ଆସନ୍ତା ୨୨ ତାରିଖରେ ଅନୁଷ୍ଠିତ ହେବ ରାଜ୍ୟସ୍ତରୀୟ ବି.ଏଫ୍. ୦୭ କ୍ଲାସିକ୍ ଋପ୍ଟର୩ ସୁନ୍ଦର ସ୍ବାସ୍ଥ୍ୟ ପ୍ରତିଯୋଗୀତା

ଆସନ୍ତା ୨୨ ତାରିଖରେ ଅନୁଷ୍ଠିତ ହେବ ରାଜ୍ୟସ୍ତରୀୟ ବି.ଏଫ୍. ୦୭ କ୍ଲାସିକ୍ ଋପ୍ଟର୩ ସୁନ୍ଦର ସ୍ବାସ୍ଥ୍ୟ ପ୍ରତିଯୋଗୀତା

ପୁରୀ ତା୨୦/୦୨/୨୦୨୬ ପୁରୀର ଅଗ୍ରଣୀ ଜିମ୍ ଅନୁଷ୍ଠାନ ଭବାନୀ ଫିଟ୍‌ ୦୭ ତରଫରୁ ଆସନ୍ତା ତା୨୨/୦୨:୨୦୨୬ରିଖ ରବିବାର ଦିନ ପୁରୀ ପୌର ସଦନ ଠାରେ ରାଜ୍ୟସ୍ତରୀୟ ବି.ଏଫ୍,୦୭ କ୍ଲାସିକ୍ ଋପ୍ଟର-୩ ସୁନ୍ଦର ସ୍ବାସ୍ଥ୍ୟ ପ୍ରତିଯୋଗୀତା ଅନୁଷ୍ଠିତ ହେବ । ଏହି ପ୍ରତିଯୋଗୀତାରେ ଏହି ଚମ୍ପିୟାନ୍‌ସିପ୍ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ପ୍ରାୟତଃ ୧୫୦ରୁ ୨୦୦ କ୍ରୀଡ଼ାବିତ୍‌ ରାଜ୍ୟସ୍ତରୀୟ ବଢ଼ିବିଲ୍‌ଡିଙ୍ଗ୍ ଏବଂ ଫିଟ୍‌ନେସ୍ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ପାଇଁ ଆବେଦନ କରିଛନ୍ତି । ଏହି ପ୍ରତିଯୋଗିତାରେ ବଢିବିଲ୍‌ଡିଙ୍ଗ୍, ଓ ମହିଳାମାନଙ୍କ ପାଇଁ ଓମେନ୍ ଗ୍ଲାମର୍ ଏବଂ ଓମେନ୍ ସ୍ପୋର୍ଟସ୍ ମଡେଲ୍ ବର୍ଗ ରହିଅଛି । ବଢ଼ିବିଲ୍‌ଡିଙ୍ଗ୍‌ରେ ଓଜନ ଅନୁଯାୟୀ ୫ଟି ବର୍ଗ, ଉଚ୍ଚତା ଅନୁଯାୟୀ ୨ଟି ବର୍ଗ, ମେନରେ ଉଚ୍ଚତା ଅନୁଯାୟୀ ୨ଟି ବର୍ଗ, ଓମେନ୍ ଗ୍ରାମରରେ ୧ଟି ବର୍ଗ ଓ ଓମେନ୍ ସ୍ପୋର୍ଟସ୍ ମଡେଲ୍‌ରେ ୧ଟି ବର୍ଗ, ସମୁଦାୟ ୧୧ଟି ବର୍ଗ ରହିଅଛି । ବଡ଼ିବିଲ୍‌ଡିଙ୍ଗରେ ଚମ୍ପିୟନସ୍‌ଙ୍କ ୩୧,୦୦୦ଟଙ୍କା ଅର୍ଥ ରାଶି, ମେନ୍ୟୁ ଫିଜିକ୍‌ରେ ଚମ୍ପିୟନ୍‌ଙ୍କ ୧୫,୦୦୦ଟଙ୍କା ଅର୍ଥରାଶି, ଡେନିମ୍ ଜିନ୍ସରେ ଚମ୍ପିଅନ୍‌ଙ୍କ ୧୧,୦୦୦ଟଙ୍କା ଅର୍ଥରାଶି ସହିତ ଟ୍ରଫି, ମେଡାଲ୍ ଓ ପ୍ରମାଣପତ୍ର ପ୍ରଦାନ କରାଯିବ । ୧୧ଟି ବର୍ଗରେ ପ୍ରତ୍ୟେକ ବର୍ଗର ପ୍ରଥମ, ଦ୍ଵିତୀୟ ଓ ତୃତୀୟସ୍ନାନ ଅଧୁକାର କରିଥିବା ବିଜେତାମାନଙ୍କୁ ୫୧୦୦ଟଙ୍କା, ୩୧୦୦ଟଙ୍କା ଓ ୨୧୦୦ଟଙ୍କା ଅର୍ଥରାଶି ସହିତ ଟ୍ରଫି, ମେଡାଲ୍ ଓ ପ୍ରମାଣପତ୍ର ପ୍ରଦାନ କରାଯିବ ।

