ଓଡ଼ିଆ ଭାଷା ପକ୍ଷ -୨୦୨୬ରେ ପାରମ୍ପରିକ ପିଠା ଉତ୍ସବ
ଓଡ଼ଗାଁ – ତା ୧୩-୦୪-୨୬ ରିଖ ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ପରିସରରେ ଓଡ଼ିଆ ଭାଷା ପକ୍ଷ ପାଳନ ଅବସରରେ ଓଡ଼ଗାଁ ବ୍ଲକରେ ଥିବା ବିଭିନ୍ନ ସ୍ଵଂୟ ସହାୟକ ଗୋଷ୍ଟି ମାନଙ୍କଦ୍ୱାରା ପାରମ୍ପରିକ ପିଠା ଉତ୍ସବ ପାଳନ ହୋଇଯାଇଛି ।ପ୍ରାୟ ୪୦ ରୁ ଅଧିକ ସ୍ଵଂୟ ସହାୟକ ଗୋଷ୍ଠୀର ମହିଳା ମାନେ ନିଜ ନିଜର ପସନ୍ଦ ମୁତାବକ ବିଭିନ୍ନ ପିଠା ପ୍ରସ୍ତୁତ କରି ପିଠା ଉତ୍ସବରେ ପ୍ରଦର୍ଶନ କରିଥିଲେ ।ଚକୁଳି,ଇଟିଲି,ପୁରଦିଆ ଏଣ୍ଡୁରି,ଆରିସା,କାକରା,ବିରି ପୋଡ,ଚାଉଳ ପୋଡ, ଛେନା ପୋଡ ,ମଣ୍ଡା ପିଠା,ମୁଗ କାନ୍ତି, ଗଜା, ଅମାଲୁ,କଦମ୍ବ ଫୁଲିଆ,ରାଶି ଲଡୁ, ବରା,ପକୁଡ଼ି,ଘୁଗୁନି,ଦହିବରା ତତସହିତ ମାଣ୍ଡିଆ ତିଆରି , ବରା,ଦହିବରା,ଆରିସା,କାକରା , ଇଟିଲୀ ଇତ୍ୟାଦି ଅନେକ ସୁସ୍ଵାଦ ଖାଦ୍ୟ ପସରା ମାନ ସ୍ଵଂୟ ସହାୟିକା ଗୋଷ୍ଠୀର ମହିଳା ମାନେ ଆଣି ଥିଲେ ।ଚଟାଣରେ ବିଭିନ୍ନ ପ୍ରକାର ଝୋଟି ପକାଇବା ନିଜନିଜର ସବୁ ମୁଲ୍ୟବ।ନ୍ ପିଠା ତିଆରି କରି ଆଣିଥିଲେ ।ଏହାକୁ ବ୍ଲକ ଉନ୍ନୟନ ଅଧିକାରୀ ପ୍ରିତିବ।ଳା ରଣ।,ବ୍ଲକ ଅଧକ୍ଷ ଲୋକନାଥ ସାହୁ ଓ ବ୍ଲକର ସମସ୍ତ କର୍ମଚାରୀଆ ଉପସ୍ଥିତ ରହି ପିଠାର ନିର୍ମାଣ ଶୈଳୀ ଦେଖିବା ସହିତ ତାର ସ୍ୱାଦକୁ ପରଖି ଥିଲେ ।ବ୍ଲକର ସମସ୍ତ ସାମ୍ବାଦିକ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ଦେଖିବା ସହିତ ପିଠାର ମଜା ନେଇଥିଲେ ।
