ଆଜିଠୁ ବଢ଼ିବ ବର୍ଷା : କିଛି ସ୍ଥାନରେ ୪୦ରୁ ୫୦ କିମି ପବନ ବହିବା ସମ୍ଭାବନା; ୧୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ।

ପଶ୍ଚିମାଝଡ଼ ପରେ ଆଜିଠୁ ବଢ଼ିପାରେ ବର୍ଷା । ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେବା ନେଇ ଆକଳନ କରିଛି ପାଣିପାଗ ବିଭାଗ । ଆଜି ମାଲକାନଗିରି, କୋରାପୁଟ, ଗଜପତି, ଗଞ୍ଜାମ, କନ୍ଧମାଳ, କେନ୍ଦୁଝର, ମୟୂରଭଞ୍ଜ ଓ ବାଲେଶ୍ୱର ଆଦି ଜିଲ୍ଲାଗୁଡ଼ିକରେ ବିଜୁଳି ଘଡ଼ଘଡ଼ି ସହିତ ବର୍ଷା ଆଶଙ୍କା ରହିଛି । ଏହି ସମୟରେ ପବନର ବେଗ ୪୦ରୁ ୫୦ କିମି ରହିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି ।

ସେପଟେ ଆସନ୍ତାକାଲି ଠାରୁ ବର୍ଷା ଓ ପବନ ଅଧିକ ବଢ଼ିବାର ସମ୍ଭାବନା ରହିଛି । ଆସନ୍ତାକାଲି ବିଶେଷକରି କେନ୍ଦୁଝର, ଯାଜପୁର, ଢେଙ୍କାନାଳ, କଟକ, କୋରାପୁଟ ଓ ମାଲକାନଗିରିରେ କୁଆପଥର ପଡ଼ିବାର ସମ୍ଭାବନା ରହିଛି । ସେଥିପାଇଁ ଏସବୁ ଜିଲ୍ଲାଗୁଡ଼ିକ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଗତ ତିନିଦିନ ଧରି ରାଜ୍ୟର ଅଧିକାଂଶ ସ୍ଥାନରେ କୋହଲା ପାଗ ରହିଥିଲା । ଏହାସହ କିଛି ସ୍ଥାନରେ ବର୍ଷା ସହ କୁଆପଥର ମାଡ଼ ମଧ୍ୟ ହୋଇଛି ।

Leave a Reply

Your email address will not be published. Required fields are marked *