ସାଉଦି ଆରବରେ ପ୍ରବାସୀ ଓଡ଼ିଆ ଉତ୍କଳ ଦିବସ ପାଳନ ।
ରମ୍ଭା ୨୮/୦୪/୨୬ ସାଉଦି ଆରବର ଜୁବେଲ ସହରରେ ବସବାସ କରୁଥିବା ଓଡ଼ିଆ ସଂଗଠନ “ଉତ୍କଳିକା” ତରଫରୁ ଉତ୍କଳ ଦିବସ ଭାବଗମ୍ଭୀର ଓ ସାଂସ୍କୃତିକ ମହଲରେ ପାଳନ କରାଯାଇଛି। ପ୍ରବାସରେ ଥିଲେ ମଧ୍ୟ ଜନ୍ମଭୂମି ପ୍ରତି ଅତୁଟ ସ୍ନେହ ଓ ସମ୍ମାନର ପ୍ରତିଫଳନ ଏହି ଉତ୍ସବରେ ସ୍ପଷ୍ଟ ଭାବେ ପ୍ରକାଶ ପାଇଥିଲା। ବିଭିନ୍ନ ବୟସ୍କ ଓ ଯୁବ ପିଢ଼ୀ ଏକସାଥିରେ ଯୋଗଦେଇ ଉତ୍ସବକୁ ସଫଳ କରିଥିଲେ। ଉତ୍କଳିକା ମୁଖ୍ୟ ସଂଯୋଜକ ଶ୍ରୀ ବନବିହାରୀ ମହାନ୍ତି ଙ୍କ ଅଧ୍ୟକ୍ଷତାରେ ଦୀପ ପ୍ରଜ୍ବଳନ ଓ “ବନ୍ଦେ ଉତ୍କଳ ଜନନୀ” ଗାନ କରାଯାଇଥିଲା I ଶ୍ରୀ ପ୍ୟାରୀମୋହନ ମଲିକ “ଉତ୍କଳିକା” ସଂଗଠନର ଏହି ପ୍ରୟାସ ପ୍ରବାସରେ ଓଡ଼ିଆ ସମାଜକୁ ଏକତ୍ର କରିବାରେ ଏକ ସଫଳ ପଦକ୍ଷେପ ବୋଲି ମତାମତ ଦେଇଥିଲେ I ସାଂକୃତିକ ସଂଯୋଜକ ଶ୍ରୀ ମୁସ୍ତାଫା ବେଗ, ଶ୍ରୀ ବିଭୁ ପ୍ରସାଦ ଦାସ ଏବଂ ଶ୍ରୀମତୀ ସଂଯୁକ୍ତା ପାଢ଼ୀ ଙ୍କ ସହାୟତାରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିଚାଳନା କରାଯାଇଥିଲା I ଓଡ଼ିଶାର ପାରମ୍ପରିକ ଓଡିଶୀ ଓ ସମ୍ବଲପୁରୀ ନୃତ୍ୟ ସହିତ ଓଡ଼ିଆ ଗୀତ, ନୃତ୍ୟ ପରିବେଶକୁ ଜୀବନ୍ତ କରାଯାଇଛି । ଉତ୍କଳ ଦିବସ ଉପରେ ପର୍ଯ୍ୟବେସିତ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ ଶିଶୁମାନଙ୍କ ସକ୍ରିୟ ଅଂଶଗ୍ରହଣ ସମସ୍ତଙ୍କୁ ଆନନ୍ଦିତ କରିଥିଲା Iଏହି ଉତ୍ସବରେ ଉତ୍କଳ ଦିବସର ଐତିହାସିକ ପ୍ରସଙ୍ଗକୁ ସ୍ମରଣ କରାଯାଇଥିଲା ଏବଂ ୧୯୩୬ ମସିହାରେ ଓଡ଼ିଶା ରାଜ୍ୟର ଗଠନ ସମ୍ପର୍କରେ ତଥ୍ୟାନୁସାରେ ଆଲୋଚନା ହୋଇଥିଲା। ଓଡ଼ିଆ ଜାତିର ସ୍ୱାଭିମାନ ଓ ସଂସ୍କୃତିକ ପରିଚୟ ରକ୍ଷା ପାଇଁ ପୂର୍ବଜମାନଙ୍କ ତ୍ୟାଗ ଓ ସଂଘର୍ଷକୁ ଏହି ଅବସରରେ ସମ୍ମାନ ଜଣାଯାଇଥିଲେ ।