ଐତିହାସିକ ବଜେଟ କୁ ଜଗତସିଂହପୁର ଠାରେ ବିଜେପି କର୍ମୀ ଉତ୍ସାହିତ
ରାଜ୍ୟ ବଜେଟରେ ଜଗତସିଂହପୁର ଜିଲ୍ଲା ପାଇଁ ନୂତନ ବିଶ୍ୱ ବିଦ୍ୟାଳୟ ଓ ଇଂଜିନିୟରିଂ କଲେଜ ପ୍ରତିଷ୍ଠାକୁ ନେଇ ମୁଖ୍ୟମନ୍ତ୍ରୀ ରଖିଥିବା ପ୍ରସ୍ତାବକୁ ନେଇ ସାରା ଜିଲ୍ଲାରେ ଖୁସିର ମାହୋଲ ସୃଷ୍ଟି ହୋଇଛି ।ଏହି ଅବସରରେ ନଗର ବିଜେପି ସଭାପତି ସୁଶାନ୍ତ କୁମାର ସ୍ବାଇଁଙ୍କ ନେତୃତ୍ୱରେ ବିଜେପି ନେତୃବୃନ୍ଦ ଓ କର୍ମୀମାନେ ସ୍ଥାନୀୟ ଥାନା ଛକ ଠାରେ ବାଣ ଫୁଟାଇ ଖୁସି ମନେଇବା ସହିତ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସାଧୁବାଦ ଦେଇଥିଲେ।ଶିକ୍ଷା,ସ୍ୱାସ୍ଥ୍ୟ,ଗମନାଗମନ କ୍ଷେତ୍ରରେ ଉନ୍ନତି ପାଇଁ ମୋହନ ସରକାରଙ୍କ ଜଗତସିଂହପୁର ଜିଲ୍ଲାକୁ ଦେଇଥିବା ଅନୁଦାନକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ନିକଟରେ କୃତଜ୍ଞତା ଜଣାଇଥିଲେ ବିଜେପି ନେତୃବୃନ୍ଦ ।
