ଶ୍ରୀରାମ ସେନା ପକ୍ଷରୁ ପୁରୁଣାକଟକ ସହର ପରିକ୍ରମା

ହରଭଙ୍ଗା, ୩୦/୦୩ –ବୌଦ୍ଧ ଜିଲ୍ଲା ହରଭଂଗା ବ୍ଲକ ପୁରୁଣା କଟକ ବଜାରରେ ଆଜି ରାମ ନବମୀ ଉପଲକ୍ଷେ ଶ୍ରୀରାମ ସେନା ପକ୍ଷରୁ ସହର ପରିକ୍ରମା କରାଯାଇଛି ।ଆଜି ମଧ୍ୟାହ୍ନ ସମୟରେ ଶ୍ରୀରାମ ସେନାର କର୍ମକର୍ତ୍ତା ଏକତ୍ରିତ ହୋଇ ପୁରୁଣାକଟକ ସ୍ଥିତ ହନୁମାନ ମନ୍ଦିର ଠାରୁ ଏକ ଶୋଭାଯାତ୍ରାରେ ବାହାରି ପୁରୁଣାକଟକ ବଜାର ପରିକ୍ରମା କରିଥିଲେ ।ଏଥିରେ ବଜରଙ୍ଗ ଦଳ ଜିଲ୍ଲା ସଂଯୋଜକ-ସମ୍ବିତ ପଟ୍ଟନାୟକ,ବିଜେପି ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ସୁଶାନ୍ତ ପ୍ରଧାନ,ସଂଗ୍ରାମ ବେହେରା, ଅରୂପା ଦୀପ ଙ୍କ ସହ ଶ୍ରୀରାମ ସେନାର ଅବିନାଶ ସାହୁ, ଅମିତ ବେହେରା ଙ୍କ ସମେତ ଶହ ଶହ ଶ୍ରୀରାମଭକ୍ତ ସାମିଲ ହୋଇଥିଲେ । ଏନେଇ ପୁରୁଣା କଟକ ପୋଲିସ ପକ୍ଷରୁ ବ୍ୟପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିବା ଦେଖିବାକୁ ମିଳିଥିଲା l

ରିପୋର୍ଟ- ସଦାନନ୍ଦ ନାଏକ ।

Leave a Reply

Your email address will not be published. Required fields are marked *