ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା ୨୦୨୬
ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା ୨୦୨୬ରେ ନରେନ୍ଦ୍ର ପୁଷ୍କରିଣୀ ସନ୍ନିକଟରେ ଶ୍ରୀମନ୍ଦିର ପ୍ରଶାସନ ଦ୍ୱାରା ଆୟୋଜିତ ଭକ୍ତିସଙ୍ଗୀତ ସମାରୋହରେ ୨୭ ଏପ୍ରିଲ ସୋମବାର ରାତି ୮ଟାରେ ପୁରୀର “ଦୟାନିଧି ସଙ୍ଗୀତ ସୁଧା”ଅନୁଷ୍ଠାନର କଣ୍ଠଶିଳ୍ପୀ ମାନେ ମୋ ନିର୍ଦ୍ଦେଶନାରେ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ପାରମ୍ପରିକ ଓଡିଶୀ, ଛାନ୍ଦ, ଭଜନ ଏବଂ ଚନ୍ଦନ ଗୀତ ପରିବେଷଣ କରି ଜଗନ୍ନାଥ ପ୍ରେମୀ ଭକ୍ତଗଣ ତଥା ଶ୍ରୋତା ମାନଙ୍କ ମନ ମୋହିନେଇଥିଲେ l ଅନୁଷ୍ଠାନ ତରଫରୁ ଶ୍ରୀମନ୍ଦିର ପ୍ରଶାସନ କୁ ଅଶେଷ ଧନ୍ୟବାଦ ପ୍ରଦାନ କରାଯାଇଥିଲା
