ମ୍ୟୁନିଖ୍‌ (ଜର୍ମାନୀ) ରେ ଅକ୍ଷୟ ତୃତୀୟା ପାଳନ

ମ୍ୟୁନିଖ୍‌ (ଜର୍ମାନୀ) ରେ ଅକ୍ଷୟ ତୃତୀୟା ପାଳନ, ଜୁଲାଇ ୧୬, ୨୦୨୬ ରେ ରଥଯାତ୍ରା ପାଇଁ ପ୍ରସ୍ତୁତି — ଶ୍ରୀଜଗନ୍ନାଥ ସେବା ଜର୍ମାନୀପବିତ୍ର ଅକ୍ଷୟ ତୃତୀୟା ଅବସରରେ ମ୍ୟୁନିଖ୍‌ (ଜର୍ମାନୀ) ରେ ଅବସ୍ଥିତ ସିଭାଲୟମ୍‌ ମନ୍ଦିର ଭିତରେ ଥିବା ଶ୍ରୀଜଗନ୍ନାଥ ମନ୍ଦିରରେ ଭକ୍ତିମୟ ପରିବେଶରେ ଉତ୍ସବ ପାଳନ କରାଯାଇଛି।ଏହି ଦିନରେ ଚତୁର୍ଧା ମୂର୍ତ୍ତି ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର, ମା ସୁଭଦ୍ରା ସହ ଶ୍ରୀ ସୁଦର୍ଶନ ମହାରାଜଙ୍କ ପୂଜାର୍ଚ୍ଚନା କରାଯାଇଥିଲା ଏବଂ “ରଥ ଅନୁକୂଳ” କାର୍ଯ୍ୟକ୍ରମ ମାଧ୍ୟମରେ ରଥଯାତ୍ରା ପାଇଁ ଆରମ୍ଭିକ ପର୍ବର ଶୁଭାରମ୍ଭ ହୋଇଥିଲା। ଭକ୍ତମାନେ ସମୂହିକ ଭାବରେ ପବିତ୍ର କାଠକୁ ସ୍ପର୍ଶ କରି ରଥ ନିର୍ମାଣ ପାଇଁ ଆଶୀର୍ବାଦ ଗ୍ରହଣ କରିଥିଲେ।ଏହି ଅବସରରେ ମ୍ୟୁନିଖ୍‌ରେ ବସୁଥିବା ଭାରତୀୟ ସମୁଦାୟ ଏକତ୍ରିତ ହୋଇ ଏହି ପବିତ୍ର ପର୍ବକୁ ଭକ୍ତିଭାବରେ ପାଳନ କରିଥିଲେ।ପୂଜା, ଆରତି ଓ ଅନ୍ନ ପ୍ରସାଦ ବଣ୍ଟନ ସହ ଉତ୍ସବ ଆଧ୍ୟାତ୍ମିକ ଭାବରେ ଉଜ୍ଜ୍ୱଳ ହୋଇଉଠିଲା।ଆଗାମୀ ଜୁଲାଇ ୧୬, ୨୦୨୬ ତାରିଖରେ ରଥଯାତ୍ରା ମହୋତ୍ସବକୁ ମ୍ୟୁନିଖ୍‌ରେ ଭବ୍ୟ ଭାବରେ ପାଳନ କରିବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି ବୋଲି ଆୟୋଜକମାନଙ୍କ ପକ୍ଷରୁ ପ୍ରିୟଦର୍ଶନ ସାମଲ ସୂଚନା ଦେଇଥିଲେ ଏବଂ ତନ୍ମୟ ପଣ୍ଡା ଓ ଦୀପକ ପାଣିଗ୍ରାହୀ ମଧ୍ୟ ଉପସ୍ଥିତ ଥିଲେ।ଶ୍ରୀଜଗନ୍ନାଥ ସେବା ଜର୍ମାନୀ ଏକ ସାମାଜିକ ଓ ସାଂସ୍କୃତିକ ସଂଗଠନ, ଯାହାର ପ୍ରଧାନ ଉଦ୍ଦେଶ୍ୟ ବିଦେଶ ମାଟିରେ ଶ୍ରୀଜଗନ୍ନାଥ ସଂସ୍କୃତି, ଓଡ଼ିଆ ପରମ୍ପରା ଓ ଆଧ୍ୟାତ୍ମିକ ମୂଲ୍ୟବୋଧକୁ ପ୍ରଚାର ଓ ପ୍ରସାର କରିବା। ସଂଗଠନଟି ପ୍ରତିବର୍ଷ ରଥଯାତ୍ରା, ପୂଜା ପର୍ବପର୍ବାଣୀ ଓ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରି ଓଡ଼ିଆ ଓ ଭାରତୀୟ ସମୁଦାୟଙ୍କୁ ଏକତ୍ର କରୁଛି।ଏପରି ପ୍ରୟାସ ବିଦେଶ ମାଟିରେ ଓଡ଼ିଆ ସଂସ୍କୃତିକୁ ଜୀବନ୍ତ ରଖିବା ସହ ନୂତନ ପିଢ଼ୀଙ୍କୁ ଏହା ସହ ଜଡ଼ି ରଖିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଉଛି।ଆୟୋଜନ:ଶ୍ରୀଜଗନ୍ନାଥ ସେବା ଜର୍ମାନୀ

Leave a Reply

Your email address will not be published. Required fields are marked *