ପ୍ରସିଦ୍ଧ ଚତୃଦଶୀ ମେଳା ଓ ପାଇକା ବୁଡ଼ ଅନୁଷ୍ଠିତ

ପ୍ରସିଦ୍ଧ ଚତୃଦଶୀ ମେଳା ଓ ପାଇକା ବୁଡ଼ ଅନୁଷ୍ଠିତ -ରାହାମା (୨୮/୪)ଶିଶୁ ଅନନ୍ତ ଆଶ୍ରମ ରେ ବିଶ୍ଵଶାନ୍ତି ମହାଯଜ୍ଞ ଆରମ୍ଭ ହୋଇଯାଇଛି ! ଏଥିରେ ଆଜି ପ୍ରଥମେ ଶ୍ରୀଜୀଉ ଙ୍କ ମାର୍ଜନା ପରେ ଶ୍ରୀ ଗୁରୁଦେବ ପଦ୍ମଶ୍ରୀ ବାବା ବଳିଆ ଙ୍କ ନିର୍ଦେଶ କ୍ରମେ ଅନନ୍ତ ସରୋବର ରୁ କଳସ ଯାତ୍ରା ପରେ , ଅଙ୍କୁରରୋପଣ ପରେ ଆଜି ପ୍ରତ୍ୟୁଷ ରେ ସୂର୍ଯ୍ୟପୂଜା ପରେ ଯଜ୍ଞାରମ୍ଭ କରଯାଇ ବିଭିନ୍ନ ଦେବାଦେବୀ ଙ୍କ ପୂଜାର୍ଚନା ପରେ ଘୁର୍ତ ଯଜ୍ଞ ଆରମ୍ଭ ହୋଇଥିଲା ! ଆଶ୍ରମ ର ଚିନ୍ମୟାନନ୍ଦ ବ୍ରହ୍ମଚାରି , ଚିଦାନନ୍ଦ ବ୍ରହ୍ମଚାରୀ , କାଳିଆ ନନା , ପଣ୍ଡିତ ପ୍ରତାପ ଚନ୍ଦ୍ର ତ୍ରିପାଠୀ , ସୂଚିତ୍ର ଦାଶ, ବିଜନ ହୋତା , ସୁରେନ୍ଦ୍ର କର , ଦେବାଶିଷ ଦାଶ, ଅନନ୍ତ କିଶୋର ଦାଶ , ସମୀର କର , ଅଭିଷେକ ପାଣି, ତାରିଣୀ ପ୍ରସାଦ ଚୌଧୁରୀ ପ୍ରମୁଖ ସହଯୋଗ କରିଥିଲେ ! ଘୃତଯଜ୍ଞ ପରେ ଆଜି ଠାରୁ ନାମ ଯଜ୍ଞ , କଥା ଯଜ୍ଞ , ଅନ୍ନ ଯଜ୍ଞ , ପିଣ୍ଡଦାନ , ହରିହର ଭେଟ , ଗୌରଲୀଳା , ପାଇକା ବୁଡ଼, ଚାପଖେଳ , ନୃସିଂହ ବେଶ , ଶ୍ରୀଜଗନ୍ନାଥ ବେଶ , ଅନନ୍ତ ମହାପ୍ରସାଦ ସେବନ , ଦୁର୍ନୀତି ରାକ୍ଷସ ପୋଡି , ହରିହାଟ ପ୍ରଭୁତି କାର୍ଯ୍ୟକ୍ରମ ରହିବ ବୋଲି ଆଶ୍ରମ ର ମୁଖ୍ୟ ଟ୍ରଷ୍ଟି ଶ୍ରୀବାସ ଦାଶ (କୁନୁ ଭାଇ ) ଙ୍କ ତରଫରୁ ପ୍ରକାଶ !

Leave a Reply

Your email address will not be published. Required fields are marked *