ନିଟ୍ ପରୀକ୍ଷା ବିଭ୍ରାଟ, ଛାତ୍ର ବିଜେଡିର ବିକ୍ଷୋଭ

ଭଦ୍ରକ, :- ନିଟ୍ ପ୍ରଶ୍ନପତ୍ର ଲିକ ପରେ ପରୀକ୍ଷା ବାତିଲ ହୋଇଛି। ଦେଶରେ ଏବେ ୨୨ ଲକ୍ଷ ପିଲା ମାନସିକ ଅସୁନ୍ତଳନ ଦେଇ ଗତି କରୁଛନ୍ତି। ବାରମ୍ବାର ଏହି ପ୍ରଶ୍ନ ପତ୍ର ହେବା ନେଇ କେନ୍ଦ୍ର ସରକାରଙ୍କୁ ଦାୟୀ କରିଛି ଭଦ୍ରକ ଜିଲ୍ଲା ଯୁବ ଓ ଛାତ୍ର ବିଜେଡି । ଆଜି ଭଦ୍ରକ ଟାଉନ ହଲ ଛକଠାରେ ଏକ ପ୍ରତିବାଦ ସଭା କରାଯାଇଛି। ଭଦ୍ରକ ଜିଲ୍ଲା ଯୁବ ବିଜେଡି ସଭାପତି ରାକେଶ ପଣ୍ଡା କହିଛନ୍ତି । ମେଧାବୀ ଛାତ୍ରଙ୍କ ଭବିଷ୍ୟତ ସହ ଖେଳାଯାଉଛି। ତୁରନ୍ତ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଇସ୍ତାଫା ଦିଅନ୍ତୁ ବୋଲି ସେ ଦାବି କରିଛନ୍ତି। ସେହିଭଳି ଛାତ୍ର ସଭାପତି ଭାସ୍କର ମହାଳିକ କହିଛନ୍ତି, ନିଟ୍ ସମେତ ଅନେକ ପରୀକ୍ଷା ବାତିଲ ହୋଇଯାଉଛି। ଉଭୟ କେନ୍ଦ୍ର ଓ ରାଜ୍ୟର ମେଧାବୀ ଛାତ୍ର ମାନସିକ ଚାପରେ ରହୁଛନ୍ତି। ନୈତିକତା ଦୃଷ୍ଟିରୁ ଉଭୟ ଶିକ୍ଷାମନ୍ତ୍ରୀ ଗାଦି ଛାଡ଼ନ୍ତୁ। ଏହି ପ୍ରତିବାଦ ସମାବେଶ ରାଜ୍ୟ ଯୁବ ଉପସଭାପତି ପ୍ରିନ୍ସ ରାକେଶ ନାୟକ, ଛାତ୍ର ଉପସଭାପତି ସୌମ୍ୟ ମହାପାତ୍ର, ରଶ୍ମି ରଞ୍ଜନ ମହାନ୍ତି, ଏସ କେ ସାଜନ, ଶକ୍ତି ପ୍ରସାଦ ମଲ୍ଲିକ, ତପନ ବଉରା, ଜାମିଲୁଦିନ ଖାନ, ସମ୍ବିତ ରାଉତ ସମେତ ଶତାଧିକ ଛାତ୍ରଛାତ୍ରୀ ଉପସ୍ଥିତ ହୋଇ ନିଟ୍ ପରୀକ୍ଷା ବିଭ୍ରାଟ ଲାଗି କେନ୍ଦ୍ର ସରକାର ସମେତ ଶିକ୍ଷାମନ୍ତ୍ରୀଙ୍କୁ ଦାୟୀ କରିଥିଲେ। ଶେଷରେ ’କେନ୍ଦ୍ରମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରାଯାଇଥିଲା।

Leave a Reply

Your email address will not be published. Required fields are marked *