ସମାଧାନ ଶିକ୍ଷା ନିକେତନର ନବମ ବାର୍ଷିକ କ୍ରୀଡା ଉତ୍ସବ ପାଳନ

ସମାଧାନ ଶିକ୍ଷା ନିକେତନର ନବମ ବାର୍ଷିକ କ୍ରୀଡା ଉତ୍ସବ ପାଳନ
ଆଠମଲ୍ଲିକ, ତା 06/12/25- ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ଅନ୍ତର୍ଗତ ଅଏଡାରେ ଅବସ୍ଥିତ ସମାଧାନ ଶିକ୍ଷା ନିକେତନ ର ନବମ ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ସ୍ଥାନୀୟ ଶୈବ ମନ୍ଦିରରେ ଯଥାରିତି ପୂଜାର୍ଚନା ପରେ ଏକ ପଟୁଆରରେ ମଶାଲ ଶୋଭାଯାତ୍ରା ହୋଇଥିଲା l ବିଦ୍ୟାଳୟର ଛାତ୍ର ଛାତ୍ରୀ, ଗୁରୁଜୀ ଗୁରୁମା ମାନେ ଏହି ଶୋଭାଯାତ୍ରାରେ ସାମିଲ ହୋଇଥିଲେ l

ସ୍ଥାନୀୟ ହାଇସ୍କୁଲ ପଡିଆରେ ଖେଳକୁଦ ପ୍ରତିଯୋଗିତା ହୋଇଥିଲା l ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର କୁନି କୁନି ଛାତ୍ର ଛାତ୍ରୀମାନେ ବିଭିନ୍ନ ଖେଳ ପ୍ରତିଯୋଗିତାରେ ଭାଗ ନେଇଥିଲେ l ଦୌଡ ପ୍ରତିଯୋଗିତା, ଲମ୍ବଡିଆଁ, ବାସ୍କେଟ ବଲ, ଦଉଡି ଡିଆଁ, ବେଲୁନ ଖେଳ, ବସ୍ତା ଡିଆଁ, ବାଟି ଚାମଚ ଇତ୍ୟାଦି ପ୍ରତିଯୋଗିତା ହୋଇଥିଲା l ଏହି ଅବସରରେ ବିଦ୍ୟାଳୟ ଅଧ୍ୟକ୍ଷ ରମେଶ ମହାନ୍ତି ଙ୍କ ସଭାପତିତ୍ୱରେ ଏକ ବୈଠକର ଆୟୋଜନ କରାଯାଇଥିଲା l ମୁଖ୍ୟ ଅତିଥି ଭାବେ ରବି ନାରାୟଣ ସାହୁ ଯୋଗଦାନ କରିଥିବା ବେଳେ ମୁଖ୍ୟ ବକ୍ତା ଭାବେ ଶତ୍ରୁଘ୍ନ ସାହୁ, ସମ୍ମାନିତ ଅତିଥି ଭାବେ ବିଦ୍ୟାଳୟ ଉପଦେଷ୍ଠl ମାଧବ ଚନ୍ଦ୍ର ସାହୁ, ଭଗବାନ ନାଏକ, ଖେଳ ଶିକ୍ଷକ ପ୍ରଭୁ ରଞ୍ଜନ ପ୍ରଧାନ,ଧନଞ୍ଜୟ ନାୟକ ବିଦ୍ୟାଳୟ କମିଟି ସଭ୍ୟ ବିପିନ ମଲ୍ଲିକ, ମାତୃମଞ୍ଚ ସଭାନେତ୍ରୀ ମାନସୀ ରାଜ, ସମ୍ପାଦିକା ନିବେଦିତା ସାହୁ ପ୍ରମୁଖ ଯୋଗଦାନ କରିଥିଲେ l ବିଦ୍ୟାଳୟ ନିର୍ଦ୍ଦେଶକ ବିନୟ କୁମାର ପଟ୍ଟନାୟକ ମଞ୍ଚ ପରିଚାଳନା କରିଥିଲେ l ସମସ୍ତ ଅତିଥି ମାନଙ୍କ ଦ୍ୱାରା କୃତି ଛାତ୍ର ଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା l ଗୁରୁମା ପ୍ରଭାତ ନଳିନୀ କ୍ଷେତି ଧନ୍ୟବାଦ ଅର୍ପଣ କରିଥିଲେ l ବିଦ୍ୟାଳୟ ଉପଦେଷ୍ଟା ଅରବିନ୍ଦ କ୍ଷେତି, ଗୁରୁଜୀ ନରହରି ପ୍ରଧାନ, ଗୁରୁମା ଭୂମିସୁତା ପ୍ରଧାନ, ଚିନ୍ମୟୀ କ୍ଷେତି, ସସ୍ମିତା ଭୁକ୍ତା ପ୍ରମୁଖ ସମସ୍ତ ଆୟୋଜନ କରିଥିଲେ l ଅଭିଭାବକ, ଅଭିଭାବିକାମାନେ ସମସ୍ତ ସହଯୋଗ କରିଥିଲେ l

Leave a Reply

Your email address will not be published. Required fields are marked *