ଏହି ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଅତିଥି ଭାବରେ ପୁରୀର ସାଂସଦ ଡଃ ସମ୍ବିତ ପାତ୍ର, ରାଜ୍ୟସଭା ସାଂସଦ ଶୁଭାଶିଷ୍ ଖୁଣ୍ଟିଆ, ପୁରୀର ପୂର୍ବତନ ବିଧାୟକ ଜୟନ୍ତ କୁମାର ଷଡଙ୍ଗୀ, ନିମାପଡ଼ାର ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ସମୀର ରଞ୍ଜନ ଦାଶ, ଜିଲ୍ଲାପାଳ ଶ୍ରୀଯୁକ୍ତ ଦିବ୍ୟାଜ୍ୟୋତି ପରିଡ଼ା, ଆରକ୍ଷୀ ଅଧୂକ୍ଷକ ପ୍ରତୀକ ସିଂ, ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ବେହେରା, ପୁରୀ ପୌର ଅଧୁକାରୀ ଅଭିମନ୍ୟୁ ବେହେରା, ଉପ ଆରକ୍ଷୀ ଅଧୀକ୍ଷକ (ସହର) ରଶ୍ମୀରଞ୍ଜନ ମହାପାତ୍ର, ସହ ନିର୍ଦ୍ଦେଶକ, ସୂଚନା ଓ ଲୋକ ସମ୍ପର୍କ ବିଭାଗ ଶ୍ରୀଯୁକ୍ତ ସନ୍ତୋଷ କୁମାର ସେଠୀ, ଗୋକୁଳ ରଞ୍ଜନ ଦାସ, ମାନସ ଚକ୍ର, ସଂଗୀତା ଦାଶ, ସୁନୀଲ୍‌ କୁମାର ପ୍ରଧାନ, ପୂର୍ବତନ ନଗରପାଳ ଗୌରହରି ପ୍ରଧାନ, ସଦର ବ୍ଲକ୍ ଅଧ୍ଯକ୍ଷ ଦିବାକର ପାତ୍ର, ଡଃ ବଦ୍ରି ମିଶ୍ର, ସାମ୍ବାଦିକ ମଧୁସୂଦନ ମିଶ୍ର, ରାଜେଶ କୁମାର ମହାଜି, ପୁରୀ ଅର୍ବାନ ବ୍ୟାଙ୍କର ନିର୍ଦ୍ଦେଶକ ଅନୀଲ କୁମାର ସାହୁ, ଶ୍ୟାମ ପ୍ରକାଶ ସେନାପତି, ହେକ୍ଟର ମିଶ୍ର, ବିଶ୍ୱନାଥ ଓ ଶିବ ସୁନ୍ଦର ମିଶ୍ର ଆଦି ଯୋଗଦେବାର କାର୍ଯ୍ୟକ୍ରମ ରହିଅଛି ।

Leave a Reply

Your email address will not be published. Required fields are marked *