ରାମ ବନବାସ କାହାଣୀ ଶେଷ

          ରାମ ବନବାସ କାହାଣୀ ଶେଷ
              ( ରାଗ — ରସକୁଲ୍ୟା )

  🔹କବିରତ୍ନ ନୂତନ କୁମାର ବେହେରା

ରାମ ବନବାସ’ କାହାଣୀ ଶେଷ’
           ଆନନ୍ଦେ ଉଲ୍ଲାସ’ ଅଯୋଧ୍ୟା ଦେଶ’,
ଓଠେ ଫୁଟେ ହସ’ ମନ ସରସ’
       ନାଶିଲେ ରାକ୍ଷସ: ଅର୍ଜିଲେ ଯଶ’ ସେ’,
ପ୍ରଭୁ ମର୍ଯ୍ୟାଦା ପୁ’ରୁଷ’ ଯେ’
            ପାଇ ସୁସନ୍ଦେଶ’ ରାଇଜେ ହରଷ’
ମହକିଲା ତାର’ ବାସ’ ଯେ/୧/

ରାମ ହୋଇ ରାଜା ପାଳନ୍ତେ ପ୍ରଜା
               ବାଜୁଥାନ୍ତା ବାଜା ଉଡ଼ନ୍ତା ଧ୍ବଜା,
ପିତୃସତ୍ୟ ପାଳି ବନକୁ ଚଳି
       ପତ୍ନୀ ସାଥେ ମିଳି ଭ୍ରାତା ସମ୍ଭାଳି ସେ,
ରହିଲେ ଯନ୍ତ୍ରଣା ସହି ଯେ
             ଋଷିବେଶ ଧରି ଫଳାହାର କରି
କୁଟୀରେ ଥିଲେ ବୈଦେହୀ ଯେ/୨/

ଦେଖି ମାୟା ମୃଗ କରି ଅନୁରାଗ
         ସୀତା କଲେ ମାଗ ହେ ମହାଭାଗ !
କି ସୁନ୍ଦର ମୃଗ ଆସିଛି ସୁଯୋଗ
     କରିଣ ସଂଯୋଗ ଧର ଗୋ ଆଗ ସେ,
ମିନତି ମୋହର ଶୁଣ ଯେ
            ମନ ରଖ ପ୍ରିୟ ହୋଇଣ ସଦୟ
କରନା ମୋତେ ବାରଣ ଯେ/୩/

ସୀତାଙ୍କୁ ହରଣ କଲାରୁ ରାବଣ
              ଶ୍ରୀରାମ ଲକ୍ଷ୍ମଣ କରିଲେ ପଣ,
ଦୁହେଁ କରି ରଣ ରଖିବେ ମାନ
      ହେଲା ତା’ କାରଣ ଯୁଦ୍ଧେ ନିଧନ ସେ,
ଧ୍ଵଂସ ହେଲେ ତାର ବଂଶ ଯେ
           ସତୀ ଆଖି ଲୁହ ହୃଦୟର କୋହ
କଲା ବାରେ ସର୍ବନାଶ ଯେ/୪/

ଥିଲା ଯା’ ବିଦ୍ବେଷ ମନର ରୋଷ
         ଫେରିଲା ବିଶ୍ଵାସ ନାହିଁ ତା’ ତ୍ରାସ,
ରାମ ବନବାସ କାହାଣୀ ଶେଷ
         ଅମ୍ଳାନ ସୁଯଶ ଦିବ୍ୟ ପ୍ରକାଶ ସେ,
ଦୂର କରିଥାଏ କ୍ଳେଶ ଯେ
               ଧରମର ବଳ କରଇ ମଙ୍ଗଳ
ଜୀବନେ ଆଣେ ସନ୍ତୋଷ ଯେ/୫/

   ପ୍ରତିଷ୍ଠାତା ଓ ମୁଖ୍ୟସମ୍ପାଦକ,
‘ ନବସୃଜନ ‘ ଇ-ପତ୍ରିକା,
କୋହି,ବାରିପଦା,ମୟୂରଭଞ୍ଜ।

Leave a Reply

Your email address will not be published. Required fields are marked *