ଉତ୍କଳଗୌରବ ମଧୁସୂଦନ ଦାସଙ୍କ ୧୭୮ ତମ ଜୟନ୍ତୀ ଦିବସ ପାଳିତ

ଉଦୀୟମାନ ପକ୍ଷରୁ ଉତ୍କଳଗୌରବ ମଧୁସୂଦନ ଦାସଙ୍କ ୧୭୮ ତମ ଜୟନ୍ତୀ ଦିବସ ପାଳିତ।ବଡ଼ଚଣା : ଓଡ଼ିଆ ଜାତିର ଗର୍ବ ଗୈାରବ, ସ୍ବାଭିମାନ ର ପ୍ରତୀକ, ଜାତୀୟ ଜାଗରଣ ର ପ୍ରତିବଦ୍ଧତାଧର୍ମ୍ମୀ ମହାନାୟକ କୁଳବୃଦ୍ଧ ଉତ୍କଳଗୌରବ ମଧୁସୂଦନ ଦାସଙ୍କ ୧୭୮ତମ ଜୟନ୍ତୀ ଉଦୀୟମାନ ପରିବାର ତରଫରୁ ପାଳିତ ହୋଇଯାଇଛି । ଚଣ୍ଡିଖୋଲ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ସ୍ଥାପିତ ପ୍ରତ୍ୟେକ ମହାପୁରୁଷଙ୍କ ପ୍ରତିମୂର୍ତ୍ତିରେ ସ୍ବେଚ୍ଛାସେବୀ ମାନେ ପ୍ରଭାତରୁ ମାଲ୍ୟାର୍ପଣ ପୂର୍ବକ ଶ୍ରଦ୍ଧା ସୁମନ ଅର୍ପଣ କରି ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ପରେ ଧାନମଣ୍ଡଳ ସ୍ଥିତ ଉଦୀୟମାନ କଳା ପରିଷଦରେ ଛାତ୍ରଛାତ୍ରୀ ମାନେ ପାଳନ କରିଥିଲେ । ଏଥିରେ ଅତିଥି ଭାବରେ ଗାନ୍ଧିଆନ ରାମଚନ୍ଦ୍ର ଶୁକ୍ଳ, ସମାଜସେବୀ ହୃଷି କେଶ ସାମଲ, ଅନୁଷ୍ଠାନର ସଂପାଦିକା ଅରୁଣୀ ନନ୍ଦ, କାର୍ଯ୍ୟକାରୀ ସଭାପତି ଗାୟତ୍ରୀ ରାଉତ ଙ୍କ ସମେତ ସ୍ବେଚ୍ଛାସେବୀ ସରସ୍ଵତୀ ସିଂ,ଗୀତାଞ୍ଜଳୀ ସାମଲ,ସେଷାଵ୍ଧୀ ସାମନ୍ତରାୟ, ଡମ୍ବରୁଧର ପ୍ରଧାନ, ଅନିଲ କୁମାର ପାତ୍ର, ସୁକାନ୍ତ ମହାପାତ୍ର ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଉତ୍କଳ ଗୌରବ ମଧୁସୁଦନ ଦାସଙ୍କ ଜିବନୀ ଉପରେ ସମ୍ୟକ୍ ସୂଚନା ପ୍ରଦାନ କରିଥିଲେ । ଶେଷରେ ଅନିଲ କୁମାର ଦାସ ଧନ୍ୟବାଦ ଜଣାଇଥିଲେ ।

Leave a Reply

Your email address will not be published. Required fields are marked *