ଓଡିଶା ଦିବସ ଓ ଜିଲ୍ଲା ମହୋତ୍ସବ- କଲ୍ଲୋଳ
Date-01/04/26-ଓଡିଶା ଦିବସ କୁ ନେଇ ଆଜି ସାରା ରାଜ୍ୟ ଉତ୍ସବ ମୁଖରିତ । ଓଡ଼ିଆଙ୍କ ମନରେ ଆଜି ଅଫୁରନ୍ତ ଉତ୍ସାହ । ଏହି ଅବସରରେ ଆଜି ଜଗତସିଂହପୁର ଜିଲା ହୋଇ ଉଠିଛି ଉତ୍ସବ ମୁଖର । ଓଡିଶା ଦିବସ ଓ ଆଜି ଠାରୁ ଆରମ୍ଭ ହେଉଥିବା ଜିଲା ମହୋତ୍ସବ- କଲ୍ଲୋଳ କୁ ନେଇ କମ୍ପୁଛି ସରା ଜିଲା । ଆଜି ସକାଳୁ ଉତ୍କଳ ର ସଂସ୍କୃତି ଓ ପରମ୍ପରା କୁ ନେଇ ସାଂସ୍କୃତିକ ଶୋଭାଯାତ୍ରା ଆୟୋଜନ ହୋଇଥିବା ସହ ବିଭିନ୍ନ ବିଦ୍ୟାଳୟ ର ଛାତ୍ର ଛାତ୍ରୀଙ୍କୁ ନେଇ ପ୍ରଭାତ ଫେରି ଓ ସମୂହ ବନ୍ଦେ ଉତ୍କଳ ଜନଜୀ ଗାନ କରାଯାଇଥିଲା । ଆଜି ଠାରୁ ଆସନ୍ତା ୫ ତାରିଖ ପର୍ଯ୍ୟନ୍ତ ସ୍ଥାନୀୟ ନବକୃଷ୍ଣ ଚୌଧୁରୀ ଷ୍ଟାଡିୟମ ପରିସରରେ ଆୟୋଜିତ ଏହି ମହୋତ୍ସବ ରେ ପ୍ରତିଦିନ ସାଧାରଣ ସଭା ସହ ରାଜ୍ୟ ତଥା ରାଜ୍ୟ ବାହାରର ବିଭିନ୍ନ କଳାକାର ମାନଙ୍କ ଦ୍ୱାରା ସଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ହେବ ବୋଲି ଜିଲ୍ଲାପାଳ କହିଛନ୍ତି । l
