ରାୟଗଡ଼ରେ “ଆସ ବହିଟିଏ କିଣିବା ଅଭିଯାନ” ଦିବସ ପାଳନ 

ରାୟଗଡ଼ା-୯/୪-ରାୟଗଡ଼ା ଜିଲ୍ଲାରେ ଗୁରୁବାର ଦିନ “ଆସ ବହିଟିଏ କିଣିବା ଅଭିଯାନ” ଦିବସ ଉତ୍ସାହ ଓ ଉତ୍କର୍ଷ ମାନସିକତାର ସହିତ ପାଳନ କରାଯାଇଛି। ଜିଲ୍ଲା ସଂସ୍କୃତି ବିଭାଗ ଓ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ସହଯୋଗରେ ଏହି ଅଭିଯାନ ଜିଲ୍ଲା ସଂସ୍କୃତି ଭବନ ଠାରେ ଆୟୋଜିତ ହୋଇଥିଲା ।ଏହି ଅବସରରେ ଛାତ୍ରଛାତ୍ରୀମାନେ ଓ ସାଧାରଣ ଜନସାଧାରଣଙ୍କୁ ପୁସ୍ତକ କ୍ରୟ କରି ପଠନ ଅଭ୍ୟାସ ଗଢ଼ି ତୋଳିବାକୁ ପ୍ରେରିତ କରାଯାଇଥିଲା। ଜିଲ୍ଲାର ବିଭିନ୍ନ ବିଦ୍ୟାଳୟ, କଲେଜ ଓ ସାର୍ବଜନୀନ ସ୍ଥାନରେ ପାଠ ପଠନ ପ୍ରତି ଆଗ୍ରହ ବୃଦ୍ଧି ପାଇଁ ସଚେତନତା କାର୍ଯ୍ୟକ୍ରମ, ପୁସ୍ତକ ପ୍ରଦର୍ଶନୀ ଓ ପାଠକ ଶିବିର ଆୟୋଜନ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ସଂସ୍କୃତି ଅଧିକାରୀ ସୁଶ୍ରୀ ସୁସ୍ମିତା ବାଉରୀ, ଉପନିର୍ଦେଶକ ତଥା ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ବସନ୍ତ କୁମାର ପ୍ରଧାନ, ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ଦେବରାଜ ଟାକ୍ରୀ, ଖେଳ ଶିକ୍ଷକ ପ୍ରଶାନ୍ତ ନାୟକ,

ଗ୍ରନ୍ଥାଗାରିକ ମାରିଆନା କିରୋ ଓ ଡମ୍ୱରୁଧର ପଣ୍ଡା ଆଦି ଯୋଗ ଦଦେଇଥିଲେ।ଅତିଥିଗଣ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ, ପୁସ୍ତକ ହେଉଛି ଜ୍ଞାନର ଭଣ୍ଡାର ଓ ସମାଜର ସାର୍ବିକ ବିକାଶରେ ପଠନ ଅଭ୍ୟାସ ଗୁରୁତ୍ୱପୂର୍ଣ୍ଣ। “ଆସ ବହିଟିଏ କିଣିବା ଅଭିଯାନ” ମାଧ୍ୟମରେ ଲୋକମାନଙ୍କ ମଧ୍ୟରେ ପୁସ୍ତକ ପ୍ରତି ଆକର୍ଷଣ ବୃଦ୍ଧି ପାଇବା ସହ ଜ୍ଞାନମୂଳକ ସମାଜ ଗଢ଼ି ଉଠିବ ବୋଲି ଆଶା ପ୍ରକାଶ କରିଥିଲେ।ଏହି କାର୍ଯ୍ୟକ୍ରମରେ ପାଠକ ପାଠିକା , ଯୁବମଣ୍ଡଳ ଓ ସାହିତ୍ୟ ପ୍ରେମୀମାନେ ସକ୍ରିୟ ଭାଗ ନେବା ସହ ପୁସ୍ତକ କ୍ରୟ କରି ଏହି ଅଭିଯାନକୁ ସଫଳ କରିଥିବା ଦେଖିବାକୁ ମିଳିଥିଲା। ଏହି ଅଭିଯାନ ମାଧ୍ୟମରେ ଜିଲ୍ଲାରେ ପଠନ ସଂସ୍କୃତିକୁ ଉତ୍ସାହିତ କରିବା ସହ ସଚେତନ ଓ ଜ୍ଞାନମୂଳକ ସମାଜ ଗଢ଼ିବା ଦିଗରେ ଏକ ସ୍ଥାୟୀ ପଦକ୍ଷେପ ନେବାକୁ ଅତିଥିମାନେ ମତବ୍ୟକ୍ତ କରିଥିଲେ।

Leave a Reply

Your email address will not be published. Required fields are marked *