ଜାତୀୟ ପତାକା ଶୁଭ ଉଦ୍ଘାଟନ କାର୍ଯ୍ୟକ୍ରମ
ଫୁଲବାଣୀ ପୌରପରିଷଦ ତରଫରୁ ଜାତୀୟ ପତାକା ଶୁଭ ଉଦ୍ଘାଟନ କାର୍ଯ୍ୟକ୍ରମ in।କନ୍ଧମାଳ, ଫୁଲବାଣୀ ତା୨୮/୦୪/୨୦୨୬ ଆଜି ସ୍ଥାନୀୟ ଗୋପବନ୍ଧୁଛକ ଠାରେ ଫୁଲବାଣୀ ପୌରପରିଷଦ ତରଫରୁ ୧୦୦ ଫୁଟ ବିଶିଷ୍ଟ ଜାତୀୟ ପତାକା ଉଦ୍ଘାଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ନିଜ କର କମଳରେ ଶୁଭ ଉଦ୍ଘାଟନ କରିଛନ୍ତି ଫୁଲବାଣୀ ବିଧାୟକ ଶ୍ରୀ ଉମାଚରଣମଲ୍ଲିକ । ଏହା ସହିତ ଷ୍ଟାଡିୟମ୍ ନିକଟରେ ପୌରପରିପରିଷଦର ନୂତନ କାର୍ଯ୍ୟଳୟ ଭିତ୍ତି ପ୍ରସ୍ତର ସ୍ଥାପନ କରାଯାଇଥିଲା । ବର୍ତ୍ତମାନ ପୌରପରିଷଦର କାର୍ଯ୍ୟାଳୟ ପ୍ରାଙ୍ଗଣରେ ନୂତନ ସମ୍ମିଳନୀ କକ୍ଷ ଉଦ୍ଘାଟନ କରିଥିଲେ ବିଧାୟକ ଶ୍ରୀ ଉମା ଚରଣ ମଲିକ।ଏହି କାର୍ଯ୍ୟକ୍ରମରେ ପ୍ରକଳ୍ପ ନିର୍ଦ୍ଦେଶକ ଦୁଡା ପ୍ରବୀଣ କୁମାର ବଣୁଆ, ପୌରପରିଷଦର ଅଧ୍ୟକ୍ଷା ପାୟେଲ ବେହେରା ,ନିର୍ବାହୀ ଅଧିକାରୀ ସମରେଶ ମହାନ୍ତି , ସମସ୍ତ କାଉନସିଲର ଓ କାର୍ଯ୍ୟାଳୟର କର୍ମଚାରୀ ଉପସ୍ଥିତ ଥିଲେ ।