ଏହି ଅବସରରେ ଶ୍ରୀ ଜୟନ୍ତ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଉତ୍କଳିକା ପରିବାରରୁ କୃତିତ୍ୱର ସହ ଉତ୍ତୀର୍ଣ୍ଣ ହୋଇଥିବା ସମସ୍ତ ୧୦ମ ଓ ୧୨ତମ ଛାତ୍ରଛାତ୍ରୀ ମାନଙ୍କୁ ମାନପତ୍ର ଓ ପଦକ ସହିତ ସନମାନିତ କରାଯାଇଥିଲା I କାର୍ଯ୍ୟକ୍ରମର ଅନ୍ୟତମ ଆକର୍ଷଣ ଶ୍ରୀ ସୁଧିର ସେନାପତିଙ୍କ ତତ୍ୱାବଧାନରେ ପାରମ୍ପରିକ ଓଡ଼ିଆ ଖାଦ୍ୟର ବ୍ୟବସ୍ଥା, ଯାହା ପ୍ରବାସରେ ଥିବା ଓଡ଼ିଆମାନଙ୍କୁ ଘରୋଇ ସ୍ୱାଦର ଅନୁଭୂତି ଦେଇଥିଲା। ସଂଗଠନର ଅନ୍ୟାନ୍ୟ ପ୍ରମୁଖ ସଦସ୍ୟ ବୃନ୍ଦ ଶ୍ରୀ ସୁବାଶିଷ ମିଶ୍ର , ସରୋଜ ପାତ୍ର , ବସନ୍ତ ଦାସ , ବିକ୍ରମାଦିତ୍ୟ ରଥ , ସୁଶାନ୍ତ ପ୍ରଧାନ , ଦେବବ୍ରତ ମିଶ୍ର ,ପ୍ରଦୀପ ବIରୁ, ଶଙ୍କର ପଣ୍ଡା , ସମ୍ବିତ ସାହୁ , ସୁଜିତ ସେନାପତି, ମାନସ ମହାପାତ୍ର ତଥା ପ୍ରମୁଖ ସଦସ୍ୟା ବୃନ୍ଦ ଶ୍ରୀମତୀ ସଂଗୀତI ମହାପାତ୍ର , ବବିତା ମହାନ୍ତି , ଶବIନା ଅଞ୍ଜୁମ , ଶୁଭଲକ୍ଷ୍ମୀ ଦାସ , ସସ୍ମିତା ଦାସ , ଶୋଭାମୟୀ ପାଲ , ରଶ୍ମିତା ସେନାପତି , ଲୁସ୍ମିତା ପାତ୍ର , ସାଗରୀକା ପ୍ରଧାନ, ନିବେଦିତା ରଥ, ଅର୍ଚିତା ସିଂ , ଶତାବ୍ଦୀ ମିଶ୍ର , ସୋନାଲି ବହିଦାର , ତନ୍ମୟୟୋତ କୈIର ,ଗାୟତ୍ରୀ ପଣ୍ଡାଙ୍କ ଯୋଗଦାନ କାର୍ଯ୍ୟକ୍ରମକୁ ସଫଳ ଓ ଜୀବନ୍ତ କରିଥିଲା I ଉପସ୍ଥାପିକା ଶ୍ରୀମତୀ ସସ୍ମିତା ପାଢ଼ୀ ସମସ୍ତ କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ପରିଚାଳନା କରି ସମସ୍ତଙ୍କର ପ୍ରିୟଭାଜନ ହୋଇ ପାରିଥିଲେ Iସମାପନୀ ଅବସରରେ ସମସ୍ତ ଉପସ୍ଥିତ ଅତିଥିମାନଙ୍କୁ ଶ୍ରୀ ଉମାକାନ୍ତ ପାଢ଼ୀ କୃତଜ୍ଞତା ଜଣାଇବା ସହ ସମସ୍ତ ସହଯୋଗୀମାନଙ୍କୁ ସମ୍ମାନିତ କରାଯାଇଥିଲା।
