ସଂସ୍କୃତ ବିଭାଗରେ ବିଦାୟକାଳୀନ ସମ୍ବର୍ଦ୍ଧନା ଉତ୍ସବ ।

ବ୍ଯାସନଗର ସ୍ବୟଂ ଶାସିତ ମହାବିଦ୍ୟାଳୟର ସଂସ୍କୃତ ବିଭାଗରେ ତୃତୀୟ ବର୍ଷ ର ଛାତ୍ରଛାତ୍ରୀ ମାନଙ୍କ ଉଦ୍ଦେଶ୍ୟରେ ବିଦାୟକାଳୀନ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରଭାତ କୁମାର ସ୍ବାଇଁ ଦ୍ବୀପ ପ୍ରଜ୍ଜ୍ୱଳନ କରି ଏହି ଉତ୍ସବକୁ ଉଦ୍ଘାଟନ କରିଥିଲେ। ସଂସ୍କୃତ ବିଭାଗ ର ବିଭାଗୀୟ ମୁଖ୍ୟ କ୍ଯାପ୍ଟେନ୍ ପୂର୍ଣ ଚନ୍ଦ୍ର ସ୍ଵାଇଁ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ବିଭାଗର ନବାଗତା ଅଧ୍ୟାପିକା ଶ୍ରୀମତୀ ସସ୍ମିତା ସ୍ଵାଇଁ ବିଦାୟୀ ଛାତ୍ରଛାତ୍ରୀ ମାନଙ୍କୁ ଉଚ୍ଚ ଶିକ୍ଷା ଲାଭ କରି ଲବ୍ଧ ପ୍ରତିଷ୍ଠିତ ହେବା ପାଇଁ ପ୍ରେରଣା ଦେଇଥିଲେ। ସଂସ୍କୃତ ହେଉଛି ଦେବଭାଷା ଓ ଏହାର ଅନୁଯାୟୀ ମାନେ ଜୀବନରେ ଶୃଙ୍ଖଳିତ ହେବା ସହିତ ସୁନ୍ଦର ସମାଜ ଗଠନ ରେ ବ୍ରତୀ ହୋଇଥାନ୍ତି ବୋଲି ସଭାରେ ମତପ୍ରକାଶ ପାଇଥିଲା। ସାଧାରଣ ସଭା ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ଛାତ୍ରଛାତ୍ରୀ ମାନେ ନିଜ ନିଜର ପ୍ରତିଭା ପ୍ରଦର୍ଶନ କରିଥିଲେ। ଶେଷରେ ଦ୍ବିତୀୟ ବର୍ଷର ଛାତ୍ରୀ ରାଜଶ୍ରୀ ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *