ବିଧାନସଭା କାର୍ଯ୍ୟାଳୟ ଠାରେ ୪୭ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି।
ବିଧାନସଭା କାର୍ଯ୍ୟାଳୟ ଠାରେ ୪୭ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି।ଭାରତୀୟ ଜନତା ପାର୍ଟିର ୪୭ତମ ପ୍ରତିଷ୍ଠା ଦିବସ ଅବସରରେ ଜନସେବାରେ ସମର୍ପିତ, ଆଜି ଭଦ୍ରକ ବିଧାନସଭା କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ବିଧାୟକ ଙ୍କ ପ୍ରତିନିଧି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ଯୁକ୍ତ ଶେଖର ମହାପାତ୍ର, ବରିଷ୍ଠ ନେତା ଅଜୟ ମଲ୍ଲିକ,ବହୁ ମଣ୍ଡଳ ସଭାପତି ଏବଂ ବୁଥ ସଭାପତି, ବିଜେପି କାର୍ଯ୍ୟା କର୍ତ୍ତା ଉପସ୍ଥିତ ରହି ପତକା ଉତ୍ତୋଳନ କରିଥିଲେ। ଦୀପ ପ୍ରଜ୍ବଳନ କରି ସ୍ମରଣ କରିଥିଲେ।, ଶେଖର ମହାପାତ୍ର କହିଥିଲେ ଭାରତବାସୀଙ୍କ ସେବାରେ ଭାରତୀୟ ଜନତା ପାର୍ଟି….ଆଜିକୁ ୪୬ ବର୍ଷ ତଳେ ସମାଜର ଅନ୍ତିମ ଧାଡ଼ିରେ ଠିଆ ହୋଇ ଥିବା ବ୍ୟକ୍ତିର ସର୍ବାଙ୍ଗୀନ ବିକାଶ ନିମନ୍ତେ ଏକାତ୍ମ ମାନବବାଦ ମନ୍ତ୍ରରେ ଅଭିମନ୍ତ୍ରିତ ହୋଇ ଚାଲିବା ଆରମ୍ଭ କରିଥିଲୁ, ଯାହାକି ଆଜି ଆମ ଦେଶ ଭାରତ ବର୍ଷକୁ ବିଶ୍ୱଗୁରୁ ପଦରେ ଆସୀନ କରାଇବା ଦିଗରେ ଅଗ୍ରସର ହେଉଛି।

ଭାରତୀୟ ଜନତା ପାର୍ଟି ହେଉଛି ରାଷ୍ଟ୍ରବାଦର ଦଳ, ଦଳ ପାଇଁ ରାଷ୍ଟ୍ର ହିତ ସର୍ବୋପରି। ଆଜି ଦଳର ସ୍ଥାପନା ଦିବସ ଅବସରରେ ବିଚାରଧାରା ପାଇଁ ନିଜକୁ ସମର୍ପିତ କରିଥିବା ମହାନୁଭବ ମାନଙ୍କୁ ସ୍ମରଣ କରିବା ।ଡକ୍ଟର ଶ୍ୟାମା ପ୍ରସାଦ ମୁଖାର୍ଜୀ ଏବଂ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ଜାତୀୟତାବାଦୀ ଚିନ୍ତାଧାରା ଏବଂ ଆଦର୍ଶ ପ୍ରେରଣାରେ ଗଠିତ ଭାରତୀୟ ଜନତା ପାର୍ଟିର ପ୍ରତିଷ୍ଠା କେବଳ ଏକ ରାଜନୈତିକ ଘଟଣା ନଥିଲା, ବରଂ ଦେଶକୁ ପୁନଃନିର୍ମାଣ କରିବାର ଏକ ପ୍ରତିଜ୍ଞା ଥିଲା। ସମାଜର ଶେଷ ଧାଡ଼ିର ଲୋକଙ୍କ କଲ୍ୟାଣର ମୂଳ ଲକ୍ଷ୍ୟ ସହିତ ଆରମ୍ଭ ହୋଇଥିବା ବିଜେପି, ମୋଦିଜୀଙ୍କ ନେତୃତ୍ୱରେ, “ସବକା ସାଥ, ସବକା ବିକାଶ, ସବକା ବିଶ୍ୱାସ” ମନ୍ତ୍ରକୁ ସାକାର କରିଛି।ଦେଶକୁ ତୁଷ୍ଟୀକରଣରୁ ମୁକ୍ତ କରି ଏବଂ ସୁଶାସନ ଓ ସ୍ୱଚ୍ଛତା ପ୍ରତିଷ୍ଠା କରି ବିଜେପି ଗଣତନ୍ତ୍ରର ମୂଲ୍ୟକୁ ମଜବୁତ କରିଛି। ଆଜି, ବିଜେପି କେବଳ ଏକ ଦଳ ନୁହେଁ, ବରଂ ୧୪୦ କୋଟି ଦେଶବାସୀଙ୍କ ସ୍ୱପ୍ନ ଏବଂ ଆକାଂକ୍ଷାର ପ୍ରତିନିଧି ପାଲଟିଛି। ଶେଷ ରେ ମିଷ୍ଟାନ୍ନ ବଣ୍ଟନ କରି କାର୍ଯ୍ୟକ୍ରମ କୁ ସଫଳ କରାଇଥିଲେ।
