୬ଦଫା ଦାବି ୟୁଜେଏ ପକ୍ଷରୁ ଯାଜପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା
୬ଦଫା ଦାବି ୟୁଜେଏ ପକ୍ଷରୁ ଯାଜପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଓ ବି ପକ୍ଷୋଭଯାଜପୁର,୨୯/୦୪ : ରାଜ୍ୟରେ କାର୍ଯ୍ୟରତ ସାମ୍ବାଦିକ ମାନଙ୍କ ୬ଦଫା ନାର୍ଯ୍ୟୀ ଦାବିନେଇ ଯାଜପୁର ଜିଲ୍ଲାପାଳଙ୍କ କାର୍ଯ୍ୟାନୟ ସମ୍ମୁଖରେ ଏପ୍ରିଲ ୨୯ ତାରିଖ ଦିନ ଉତ୍କଳ ସାମ୍ବାଦିକ ସଂଘ ଯାଜପୁର ଜିଲ୍ଲା ଶାଖା ପକ୍ଷରୁ ଧାରଣା ଓ ବିକ୍ଷୋଭ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

କାର୍ଯ୍ୟରତ ସାମ୍ବାଦିକ ମାନଙ୍କ ପାଇଁ ସୁରକ୍ଷା ଆଇନ ପ୍ରଣୟନ,ଅନ୍ୟ ୨୨ଟି ରାଜ୍ୟପରି ଓଡିଶାରେ ବୃଦ୍ଧ ସାମ୍ବାଦିକ ମାନଙ୍କୁ ପେନସନ ପ୍ରଦାନ,ସ୍ୱାସ୍ଥ୍ୟ ବିମା ଯୋଜନାରେ ପିତାମାତା ଓ ୨୫ ବର୍ଷରୁ ଉର୍ଦ୍ଧ୍ବ ସନ୍ତାନଙ୍କୁ ସାମିଲ,ରାଜ୍ୟରେ ପ୍ରେସ ଏକାଡେମୀ ଗଠନ,ଅଧୀସିକୃତି କମିଟିର ପୁନର୍ଗଠନ କରି ବ୍ଳକ ଠାରୁ ରାଜ୍ୟ ପର୍ଯ୍ୟନ୍ତ ସମସ୍ତ ସାମ୍ବାଦିକ ମାନଙ୍କୁ ସେଥିରେ ସାମିଲ କରିବା ପ୍ରଭୃତି ଦାବି ନେଇ ରାଜ୍ୟ ସଂଘ ଡାକରାରେ ରାଜ୍ୟବ୍ୟାପି ଚାଲିଥିବା ଏହି ପ୍ରତିବାଦ କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ ଯାଜପୁର ଜିଲ୍ଲା ଶାଖ ପକ୍ଷରୁ ଏହି କାର୍ଯ୍ୟକ୍ରମ ହୋଇଥିଲା। ଜିଲ୍ଲା ସଭାପତି ହରିହର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ପ୍ରତିବାଦ ସଭାରେ ରାଜ୍ୟ କାର୍ଯ୍ୟକାରୀ ସଭାପତି ହାରାଧନ ବାନାର୍ଜୀ,ରାଜ୍ୟ ସାଧାରଣ ସମ୍ପାଦକ ବେଣୁଧର ପଣ୍ଡା,ରାଜ୍ୟ ସଂଯୋଜକ ମଦନ ପାଣି, ଜିଲ୍ଲା ସାଧାରଣ ସଂପାଦକ ପବିତ୍ର ରଞ୍ଜନ ମହାନ୍ତି,ରାଜ୍ୟ ସମ୍ପାଦକ ବିଶ୍ୱଜିତ ନାୟକ,ଆନନ୍ଦଚନ୍ଦ୍ର ସାହୁ,ରଙ୍ଗବଲ୍କବ ସାହୁ,କୈଳାହଚନ୍ଦ୍ର ରାଉତ,ଅଞ୍ଜନ ପତି,ରବିନ୍ଦ୍ର ସାମଲ,ପ୍ରଦୀପ ଚାନ୍ଦ,ଲମ୍ବୋଦର ଦଳବେହେରା,ଶିବନ କର,ପ୍ରଦୀପ ଜେନା,ଅଶୋକ ଦାସ,କପିଳେନ୍ଦ୍ର ରାଉତ,ଅଜିତ ମିଶ୍ର,ତ୍ରିଲୋତନ ବେହେରା,ମନୋଜ ନାୟକ,ଜୟପ୍ରକାଶ ନାୟକ,ମନୋଜ ନାୟକ, ଦିବ୍ୟକାନ୍ତ କର, ଲିଙ୍ଗରାଜ ସାହୁ, ବିଦ୍ୟାଧର ବେହେରା, ବାଞ୍ଛାନିଧି ସାହୁ, ପ୍ରଦୁମ୍ନ ବୋଇତେଇ, ଅଭି ମିଶ୍ର, ମନ୍ମଥ ମହାରଣା, ଅଜୟ ବେହେରା, ଭରତ ନାୟକ, ଅଭିଷେକ ଦୀକ୍ଷିତ, ପ୍ରମୁଖ ବକ୍ତବ୍ୟ ପ୍ରଦାନକରି ଖୁବଶୀଘ୍ର ସରକାର ସାମ୍ବାଦିକଙ୍କ ଦାବି ପୁରଣ ନକଲେ ଆଗିମୀ ଦିନରେ ଆନ୍ଦୋଳନ ଆହୁରି ଦୃଢ ହେବବୋଲି ତେତାବନୀ ଦେଇଥିଲେ।ଦୀର୍ଘ ସମୟ ଧାରଣା ଓ ପ୍ରତିବାଦ ସଭା ଚାଲିବା ପରେ ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳ ଶିବାନନ୍ଦ ସ୍ୱାଇଁ ଧାରଣା ସ୍ଥଳରେ ପହଞ୍ଚି ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଦାବିପତ୍ର ଗ୍ରହଣ କରିଥିଲେ।
