ଭଦ୍ରକ ନୂଆ ବଜାର ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଶିଶୁମାନଙ୍କର ପ୍ରାଦେଶିକ ମେଧା ଓ ଶ୍ରୀ ଭାରତୀ କୃଷ୍ଣ ଗଣିତ ପ୍ରତିଭା
ଭଦ୍ରକ ନୂଆ ବଜାର ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଶିଶୁମାନଙ୍କର ପ୍ରାଦେଶିକ ମେଧା ଓ ଶ୍ରୀ ଭାରତୀ କୃଷ୍ଣ ଗଣିତ ପ୍ରତିଭା ପରୀକ୍ଷାରେ ସଫଳତାଚଳିତ ଶିକ୍ଷାବର୍ଷ ପ୍ରାଦେଶିକ ମେଧା ପରୀକ୍ଷା ଓ ଶ୍ରୀ ଭାରତୀକୃଷ୍ଣ ଗଣିତ ପ୍ରତିଭାରେ ସାରା ଓଡିଶାରେ ନୂଆବଜାର ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ମୋଟ ୧୦ ଜଣ ଶିଶୁ ୧୩ ଟି ସ୍ଥାନରେ ସଫଳତାର ସହ କୃତିତ୍ୱ ଅର୍ଜନ କରିଛନ୍ତି । ସେମାନେ ହେଲେ ତୃତୀୟ ଶ୍ରେଣୀର ଶ୍ରୀ ନିଭାନ ବିଳାସ ପ୍ରାଦେଶିକ ମେଧା (୫ମ), ଶ୍ରୀ ସୌମ୍ୟ ସୌରଭ ପଣ୍ଡା ପ୍ରାଦେଶିକ ମେଧା (୭ମ), ଶ୍ରୀ ସାଇ ସ୍ବୟମ ବେହେରା ଶ୍ରୀ ଭାରତୀ କୃଷ୍ଣ ଗଣିତ ପ୍ରତିଭା (୫ମ) ସ୍ଥାନ ଅଧୁକାର କରିଛନ୍ତି । ସେହିପରି ପଞ୍ଚମ ଶ୍ରେଣୀର ଶ୍ରୀ କେ. ଟି. ଦିବ୍ୟଜ୍ୟୋତି ନାୟକ ପ୍ରାଦେଶିକ ମେଧା (୬ଷ୍ଠ) ଓ ଶ୍ରୀ ଭାରତୀ କୃଷ୍ଣ ଗଣିତ ପ୍ରତିଭା (୮ମ), ଶ୍ରୀ କାରାନ୍ ସୋରେନ୍ ପ୍ରାଦେଶିକ ମେଧା (୧୦ମ), ଶ୍ରୀ ସାଇପ୍ରକାଶ ନନ୍ଦ ପ୍ରାଦେଶିକ ମେଧା (୧୦ମ) ସ୍ଥାନ ଅଧୁକାର କରିଛନ୍ତି । ସପ୍ତମ ଶ୍ରେଣୀରେ ଶ୍ରୀ ସାଇ ପ୍ରତ୍ୟୁଷ ବେହେରା ପ୍ରାଦେଶିକ ମେଧା (୪ର୍ଥ) ଓ ଶ୍ରୀ ଭାରତୀ କୃଷ୍ଣ ଗଣିତ ପ୍ରତିଭା (୨ୟ), ଶ୍ରୀ ସାଇ ସୌରଭ ପଣ୍ଡା ପ୍ରାଦେଶିକ ମେଧା (୯ମ) ଓ ଶ୍ରୀ ଭାରତୀ କୃଷ୍ଣ ଗଣିତ ପ୍ରତିଭା (୫ମ), ଶ୍ରୀ ସାଇ ଅମନ ପାଣିଗ୍ରାହୀ ଶ୍ରୀ ଭାରତୀ କୃଷ୍ଣ ଗଣିତ ପ୍ରତିଭା (୭ମ) ସ୍ଥାନ ଅଧୁକାର କରିଛନ୍ତି । ନବମ ଶ୍ରେଣୀରେ ଶ୍ରୀ ରେୟନ ସ୍ବାଇଁ ଶ୍ରୀ ଭାରତୀ କୃଷ୍ଣ ଗଣିତ ପ୍ରତିଭା (୫ମ) ସ୍ଥାନ ଅଧିକାର କରିଛନ୍ତି ।ଏହି ସଫଳତା ପାଇଁ ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ସୀତାଂଶୁ ଶେଖର ମହାପାତ୍ର କୃତିତ୍ୱ ଲାଭ କରିଥିବା ସମସ୍ତ ଶିଶୁ ଓ ଅଭିଭାବକ ମାନଙ୍କୁ ସମ୍ବଦ୍ଧନା କରିଥିଲେ ଓ ବିଦ୍ୟାଳୟର ସମସ୍ତ ପରିଚାଳନା ସମିତିର ସମୁସ୍ତ ସଦସ୍ୟ, ପ୍ରଧାନ ଆଚାର୍ଯ୍ୟ, ଗୁରୁଜୀ, ଗୁରୁମା, କୃତିତ୍ଵ ହାସଲ କରିଥିବା ସମସ୍ତ ଶିଶୁମାନଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜ୍ଞାପନ କରିଛନ୍ତି ।
ଭଦ୍ରକ ରୁ ପୁନିଲ କୁମାର ସାମନ୍ତ ଙ୍କ ରିପୋର୍ଟ ଭଦ୍ରକ
