ଯାଜପୁର ରୋଡ ଓକିଲ ସଙ୍ଘ ର ନିର୍ବାଚନ ଅନୁଷ୍ଠିତ

ଆସନ୍ତା ୨୦୨୬-୨୦୨୭ ବର୍ଷ ପାଇଁ ଯାଜପୁର ରୋଡ ଓକିଲ ସଙ୍ଘ ଓ ବ୍ୟାସନଗର ବାର ଆସୋସିଏସନ ର ନିର୍ବାଚନ ଅନୁଷ୍ଠିତ ହୋଇଯାଇଅଛି l ଏହି ନିର୍ବାଚନ ରେ ଯାଜପୁର ରୋଡ ବାର ଆସୋସିଏସନ ତରଫରୁ ନବନିର୍ବାଚିତ ସଭାପତି ଭାବେ ମଙ୍ଗୁଳି ଚରଣ ସାହୁ, ଉପ ସଭାପତି ଭାବେ ଗୀତାଞ୍ଜଳି ପରିଡା, ସମ୍ପାଦକ ଭାବେ ବିଭୁ ପ୍ରସାଦ ସ୍ୱାଇଁ, ଯୁଗ୍ମ ସମ୍ପାଦକ ଭାବେ ସଞ୍ଜୟ କୁମାର ପେରେଇ, ସହ ସମ୍ପାଦକ ଭାବେ ଶୀତଲ କାନୁନଗୋ, କୋଷାଧକ୍ଷ ଭାବେ ଗଣନାଥ ରାଉତ, କାର୍ଯ୍ୟ ନିର୍ବାହୀ ସଦସ୍ୟ ଭାବେ ପୀତବାସ ଭୂୟାଁ ନିର୍ବାଚିତ ହୋଇଥିବା ବେଳେ ଏହି ନିର୍ବାଚନ କୁ ବଟକୃଷ୍ଣ ମହାପାତ୍ର ପରିଚାଳନା କରିଥିଲେ l ବ୍ୟାସନଗର ବାର ଆସୋସିଏସନ ତରଫରୁ ସଭାପତି ଭାବେ ନାରାୟଣ ପ୍ରସାଦ ପତି, ଉପସଭାପତି ବିଶ୍ୱମ୍ବର ସାମଲ, ସମ୍ପାଦକ ରବୀନ୍ଦ୍ର କୁମାର ନାୟକ, ଯୁଗ୍ମ ସମ୍ପାଦିକା ପ୍ରୀତି ପ୍ଲାଜା ମହାପାତ୍ର, କୋଷାଦକ୍ଷ ସନ୍ତୋଷ କୁମାର ସାହୁ,କାର୍ଯ୍ୟ ନିର୍ବାହୀ ସଦସ୍ୟ ଭାବେ ଅମୀୟ ରଞ୍ଜନ ଘଡ଼ାଇ, ଲାଇବ୍ରେରୀୟାନ ଭାବେ ବିରଜା ପ୍ରସାଦ ହାଲଦାର ନିର୍ବାଚିତ ହୋଇଛନ୍ତି l ସମସ୍ତ ନିର୍ବାଚିତ ପ୍ରତିନିଧି ଙ୍କୁ ଆଜି କୋର୍ଟ ପରିସରରେ ଆସୋସିଏସନ ତରଫରୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା l ଆଗାମୀ ଦିନରେ ସଙ୍ଘ କୁ ମଜଭୂତ କରିବା ସହିତ କୋର୍ଟର ଉର୍ନ୍ନତି ଓ ନିଷ୍ଠାପର ଭାବେ ଲୋକଙ୍କ ପାଇଁ କାର୍ଯ୍ୟ କରିବେ ବୋଲି ପ୍ରତିଶୃତି ଦେଇଥିଲେ l

Leave a Reply

Your email address will not be published. Required fields are marked *