ପୂର୍ବ ତଟ ରେଳପଥ ମହାପ୍ରବନ୍ଧକଙ୍କ ଖୋର୍ଦ୍ଧା ରୋଡ୍ ଡିଭିଜନର ନୟାଗଡ – ଜଖପୁରା ସେକ୍ସନର ନୀରିକ୍ଷଣ

ପୂର୍ବ ତଟ ରେଳପଥ ମହାପ୍ରବନ୍ଧକଙ୍କ ଖୋର୍ଦ୍ଧା ରୋଡ୍ ଡିଭିଜନର ନୟାଗଡ – ଜଖପୁରା ସେକ୍ସନର ନୀରିକ୍ଷଣ ।

ଭୁବନେଶ୍ୱର, ୨୦ ଫେବୃଆରୀ ୨୦୨୬

ପୂର୍ବ ତଟ ରେଳପଥର ମହାପ୍ରବନ୍ଧକ ଶ୍ରୀ ପରମେଶ୍ୱର ଫୁଙ୍କୱାଲ ପ୍ରମୁଖ ରେଳ ସ୍ଥାପନଗୁଡ଼ିକରେ ସୁରକ୍ଷା ମାନଦଣ୍ଡ, ଭିତ୍ତିଭୂମି ସ୍ଥିତି ଏବଂ କାର୍ଯ୍ୟକ୍ଷମ ଦକ୍ଷତା ସମୀକ୍ଷା କରିବା ପାଇଁ ଖୋର୍ଦ୍ଧା ରୋଡ୍ ଡିଭିଜନ ଅନ୍ତର୍ଗତ ନୟାଗଡ – ଜଖପୁରା ସେକ୍ସନର ଏକ ବ୍ୟାପକ ସୁରକ୍ଷା ଯାଞ୍ଚ କରିଥିଲେ। ତାଙ୍କ ସହିତ ଖୋର୍ଦ୍ଧା ରୋଡ୍ ମଣ୍ଡଳର ମଣ୍ଡଳ ରେଳ ପ୍ରବନ୍ଧକ ଶ୍ରୀ ଆଲୋକ ତ୍ରିପାଠି, ମୁଖ୍ୟାଳୟର ପ୍ରମୁଖ ବିଭାଗ ମୁଖ୍ୟ ଏବଂ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ଏହି ନିରୀକ୍ଷଣ ନୟାଗଡ ରେଳ ଷ୍ଟେସନରୁ ଆରମ୍ଭ ହୋଇଥିଲା, ଯେଉଁଠାରେ ମହାପ୍ରବନ୍ଧକ ପ୍ଲାଟଫର୍ମ, ପରିଚାଳନା ବ୍ୟବସ୍ଥା ଏବଂ ଯାତ୍ରୀ ସୁବିଧା ସମେତ ଷ୍ଟେସନ ଏବଂ ୟାର୍ଡର ବିଭିନ୍ନ ବ୍ୟବସ୍ଥାର ସମୀକ୍ଷା କରିଥିଲେ। ସେ ଆହୁରି ମଧ୍ୟ କୃ ଲବି, ସ୍ୱାସ୍ଥ୍ୟ ୟୁନିଟ୍ ଏବଂ ରନିଂ ରୁମ୍, ରେଳବାଇ କଲୋନି ଏବଂ ଶିଶୁ ଉଦ୍ୟାନଏବଂ ସେକ୍ସନର ଗୁରୁତ୍ୱପୂର୍ଣ୍ଣ ରେଳ ଷ୍ଟେସନ ଯଥା କେନ୍ଦୁଝରଗଡ଼, ହରିଚନ୍ଦନପୁର ରେଳ ଷ୍ଟେସନରେ ଯାତ୍ରୀ ସୁବିଧା ଓ ଅନ୍ୟାନ୍ୟ ବ୍ୟବସ୍ଥାର ମଧ୍ୟ ପୁଙ୍ଖାନୁପୁଙ୍ଖ ଯାଞ୍ଚ କରିଥିଲେ।

