ସିବିଏସଇ ଦଶମ ପରୀକ୍ଷାରେ ବ୍ୟାସନଗର ପବ୍ଲିକ ସ୍କୁଲ (VPS) ଅର୍ଜନ କରିଛି ସତ ପ୍ରତିଶତ ସଫଳତା
ସିବିଏସଇ ଦଶମ ପରୀକ୍ଷାରେ ବ୍ୟାସନଗର ପବ୍ଲିକ ସ୍କୁଲ (VPS) ଅର୍ଜନ କରିଛି ସତ ପ୍ରତିଶତ ସଫଳତା l ଏହି ସଫଳତା ପଛରେ ଛାତ୍ର ଛାତ୍ରୀ ଙ୍କ କଠିନ ପରିଶ୍ରମ, ଶିକ୍ଷକ ଶିକ୍ଷୟତ୍ରୀ ଙ୍କ ପ୍ରେରଣା ସହିତ ନିରନ୍ତର ପ୍ରୟାସ ଓ ଅଭିଵାବକ ମାନଙ୍କ ର ସହଯୋଗ ରହିଥିବାରୁ ଚଳିତ ବର୍ଷ ୨୬ ଜଣ ୯୦ ପ୍ରତିଶତ ରୁ ଉର୍ଦ୍ଧ ଓ ୧୧ଜଣ ୯୫ ପ୍ରତିଶତରୁ ଉର୍ଦ୍ଧ ନମ୍ବର ରଖିଥିବା ସ୍କୁଲ ର ଚେୟାରମ୍ୟାନ ଡ଼ ଦେବସ୍ମିତା ସାହୁ ସୂଚନା ଦେଇଥିଲେ l ସ୍କୁଲ ପାଇଁ ୯୯ ପ୍ରତିଶତ ନମ୍ବର ରଖି ସାହିଦ ନୱାଜ ଟପର ହେବା ସହିତ ଗୌରବ ଆଣିଥିବା ମଧ୍ୟ କହିଥିଲେ l ଆଜିର ଏହି ସଫଳତା ର ବିଜୟ ଦିବସ ର ବିଶେଷ ମୁହୂର୍ତ୍ତ ରେ ସ୍କୁଲ ପରିସରରେ ସ୍କୁଲ ର ସମସ୍ତ କୃତିତ୍ୱ ଅର୍ଜନ କରିଥିବା ଛାତ୍ର ଛାତ୍ରୀ, ଶିକ୍ଷକ ଶିକ୍ଷୟତ୍ରୀ, ଅଭିଵାବକ ଓ ସମସ୍ତ କର୍ମଚାରୀ ଙ୍କୁ ନେଇ ଉତ୍ସବ ର ଦିନ ଟିକୁ ପାଳନ କରିବା ସହିତ ଛାତ୍ର ଛାତ୍ରୀ ଙ୍କୁ ସମ୍ବର୍ଦ୍ଧିତ କରି ଅଭିନନ୍ଦନ ଜଣାଇଥିଲେ l ଆଗକୁ ଆହୁରି ମଧ୍ୟ୍ୟ ଏହି ସ୍କୁଲ ଅନେକ କ୍ଷେତ୍ର ରେ ସଫଳତା ଅର୍ଜନ କରିବ ବୋଲି ଆଶା ରଖିଥିବା ଉପାଧକ୍ଷ ନାରାୟଣ ଚନ୍ଦ୍ର ରାଉଳ କହିଥିଲେ
