ରାଧାକୃଷ୍ଣ ଥିଏଟର୍ କୁରାଲ ଦ୍ଵାରା ସାଧାରଣତନ୍ତ୍ର ଦିବସ ପାଇଁ ପ୍ରତିଯୋଗିତା
ଓଡ଼ଗାଁ – ତା ୨୧/୧/୨୬ ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ କୁରାଳ ଗ୍ରାମ ପଞ୍ଚାୟତ ସ୍ତରୀୟ ସମସ୍ତ ଶିକ୍ଷାନୁଷ୍ଠାନ ମାନକ ମିଳିତ ସାଧାରଣତନ୍ତ୍ର ଦିବସ ପାଳନ ନିମନ୍ତେ ପ୍ରାଥମିକ,ଉଚ୍ଚ ପ୍ରାଥମିକ,ଉଚ୍ଚ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଦେଶାତ୍ମବୋଧକ ସଂସ୍କାର ଧର୍ମୀ ପ୍ରତିଯୋଗିତା ଡିବେଟ୍,ସଙ୍ଗୀତ,କୁଇଜ୍,ଡ୍ରାମା,ଗୀତ, ଗ୍ରୁପନୃତ୍ୟ, ଡୁଏଟ , କଲର୍ ପେଣ୍ଟିଂ ,ଗଳ୍ପକଥନ ଓ ଗୀତ।ଭିନୟ ଇତ୍ୟାଦି କରାଯାଇଛି ।ପ୍ରତିବର୍ଷ ରାଧାକୃଷ୍ଣ ଥିଏଟର୍ ଦ୍ୱାରା ପଞ୍ଚାୟତ ସ୍ତରୀୟ ବିଦ୍ୟାଳୟ ମାନକର ମିଳିତ ପ୍ୟାରେଟ୍ ସହିତ ପ୍ରତିଯୋଗିତା କରାଯାଇ କୃତୀ ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ଓ ପ୍ରଶଂସା ପତ୍ର ବଣ୍ଟନ କରାଯାଇଥାଏ ।

ଆଜି ରାଧାକୃଷ୍ଣ ଥିଏଟର୍ ର ପରିଚାଳକ ବରିଷ୍ଠ ସାମ୍ବାଦିକ ଗଣେଶ୍ୱର ସାହୁଙ୍କ ତତ୍ତ୍ୱାବଧାନରେ କୁର।ଳ ନୋଡାଲ ହାଇସ୍କୁଲ ପରିସରରେ ପ୍ରତିଯୋଗିତା ମାନ କରାଯାଇଥିଲା ।ପ୍ରତିଯୋଗିତାର ବିଚାରକ ଭାବରେ ଶିକ୍ଷାବିତ୍ ଦିନବନ୍ଧୁ ମହାପାତ୍ର,ଶରତ ଚନ୍ଦ୍ର ଆଚାର୍ଯ୍ୟ,ରାମେଶ୍ୱର ପଣ୍ଡା ଯୋଗଦେଇ ଥିବା ସମେତ ବରିଷ୍ଠ ସାମ୍ବାଦିକ ସୁନୀଲ କୁମାର ପଟ୍ଟନାୟକ ସମ୍ବାଦ ଓ ଓଡ଼ଗାଁ ବ୍ଲକ ସାମ୍ବାଦିକ ସଂଘ୍ ସଭାପତି ରାମକୃଷ୍ଣ ପରିଡ଼ା କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ପ୍ରାକ୍ତନ ଶିକ୍ଷକ ମନୋଜ କୁମାର ନାୟକ,ବ ଶିବପ୍ରସାଦ ଖଟେଇ ଓ ବିଦ୍ୟାଳୟର ଶିକ୍ଷକ ରାମକୃଷ୍ଣ ଦାସ ,ରଜତ କୁମାର ମହାପାତ୍ର, ରାକେଶ ନାୟକ ଓ ଶିକ୍ଷୟତ୍ରୀ ସସ୍ମିତା ପାଣିଗ୍ରାହୀ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।