ଫ୍ରଣ୍ଟଲାଇନ୍ କର୍ମଚାରୀ ଏବଂ ଗ୍ୟାଙ୍ଗମ୍ୟାନଙ୍କ ସହିତ ଆଲୋଚନା ଏହି ନିରୀକ୍ଷଣର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଥିଲା, ଯେଉଁ ସମୟରେ ମହାପ୍ରବନ୍ଧକ ସେମାନଙ୍କର କାର୍ଯ୍ୟଜ୍ଞାନ, ସୁରକ୍ଷା ସଚେତନତା ଏବଂ କାର୍ଯ୍ୟକ୍ଷେତ୍ରରେ ଉପୁଜୁଥିବା ବିଭିର୍ଣ୍ଣ ଚ୍ୟାଲେଞ୍ଜ ଗୁଡିକ ଉପରେ ଖୋଲା ମତାମତ ଦେବାକୁ ଉତ୍ସାହିତ କରିଥିଲେ। ଶ୍ରୀ ଫୁଙ୍କୱାଲ କର୍ମଚାରୀ କଲ୍ୟାଣ ଏବଂ ଉନ୍ନତ ଜୀବନଯାପନ ପରିସ୍ଥିତି ପ୍ରତି ପ୍ରଶାସନର ପ୍ରତିବଦ୍ଧତାକୁ ପୁନଃନିର୍ଦ୍ଦେଶ କରି ରେଳ ପରିବାରମାନଙ୍କ ସହିତ ମଧ୍ୟ ଆଲୋଚନା କରିଥିଲେ।

ସୁରକ୍ଷା ଯାଞ୍ଚର ଅନ୍ୟ ପ୍ରମୁଖ ଅଂଶଗୁଡ଼ିକ ଥିଲା ଲେଭଲ କ୍ରସିଂ ଗେଟ୍, ଟାୱାର ୱାଗନ ସେଡ୍, ଟ୍ରାକ୍ସନ୍ ସବ୍ ଷ୍ଟେସନ୍, ସ୍ୱଳ୍ପ ଉଚ୍ଚତା ବିଶିଷ୍ଟ ଉପାମାର୍ଗ, କର୍ଭ, ଓ ସେତୁମାନଙ୍କୁ ପରିଦର୍ଶନ କରାଯାଇଥିଲା । ଏହାର ଉଦ୍ଦେଶ୍ୟ ସୁରକ୍ଷା ନିୟମ ପାଳନ, ପ୍ରାଥମିକ ଢାଞ୍ଚାର ସ୍ଥିତି ଓ ରକ୍ଷାବେକ୍ଷଣ ପ୍ରସ୍ତୁତିକୁ ମୂଲ୍ୟାଙ୍କନ କରିବା ଥିଲା ।

ନିରୀକ୍ଷଣ ସମୟରେ, ଶ୍ରୀ ପରମେଶ୍ୱର ଫୁଙ୍କୱାଲ ଅଧିକାରୀ ଏବଂ କର୍ମଚାରୀମାନଙ୍କୁ ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ ​​କରିବା, ରକ୍ଷଣାବେକ୍ଷଣ ମାନ ବୃଦ୍ଧି କରିବା ଏବଂ ନିର୍ଭରଯୋଗ୍ୟ ଏବଂ ସମୟାନୁବର୍ତ୍ତୀ ଟ୍ରେନ୍ ପରିଚାଳନା ସୁନିଶ୍ଚିତ କରିବା ପାଇଁ ଆବଶ୍ୟକ ନିର୍ଦ୍ଦେଶ ଜାରି କରିଥିଲେ। କର୍ତ୍ତବ୍ୟ ପ୍ରତି ସେମାନଙ୍କର ଆନ୍ତରିକ ପ୍ରତିବଦ୍ଧତା ପାଇଁ ପ୍ରଶଂସା ସ୍ୱରୂପ ସେ ଫ୍ରଣ୍ଟଲାଇନ୍ କର୍ମଚାରୀମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ।

ଏହି ନିରୀକ୍ଷଣ ପୂର୍ବତଟ ରେଳପଥର ସୁରକ୍ଷା, ପରିଚାଳନାଗତ ଉତ୍କର୍ଷତା, ଯାତ୍ରୀ ସୁବିଧା ଏବଂ କର୍ମଚାରୀ କଲ୍ୟାଣ ଉପରେ ଅବିରତ ଗୁରୁତ୍ୱକୁ ପ୍ରକାଶ କରୁଛି, ଯାହା ନିରାପଦ, କାର୍ଯ୍ୟକ୍ଷମ ଏବଂ ଯାତ୍ରୀ ଅନୁକୂଳ ରେଳ ସେବା ପ୍ରଦାନ କରିବା ପ୍ରତି ଏହାର ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି।

Leave a Reply

Your email address will not be published. Required fields are marked *