ନୟାଗଡ଼ ସମର୍ପଣ ବୃଦ୍ଧାଶ୍ରମରେ ନିଆରା ଢଙ୍ଗରେ ଜନ୍ମଦିନ ପାଳନ

ନୟାଗଡ଼ ସମର୍ପଣ ବୃଦ୍ଧାଶ୍ରମରେ ନିଆରା ଢଙ୍ଗରେ ଜନ୍ମଦିନ ପାଳନ କଲେ ନୟାଗଡ଼ ତହସିଲଦାର ଶ୍ରୀ ରାଜେଶ କେଶରୀ ସ୍ୱାଇଁ ।


ନୟାଗଡ଼ 10/02:- ନୟାଗଡ଼ ସମର୍ପଣ ବୃଦ୍ଧାଶ୍ରମରେ ଆଜି ନିଆରା ଢଙ୍ଗରେ ଜନ୍ମଦିନ ପାଳନ କଲେ ନୟାଗଡ଼ ତହସିଲଦାର ଶ୍ରୀ ରାଜେଶ କେଶରୀ ସ୍ୱାଇଁ । ବୃଦ୍ଧାଶ୍ରମର ଅନ୍ତେବାସୀ ଙ୍କ ସହ ବହୁ ଆନନ୍ଦ ରେ ଶ୍ରୀ ସ୍ବାଇଁ କେକ୍ କାଟି ଜନ୍ମଦିନ ପାଳନ କରିଥିଲେ । ଏହି ଅବସରରେ ଶ୍ରୀ ସ୍ବାଇଁ ଏବଂ ତାଙ୍କ ପତ୍ନୀ ଡ଼ ପ୍ରଜ୍ଞା ଦାସ, ସମସ୍ତ ଅନ୍ତେବାସୀ ଙ୍କୁ ମଶାରୀ ବଣ୍ଟନ କରି ବୟୋଜ୍ୟେଷ୍ଠଙ୍କ ଆଶୀର୍ବାଦ ଗ୍ରହଣ କରିଥିଲେ । ଆଜିର ମଧ୍ୟାହ୍ନ ଭୋଜନର ଆୟୋଜନ ମଧ୍ୟ ଶ୍ରୀ ସ୍ବାଇଁଙ୍କ ତରଫରୁ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସମସ୍ତ କାର୍ଯ୍ୟ କୁ ପରିଚାଳନା କରିଥିଲେ ସମର୍ପଣ ସଂପାଦକ ଶ୍ରୀ ଶ୍ରୀଧର ସାହୁ ଏବଂ ସଭ୍ୟ ଶ୍ରୀ ଧିରେନ୍ଦ୍ର କୁମାର ପଟ୍ଟନାୟକ। ବିବାହ ବାର୍ଷିକୀ କୁ ଆସିବେ ବୋଲି ଅନ୍ତେବାସୀ ଙ୍କୁ କଥା ଦେଇଥିଲେ ତହସିଲଦାର ଶ୍ରୀ ସ୍ବାଇଁ । ତହସିଲଦାର ଙ୍କୁ ଅତି ନିକଟରେ ପାଇଁ ଅନ୍ତେବାସୀ ମାନେ ନିଜର ଖୁସି ଜାହିର କରିଥିଲେ।

Leave a Reply

Your email address will not be published. Required fields are marked *