୩୦ ବର୍ଷ ପରେ ବନ୍ଧୁ ମିଳନ

କୋଣାର୍କ – କୋଣାର୍କ ନିକଟସ୍ଥ ରାମଚଣ୍ଡୀ ପୀଠରେ ଚିତ୍ରେଶ୍ବରୀ ହାଇ ସ୍କୁଲ ୧୯୯୭ ମସିହା ମେଟ୍ରିକ ବ୍ୟାଚ୍ ଛାତ୍ରଛାତ୍ରୀଙ୍କ ୩୦ ବର୍ଷ ପରେ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାକଟପୁର ବ୍ଲକ ଅବଦାନ ପଞ୍ଚାୟତ ଅନ୍ତର୍ଗତ ଚିତ୍ରେଶ୍ବରୀ ହାଇ ସ୍କୁଲ ୧୯୯୭ ମସିହା ମେଟ୍ରିକ ପରୀକ୍ଷା ଦେଇଥିବା ସାଙ୍ଗ ମାନେ ଦୀର୍ଘ ବର୍ଷ ପରେ ନିଜ ନିଜର ପରିବାର ବର୍ଗଙ୍କୁ ଧରି ରାମଚଣ୍ଡୀ ପୀଠରେ ଏକତ୍ରିତ ହୋଇଥିଲେ। ପୁରୁଣା ସ୍କୁଲ୍ ଦିନର ସ୍ମୃତି ମନେ ପକାଇ ଭାବ ବିହ୍ବଳ ହୋଇପଡ଼ିଥିଲେ ସମସ୍ତ ସାଙ୍ଗସାଥୀ। ନିଜ ନିଜର ମନ ଭାବନା ପରିପ୍ରକାଶ କରିବା ସହ ଜାତି ଧର୍ମ ଲିଙ୍ଗ ଧନୀ ଓ ଗରିବଙ୍କୁ ବାନ୍ଧିରଖେ ସାଙ୍ଗ ବୋଲି ଅଭିହିତ କରିଥିଲେ।

ଉତ୍ସବକୁ ରଙ୍ଗୀନ କରିବା ପାଇଁ କେକ୍ କାଟି ନିଜ ପୁରୁଣା ସାଙ୍ଗ ମାନଙ୍କ ସହ ଭୋଜି ଭାତର ଆସର କରି ମିଳିମିଶି ଖାଇଥିଲେ। ଏହି କାର୍ଯ୍ୟକ୍ରମରେ ନିରାକାର ବିଶ୍ୱାଳ, ସଞ୍ଜୟ ସାମଲ, ଚକ୍ରଧର ବେହେରା , ପ୍ରମୋଦ ବାରିକ, ରୋଜାଲିନି ଦାଶ , କାଳନ୍ଦୀ ମୁଦୁଲି , ସୂର୍ଯ୍ୟକାନ୍ତ ରାଉତ , ସଞ୍ଜୁଲତା ପାତ୍ର , ରଶ୍ମିତା ସେଠି , ସ୍ମରଣିକା ନାୟକ, କିରଣ ବାଳା ମିଶ୍ର, ପ୍ରଭାକର ବେହେରା , ସରସ୍ବତୀ କର , ସ୍ୱର୍ଣଲତା ସ୍ୱାଇଁ ଙ୍କ ସମେତ ୫୦ ରୁ ଉର୍ଦ୍ଧ୍ବ ବନ୍ଧୁ ବାନ୍ଧବୀ ମାନେ ଯୋଗଦେଇ ଖୁସି ମନାଇଥିଲେ।

Leave a Reply

Your email address will not be published. Required fields are marked *