ଶ୍ରୀମନ୍ଦିର ରତ୍ନଭଣ୍ଡାର ଅଳଙ୍କାର ର ଦ୍ଵିତୀୟ ପର୍ଯ୍ୟାୟ ଗଣତି ମଣତି ପ୍ରକିୟା ଜାରି

ଦ୍ବିତୀୟ ପର୍ଯ୍ୟାୟ ଶ୍ରୀମନ୍ଦିର ରତ୍ନଭଣ୍ଡାରର ଦ୍ବିତୀୟ ଦିବସର ଗଣତିମଣତି ଶେଷ ହୋଇଛି । ଅନେକ ଅଳଙ୍କାରରେ ମାଣିକ୍ୟ ରହିଛି। ବାହାର ରତ୍ନଭଣ୍ଡାର ଗଣତି ପ୍ରକ୍ରିୟା ସରିନାହିଁ। କେବେ ସରିବ ତାହା ଏବେ କହିବା ମଧ୍ୟ ସମ୍ଭବ ନୁହେଁ। ବାହାର ରତ୍ନଭଣ୍ଡାରର ଗଣତି ମଣତି ପ୍ରକ୍ରିୟା ସରିବା ପରେ ଭିତର ରତ୍ନଭଣ୍ଡାରର ଗଣତି ମଣତି କାର୍ଯ୍ୟ ଆରମ୍ଭ ହେବ | ଯେଉଁ ରତ୍ନ ଅଳଙ୍କାରରେ ମୋତି ମାଣିକ୍ୟ ରହିଛି ତା’ର ନୀରିକ୍ଷଣ କରୁଛନ୍ତି ଜେମଲୋଜିଷ୍ଟ। ୧୯୭୮ ତାଲିକାକୁ ଆଧାର କରି ମେଳ କରାଯାଉଛି। ୧୧ ତାରିଖ ଯାଏଁ ଗଣତି ମଣତି ଚାଲିବ। ପରେ ୧୩ ରେ ଏବଂ ୧୬ ରୁ ୧୮ ତାରିଖ ଯାଏଁ ଚାଲିବ। ତା ପରେ ଭିତର ଚନ୍ଦନଯାତ୍ରା ସମୟରେ ଗଣତି ମଣତି କରାଯିବା ନେଇ ଆଶା ରଖିଛି ଶ୍ରୀମନ୍ଦିର ପ୍ରଶାସନ। ଭିତର ଚନ୍ଦନ ଯାତ୍ରା ସମୟରେ ଗଣତି ମଣତି ପ୍ରକ୍ରିୟା କିଭଳି ରହିବ ସେନେଇ ପରବର୍ତ୍ତୀ ସମୟରେ ନିଷ୍ପତ୍ତି ନିଆଯିବ।

Leave a Reply

Your email address will not be published. Required fields are marked *