୋଲି ଭାରତ ସରକାରଙ୍କ ଦୂରସଞ୍ଚାର ବିଭାଗ ନିର୍ଦ୍ଦେଶ ଦେଇଛି। ଏହାଦ୍ୱାରା ମୋବାଇଲ୍‌ ହ୍ୟାଣ୍ଡସେଟ୍‌ ଅସଲି ବୋଲି ପ୍ରମାଣିତ ହୋଇପାରିବ। ଏଥିସହିତ ଦୂରସଞ୍ଚାର ଉତ୍ସର ସନ୍ଦିଗ୍ଧ ଅପବ୍ୟବହାର ସମ୍ପର୍କରେ ସହଜରେ ଅଭିଯୋଗ କରାଯାଇପାରିବ ଏବଂ ସଞ୍ଚାର ସାଥୀ କାର୍ଯ୍ୟକ୍ରମର ପ୍ରଭାବୀ କାର୍ଯ୍ୟକାରିତା ସୁନିଶ୍ଚିତ ହୋଇପାରିବ। ମୋବାଇଲ୍‌ ହ୍ୟାଣ୍ଡସେଟର ସବୁ ନିର୍ମାତା ଏବଂ ଆମଦାନୀକାରୀମାନଙ୍କୁ ଏହି ନିର୍ଦ୍ଦେଶ ପାଳନ କରିବାକୁ କୁହାଯାଇଛି ।ଡିଭାଇସ୍ ସେଟଅପ୍ ସମୟରେ ଆପ୍ ସହଜରେ ବ୍ୟବହାରକାରୀଙ୍କୁ ଆକ୍ସେସିବଲ ହେବାର ବ୍ୟବସ୍ଥା ମୋବାଇଲ ନିର୍ମାତା କରିବା ଉଚିତ୍ ବୋଲି ଏହି ନିର୍ଦ୍ଦେଶରେ କୁହାଯାଇଛି । ଏହାର କୌଣସି ଫିଚର୍ ଡିଜେବ୍ଲ କିମ୍ବା ସୀମିତ ହେବା ଉଚିତ୍ ନୁହେଁ ବୋଲି ଦୂରସଞ୍ଚାର ବିଭାଗ କହିଛି । ଏହାସହିତ ଭାରତରେ ପୂର୍ବରୁ ନିର୍ମାଣ ହୋଇସାରିଥିବା ଏବଂ ବଜାରରେ ବିକ୍ରି ପାଇଁ ଉପଲବ୍ଧ ହୋଇଥିବା ସବୁ ମୋବାଇଲ୍‌ ଡିଭାଇସରେ ସଫ୍ଟୱେର ଅପଡେଟ୍‌ ଜରିଆରେ ଏହି ଆପ୍‌ କୁ ଇନଷ୍ଟଲ କରିବା ଲାଗି ମୋବାଇଲ ନିର୍ମାତା ଏବଂ ଆମଦାନୀକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । 90 ଦିନ ମଧ୍ୟରେ ନିର୍ଦ୍ଦେଶନାମାକୁ କାର୍ଯ୍ୟକାରୀ କରିବା ସହିତ 120 ଦିନ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ କୁହାଯାଇଛି ।ସାଇବର ଠକେଇ ପାଇଁ ଦୂରସଞ୍ଚାର ଉତ୍ସର ଅପବ୍ୟବହାରକୁ ରୋକିବା ଲାଗି ସଞ୍ଚାର ସାଥୀ କାର୍ଯ୍ୟକ୍ରମ ଆରମ୍ଭ କରିଛି ଦୂରସଞ୍ଚାର ବିଭାଗ । ଏହା ଦୂରସଞ୍ଚାର ସାଇବର ସୁରକ୍ଷା ସୁନିଶ୍ଚିତ କରୁଛି । ନାଗରିକମାନେ ସଞ୍ଚାର ସାଥୀ ଆପ୍‌ ଏବଂ ପୋର୍ଟାଲରେ ଆଇଏମଇଆଇ ନମ୍ବର ଦାଖଲ କରି ମୋବାଇଲ ହ୍ୟାଣ୍ଡସେଟ୍‌ ଅସଲି କିମ୍ବା ନକଲି ତାହା ଜାଣିପାରିବେ ଏବଂ କୌଣସି ପ୍ରକାର ସନ୍ଦିଗ୍ଧ ଅପବ୍ୟବହାର ସମ୍ପର୍କରେ ଅଭିଯୋଗ କରିପାରିବେ। ମୋବାଇଲ ହ୍ୟାଣ୍ଡସେଟ ଜରିଆରେ ଠକେଇ, ମୋବାଇଲ ଚୋରି ହେବା କିମ୍ବା ହଜିଯିବା, ନିଜ ନାମରେ ଥିବା ମୋବାଇଲ ସଂଯୋଗ ଯାଞ୍ଚ କରିବା ସହିତ ଆର୍ଥିକ ଓ ବ୍ୟାଙ୍କ କାରବାରକୁ ବିଶ୍ୱସନୀୟ କରିବା କ୍ଷେତ୍ରରେ ଏହି ଆପ୍‌ ଓ ପୋର୍ଟାଲ ବିଶେଷ ସହାୟକ ହେଉଛି ।ନିମ୍ନ ଲିଙ୍କରେ ସଞ୍ଚାର ସାଥୀ ଆପ୍‌ ଡାଉନଲୋଡ୍‌ କରାଯାଇପାରିବ:

Leave a Reply

Your email address will not be published. Required fields are marked *