ଯାଜପୁରରେ ଚୋରୀ ସୁନା ରୁପା ଅଳଙ୍କାର ପେଣ୍ଠ ସ୍ଥଳୀ, ଅଳଙ୍କାର ଆଉଟା କାରଖାନା ଭାଟି
ଯାଜପୁରରେ ଚୋରୀ ସୁନା ରୁପା ଅଳଙ୍କାର ପେଣ୍ଠ ସ୍ଥଳୀ, ଅଳଙ୍କାର ଆଉଟା କାରଖାନା ଭାଟି
ଯାଜପୁର ୨୯.୦୩ – ଯାଜପୁର ଟାଉନ ବଡ଼ ବଜାରରେ ସୁନା ରୁପା ଅଳଙ୍କାର ଆଉଟା କାରଖାନାରେ ଚୋର ମାନଙ୍କର ଆଡା ଦେଖିବାକୁ ମିଳୁଛି । ଚୋରଙ୍କ ଠାରୁ ସୁନା ଅଳଙ୍କାର କିଣି ତୁରନ୍ତ ତାକୁ ଆଉଟି ଦେଇଥାନ୍ତି ଭାଟି ମାଲିକ । ଏଠାରେ ଦୀର୍ଘଦିନ ହେବ ଅଣଓଡ଼ିଆ ମାନେ ଘର ଭଡା ନେଇ ଚୋରା ଅଳଙ୍କାର ଆଉଟିବା କାର୍ଯ୍ୟ କରୁଛନ୍ତି। ବଡ଼ ବଡ଼ ଚୋର ଡକାୟତଙ୍କର ଆଡାସ୍ଥଳୀ ପାଲଟିଛି ଅଳଙ୍କାର ଆଉଟା ଭାଟି। ପୋଲିସ ଓ ସେଣ୍ଟ୍ରାଲ ଅବକାରୀ ବିଭାଗ ସବୁ ଜାଣୁଥିଲେ ମଧ୍ୟ କାହିଁକି ନିରବଦ୍ରଷ୍ଟା ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ଜଣେ ବଡ଼ ବଜାର ଦୁର୍ଗା ମଣ୍ଡପରେ ଘର ଭଡା ନେଇ ଅଳଙ୍କାର ଆଉଟା ଭାଟି କରୁଥିବା ବେଳେ ଅନ୍ୟଜଣେ ଇନ୍ଦ୍ର ଆଖଣ୍ଡଳେଶ୍ୱର ନିକଟ ଏକ ଭଡା ଘରେ ଆଉଟା ଭାଟି କରୁଛନ୍ତି। ବଡ଼ ବଜାର ଏରିଆରୁ ବିଗତ ଦିନରେ ଚୋରା ସୁନା ଅଳଙ୍କାର ଚୋରଙ୍କ ଠାରୁ କିଣିବା ଅଭିଯୋଗରେ କେତେକ ଅଳଙ୍କାର ଦୋକାନୀ ଓ ଭାଟି ମାଲିକ ପୋଲିସ ଦ୍ୱାରା ଗିରଫ ହୋଇ ଜେଲ ଯାଇଛନ୍ତି। ଏମାନେ ଜିରୋ ବାଲାନ୍ସରେ ବେପାର ଆରମ୍ଭ କରି କୋଟି କୋଟି ଟଙ୍କାର ସମ୍ପତ୍ତି କୋଠା ବାଡ଼ି, ବ୍ୟାଙ୍କ ବାଲାନ୍ସ, ଗାଡି ମଟର କିପରି କରିଛନ୍ତି ତାହା ଇଡି ସଂସ୍ଥା ଦ୍ୱାରା ତଦନ୍ତ କରାଗଲେ ସମସ୍ତ ରହସ୍ୟ ପଦାକୁ ଆସନ୍ତା । ଏହି ଅଣଓଡ଼ିଆ ଯାଜପୁର ଅଂଚଳରେ ଆସି ଚୋରା ବ୍ୟବସାୟ କରି ଅଂଚଳକୁ ବଦନାମ କରୁଥିବାରୁ ଅନ୍ୟ ଅଂଚଳର ଲୋକମାନେ ଆକ୍ଷେପ ଓ ନିନ୍ଦିତ କରୁଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ବଡ଼ ବଜାର ଏରିଆରେ ବହୁ ମାନ୍ୟଗଣ୍ୟ ବ୍ୟବସାୟୀ, ଡାକ୍ତର, ଓକିଲ, ଶିକ୍ଷକ, ବୁଦ୍ଧିଜୀବୀ ମାନେ ଏହି ଅଣଓଡ଼ିଆ ସୁନା ବ୍ୟବସାୟୀ ଙ୍କ ପାଇଁ ଲଜ୍ଜିତ ହେଉଥିବା ବୁଦ୍ଧିଜୀବୀ ମାନେ କହିଛନ୍ତି। ଯାଜପୁର ପୋଲିସ ୧୫/୨୦ ଦିନ ପୂର୍ବରୁ ଚୋରା ସୁନା ରୁପା ମାମଲାରେ ଜଣେ ବ୍ୟବସାୟୀ ଓ ଜଣେ ଅଣଓଡ଼ିଆ ଅଳଙ୍କାର ଆଉଟା ଭାଟି ମାଲିକକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏମାନଙ୍କୁ ମୁକୁଳାଇବା ପାଇଁ ବଡ଼ ବଡ଼ ସୁନା ଦୋକାନୀ ମାନେ ଓକିଲ ଓ ସାମ୍ବାଦିକଙ୍କୁ ଲଗାଇଥିବା ଆଲୋଚନା ହେଉଛି। ସାଧାରଣରେ ଦାବୀ ଇଡି ସଂସ୍ଥା ଦ୍ୱାରା ଯଦି ଏହି ବେପାରୀ ଓ ଭାଟି ମାଲିକଙ୍କ ଉପରେ ଚଢ଼ାଉ କରାଯାଆନ୍ତା ତେବେ ଅଳ୍ପ ଦିନ ଭିତରେ କିପରି ବହୁ କୋଟି ସମ୍ପତ୍ତିର ମାଲିକାନା ହେଲେ ପ୍ରକୃତ ତଥ୍ୟ ସାମନାକୁ ଆସିବା ସହିତ ଚୋରା କାରବାର ବନ୍ଦ ହୁଅନ୍ତା। ଯାଜପୁର ଟାଉନରେ ଡ଼ିସିମିଲ ଜମିକୁ କୋଟି କୋଟି ଟଙ୍କାରେ କିଣି ବହୁତାଲା ବିଶିଷ୍ଟ ପ୍ରସାଦ ନିର୍ମାଣ କରିବା ସନ୍ଦେହ ଜାତ ହେଉଛି। ଜିଲ୍ଲା ପ୍ରଶାସନ ଏହାକୁ ଗମ୍ଭୀରତା ସହ ନେଇ ତଦନ୍ତ କରାଇବା ଉଚିତ ବୋଲି ସାଧାରଣରେ ଦାବୀ । ଆମେ ଯାଜପୁରିଆ ଆମେ ଓଡ଼ିଆ ଆମ ମାଟି ବଢିଆ ବୋଲି ପରିଚୟ ଦେଇ ପାରନ୍ତୁ।
