କାଳୀ ମଣ୍ଡପକୁ ମିଳିଲା ଆର୍ଥିକ ସହାୟତା୧୦ ମଣ୍ଡପକୁ ୫ ଲକ୍ଷ ଦେଲେ ମନ୍ତ୍ରୀ

ଭଦ୍ରକ,:-: ଐତିହାସିକ ଭଦ୍ରକ କାଳୀପୂଜାର ୧୦ ମଣ୍ଡପକୁ ଆଜି ଆର୍ଥିକ ସହାୟତା ମିଳିଛି। ଭଦ୍ରକ ଜିଲ୍ଲାର ଗଣପର୍ବ କାଳୀ ପୂଜାରେ ସାମିଲ ଥିବା ମଣ୍ଡପ ଗୁଡ଼ିକୁ ସ୍ବତନ୍ତ୍ର ଆର୍ଥିକ ସହାୟତା ଯୋଗାଇ ଦେବା ନେଇ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଘୋଷଣା କରିଥିଲେ। ଆଜି ସେହି ଆର୍ଥିକ ସହାୟତା ପୁରସ୍କାର ମନ୍ତ୍ରୀଙ୍କ ଦ୍ୱାରା ପ୍ରଦାନ କରାଯାଇଛି।ଭଦ୍ରକର ଗତବର୍ଷ କାଳୀ ପୂଜା ପୂର୍ବରୁ ହୋଇଥିବା ସମୀକ୍ଷା ବୈଠକରେ ମନ୍ତ୍ରୀ ପୂଜାରେ ସାମିଲ ଥିବା ପ୍ରତି ମଣ୍ଡପକୁ ସଂସ୍କୃତି ବିଭାଗ ପକ୍ଷରୁ ୫୦ ହଜାର ଟଙ୍କାର ଆର୍ଥିକ ସହାୟତା ଯୋଗାଇ ଦେବା ନେଇ ଘୋଷଣା କରିଥିଲେ। ଢେଙ୍କାନାଳ ଓ କେନ୍ଦ୍ରାପଡ଼ାର ଗଣ ପର୍ବ ଗଜଲକ୍ଷ୍ମୀ ପୂଜା କମିଟି ଗୁଡ଼ିକୁ ଏଭଳି ସହାୟତା ମିଳିବା ନେଇ ଘୋଷଣା ହୋଇଥିଲା। ଭଦ୍ରକ ଗଣପର୍ବରେ ମଧ୍ୟ ମଣ୍ଡପ କର୍ମକର୍ତ୍ତାଙ୍କୁ ଏଭଳି ପ୍ରୋତ୍ସାହିତ ରାଶି ପ୍ରଦାନ ନେଇ ଭଦ୍ରକ ବିଧାୟକ ସିତାଂଶୁ ସେଖରି ମହାପାତ୍ର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କୁ ନିବେଦନ କରିଥିଲେ। ଭଦ୍ରକ ସର୍କିଟ ହାଉସ ସମ୍ମିଳନୀଏନେଇଆଜି ଆୟୋଜିତ ହୋଇଥିଲା। ପୁରସ୍କାର ପାଇବାକୁ ଥିବା ଚରମ୍ପା ସ୍କୁଲ ରୋଡ଼ କାଳୀ ପୂଜା କମିଟି, ପିଡବଲୁ କାଳୀ ପୂଜା କମିଟି, ଟ୍ରାଫିକ କାଳୀ ପୂଜା କମିଟି, ରାଜଘାଟ କାଳୀ ପୂଜା କମିଟି, ଏରେଇଁ କାଳୀପୂଜା କମିଟି, ଡଗରାସାହି କାଳୀ ପୂଜା କମିଟି, ଓଏସଆରଟିସି କାଳୀପ ପୂଜା କମିଟି, ବାସନ୍ତୀ ଦୁର୍ଗା ମଣ୍ଡପ କାଳୀପୂଜା କମିଟି, ପଥର କାଳୀ କାଳୀ ପୂଜା କମିଟି, ପାଟଣା ସାହି କାଳୀ ପୂଜା କମିଟିର କର୍ମକର୍ତ୍ତା ଙ୍କୁ ଭଦ୍ରକ ଜିଲ୍ଲା ସଂସ୍କୃତି ବିଭାଗ ଅଧିକାରିଣୀ ତନୁଜା ସିର୍ଜା ସଭାରେ ଉପସ୍ଥିତ ରହିବାକୁ ନିମନ୍ତ୍ରଣ କରିଥିଲେ। ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ସମେତ ଭଦ୍ରକ ବିଧାୟକ ଶ୍ରୀ ମହାପାତ୍ର, ଭଦ୍ରକ ସାଂସଦ ଅଭିମନ୍ୟୁ ସେଠୀ, ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ, ଅତିରିକ୍ତ ଏସପି ପାର୍ଥ କଶ୍ୟପ ଜଗଦିଶ ଅତିଥି ଭାବେ ଯୋଗଦେଇ ମଣ୍ଡପ କର୍ମକର୍ତ୍ତା ମଦନ ମୋହନ ମହାନ୍ତି, ନଳିନୀକାନ୍ତ ମହାନ୍ତି, ଅମୂଲ୍ୟ କୁମାର ରାଉତ, ରାଜ କିଶୋର ଶତପଥୀ, ବ୍ରଜ ଗୋପାଳ ଦାସ, ସଞ୍ଜୟ କୁମାର ବାରିକ, ସୁବ୍ରତ ଦାସ, ଭାଗବତ ପଢିହାରୀ ସମେତ ଅନ୍ୟ ମୁଖ୍ୟ ଆୟୋଜକ ଙ୍କୁ ପୁରସ୍କାର ପ୍ରଦାନ କରିଛନ୍ତି।

Leave a Reply

Your email address will not be published. Required fields are marked *