ସାମୁହିକ ବିବାହ ଉତ୍ସବ ପାଳନ
ସାମୁହିକ ବିବାହ ଉତ୍ସବ ପାଳନ
ବ୍ରହ୍ମପୁର :-୨୦/୦୨/୨୬ ବ୍ରହ୍ମପୁର ସହରର ଗୀତା ମନ୍ଦିର ପରିସରରେ ସାମୁହିକ ବିବାହ ଉତ୍ସବ ପାଳନ କରାଯାଇଛି । କାହ୍ନା ଚାରିଟେବୁଲ ଟ୍ରଷ୍ଟ ଆୟୋଜକରେ ସାକ୍ଷୀ ଏନଜିଓ ସହଯୋଗରେ ୧୫ଜଣ ନବଦମ୍ପତ୍ତିଙ୍କୁ ନେଇ ଆଜି ସାମୁହିକ ବିବାହ ବହୁ ଆଡମ୍ବରରେ ହୋଇଥିଲା । ବର ଓ କନ୍ଯା ପକ୍ଷରୁ ଚାରିଟେବୁଲ ଟ୍ରଷ୍ଟର ସଭ୍ଯ/ସଭ୍ଯା ଏବଂ ସକ୍ଷୀ ଏନଜିଓର ସଭ୍ଯ/ସଭ୍ଯାଙ୍କୁ ନେଇ ବରଯାତ୍ରୀ ଭାବେ ଆସି ବାଟବରଣ କରି ବ୍ରାହ୍ମଣ ପୁରୋହିତ ମାନଙ୍କ ଦ୍ବାରା ହିନ୍ଦୁ ରୀତିନୀତି ଅନୁସାରେ ବିବାହ ସମ୍ପନ୍ନ ହୋଇଥିଲା । ବରକନ୍ୟାଙ୍କୁ ଆଲମାରୀ ,ପେଢି ସହିତ ଅନ୍ଯାନ ଜିନିଷପତ୍ର ଦିଆଯାଇଥିବା ବେଳେ ସେମାନଙ୍କ ପାଇଁ ଆଗାମୀ ଦିନରେ ସବୁପ୍ରକାର ସହଯୋଗ ଓ ସହାୟତା ଯୋଗାଇଦେବାକୁ ଚାରିଏଟେବୁଲ ଟ୍ରଷ୍ଟ ପକ୍ଷରୁ ସୁଚନା ରହିଛି । ପ୍ରକାଶ ଥାଉକି ଗଞ୍ଜାମ ଜିଲ୍ଲାରେ ମାଁ ତରାତାରିଣୀ ପୀଠରେ ରାଜ୍ୟ ସରକାରଙ୍କ ପକ୍ଷରୁ ସାମୁହିକ ବିବାହ କାର୍ଯ୍ୟକ୍ରମ ହୋଇଥିଲେ ମଧ୍ୟ ଆଜିର ସାମୁହିକ ବିବାହ ଉତ୍ସବ ପାଳନ ନିଆରା ଢଙ୍ଗରେ କରାଯାଇଛି
