ପୁରୁଣା ପଡା ଶ୍ମଶାନ ଘାଟ ରେ ପାଣି ବିନ୍ଦୁ ଓ ପକ୍ଷୀ ବନ୍ଧୁ କାର୍ଯ୍ୟକ୍ରମ ଅନୁଷ୍ଠିତ
ପୁରୁଣା ପଡା ଶ୍ମଶାନ ଘାଟ ରେ ପାଣି ବିନ୍ଦୁ ଓ ପକ୍ଷୀ ବନ୍ଧୁ କାର୍ଯ୍ୟକ୍ରମ ଅନୁଷ୍ଠିତ। ଭବାନୀପାଟଣା/ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଓଡିଶା ସରକାର ଙ୍କ ପକ୍ଷରୁ ପାଣି ବିନ୍ଦୁ ଓ ପକ୍ଷୀ ବନ୍ଧୁ କାର୍ଯ୍ୟକ୍ରମ ଜରିଆରେ ଗ୍ରୀଷ୍ମ ଋତୁରେ ପକ୍ଷୀ ମାନଙ୍କର ତୃଷ୍ଣା ମେଣ୍ଟାଇବା ପାଇଁ ପାତ୍ର ରେ ପାଣି ରଖନ୍ତୁ ଭଳି ଏହି ଛୋଟ ପଦକ୍ଷେପମାନ ପ୍ରକୃତି ବଡ ସହାୟତା ବାର୍ତା ଦେଇ ରାଜ୍ୟର ବିଭିନ୍ନ ଅଞ୍ଚଳରେ ପକ୍ଷୀ ମାନଙ୍କ ତୃଷ୍ଣା ମେଣ୍ଟାଇବା ପାଇଁ ଏକ ଅଭିନବ ପଦକ୍ଷେପ। ଏହି ପରିପ୍ରେକ୍ଷୀରେ କଳାହାଣ୍ଡି ଉତ୍ତର ବନଖଣ୍ଡ କାର୍ଯ୍ୟାଳୟ ପକ୍ଷରୁ ବିଭିନ୍ନ ଅଞ୍ଚଳରେ ଏହି ପଦକ୍ଷେପ ହାତକୁ ନେଇଛନ୍ତି। ସହର ର ଅନେକ୍ ସ୍ଥାନ ସହ ପୁରୁଣା ପଡା ସ୍ଥିତ ଶ୍ମସାନରେ ଥିବା ଛୋଟ ବନାନୀ ରେ ମଧ୍ୟ ପାଣି ବିନ୍ଦୁ ଓ ପକ୍ଷୀ ବନ୍ଧୁ କାର୍ଯ୍ୟକ୍ରମ ଜରିଆରେ ଗଚ୍ଛ ଓହଳ ରେ ମାତି ହାଣ୍ଡି ରେ ପାଣି ଭର୍ତି କରି ରଖିବା କାର୍ଯ୍ୟ ଆରମ୍ଭ ହୋଇଛି। ଏହି ଅଭିନବ ପ୍ରୟାସ ଯୋଗୁ ପକ୍ଷୀ ମାନେ ନିଜର ତୃଷା ମେଣ୍ଟାଇ ପାରିବେ ବୋଲି ପ୍ରକାଶ କରିବା ସହ ପୁରୁଣା ପଡା ଓ ଶମ୍ଭୁନଗର ଅଞ୍ଚଳ ଲୋକଙ୍କୁ ଧନ୍ୟବାଦ୍ ଦେଇଥିଲେ
